ଚିଲିକା ମଝିରେ ଘଣ୍ଟାଏ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 10, 2018

ଚିଲିକା ମଝିରେ ଘଣ୍ଟାଏ

chilika1

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଚିଲିକା ମଝିରେ ଅଟକିଲା ଯାତ୍ରୀବାହୀ ଡଙ୍ଗା। ପ୍ରାୟ ଘଣ୍ଟାଏ ଧରି ଚିଲିକା ଜଳରାଶିରେ ରହିବା ପରେ ଅନ୍ୟଏକ ଯାତ୍ରୀବାହୀ ଡଙ୍ଗା ଦ୍ୱାରା ଲୋକଙ୍କୁ ଉଦ୍ଧାର କରାଯାଇଥିଲା। କହିବାକୁ ଗଲେ, ଏକ ବଡ଼ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ୩୬ରୁ ଅଧିକ ଯାତ୍ରୀ।

କେମିତି ଘଟିଲା ଅଘଟଣ?: ଆଜି ଦିନ ପ୍ରାୟ ଗୋଟାଏ ବେଳେ ଜହ୍ନିକୁଦା ଘାଟିରୁ ୩୬ ଜଣ ଯାତ୍ରୀଙ୍କୁ ନେଇ ଏକ ଡଙ୍ଗା ସାତପଡ଼ା ଅଭିମୁଖେ ବାହାରିଥିଲା। ତେବେ ଡଙ୍ଗାଟି ବାହାରିବାର ୧୫ ମିନଟ୍‌ ପରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା। ଚିଲିକା ମଝିରେ ଚାଳକ ଡଙ୍ଗାକୁ ମରାମତି କରିବା ପାଇଁ ଚେଷ୍ଟା କରିଥିଲେ। ମାତ୍ର ସମ୍ଭବ ନହେବାରୁ ଯାତ୍ରୀଙ୍କ ମଧ୍ୟରେ ଭୟର ବାତାବରଣ ଖେଳି ଯାଇଥିଲା। ଏହି ସମୟରେ ଆସୁଥିବା ଆଉଏକ ଡଙ୍ଗା ଦ୍ୱାରା ଯାତ୍ରୀମାନଙ୍କୁ ଉଦ୍ଧାର କରାଯାଇଥିଲା।

ଜୁନ୍‌ ୧୦ ତାରିଖରେ ଚିଲିକାରେ ଘଟିଥିଲା ଏକ ବଡ଼ ଦୁର୍ଘଟଣା। ବାଳବୈଶାଖୀ ଯୋଗୁ ଡଙ୍ଗା କାଳିଜାଈ ଗଣ୍ଡରେ ବୁଡ଼ି ଯାଇଥିଲା ଫଳରେ ୫ ଜଣଙ୍କର ମୃତ୍ୟୁ ହୋଇଥିଲା ଓ ୧୧ ଜଣଙ୍କୁ ଉଦ୍ଧାର କରାଯାଇ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ଏହି ଘଟଣାରେ ଡଙ୍ଗା ଚାଳକ ମଧ୍ୟ ଗିରଫ ହୋଇଛି।



from OdishaReporter https://ift.tt/2L8M17C

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages