ଅମିତାଭଙ୍କୁ ଚିନ୍ତାରେ ପକାଉଛି ଏହି କଥା: ପୋଷ୍ଟ କରି ଜାହିର୍‌ କଲେ ଦୁଃଖ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 22, 2018

ଅମିତାଭଙ୍କୁ ଚିନ୍ତାରେ ପକାଉଛି ଏହି କଥା: ପୋଷ୍ଟ କରି ଜାହିର୍‌ କଲେ ଦୁଃଖ

amitabh

ମୁମ୍ବାଇ: ବଲିଉଡ୍‌ର ସୁପରଷ୍ଟାର ଅମିତାଭ ବଚ୍ଚନଙ୍କୁ ଆଜିକାଲି ଗୋଟିଏ କଥା ବହୁତ କଷ୍ଟ ଦେଉଛି। ସେଥିପାଇଁ ସେ ଚିନ୍ତାରେ ରହୁଛନ୍ତି। ନିଜ ବ୍ଲଗ୍‌ରେ ପୋଷ୍ଟ୍‌ କରି ଅମିତାଭ ଏ ବିଷୟରେ ନିଜର ଦୁଃଖ ବ୍ୟକ୍ତ କରିଛନ୍ତି। ସେ ଲେଖିଛନ୍ତି ‘ମୋ ସମୟରୁ ଆଜି ପର୍ଯ୍ୟନ୍ତ ଫିଲ୍ମ ନିର୍ମାତାମାନଙ୍କ ମଧ୍ୟରେ ଅନେକ ପରିବର୍ତ୍ତନ ଆସିଛି। ଆଜିକାଲି ଗୋଟେ ପ୍ରୋଜେକ୍ଟ ପାଇଁ ବଡ ୟୁନିଟ୍‌ ଏବଂ ଅନେକ ଲୋକ କାମ କରୁଛନ୍ତି। ଫିଲ୍ମ ନିର୍ମାଣ ସମୟରେ ଅନେକ ଛୋଟ ଛୋଟ କଥା ପ୍ରତି ଧ୍ୟାନ ଦିଆଯାଉଛି। ଯାହାକୁ ଦେଖି ମୁଁ ଆଶ୍ଚର୍ଯ୍ୟ ହୋଇଯାଉଛି।

ସେ ଲେଖିଛନ୍ତି, ମତେ ଅନେକ ଥର ଅପରାଧୀ ପରି ଅନୁଭବ ହେଉଛି। କାରଣ ୟୁନିଟ୍‌ର ଲୋକ ମୋର ବେଶ୍ ଯତ୍ନ ନେଉଛନ୍ତି। ମତେ ସବୁ କଥା ଶ୍ରଦ୍ଧାର ସହ ବୁଝାଉଛନ୍ତି। ମୁଁ ଭଲ ଭାବେ ଜାଣିଛି, ବର୍ତ୍ତମାନ ମୋର ସ୍ଥିତି କ’ଣ ଏବଂ ମୁଁ କେଉଁ ଜିନିଷ ପାଇଁ ହକ୍‌ଦାର। କିନ୍ତୁ ଯେତେବେଳେ ଏ ସ୍ନେହ ଶ୍ରଦ୍ଧା ଆବଶ୍ୟକତାଠୁ ଅଧିକ ବଢ଼ିଯାଏ ସେତେବେଳେ ମୁଁ ଚିନ୍ତାରେ ପଡ଼ିଯାଏ।

ସେ ଲେଖିଛନ୍ତି, ମତେ ଲାଗୁଛି ମୋତେ ଯେତିକି ମିଳୁଛି, ମୁଁ ଲୋକଙ୍କୁ ତାଠୁ କମ୍‌ ଦେଇପାରୁଛି ଏବଂ ଏହି କଥାଟି ମତେ ଚିନ୍ତାରେ ପକାଉଛି।

ଜଣାଇଦେଉଛୁ ଯେ, ଆଜିକାଲି ଅମିତାଭ ଫିଲ୍ମ ‘ବ୍ରହ୍ମାସ୍ତ୍ର’ର ସୁଟିଂରେ ବ୍ୟସ୍ତ ରହୁଛନ୍ତି। ବୁଲ୍‌ଗେରିଆରେ ଫିଲ୍ମର ସୁଟିଂ ଚାଲିଛି। ଫିଲ୍ମରେ ଅମିତାଭଙ୍କ ସହ ମୁଖ୍ୟ ଭୂମିକାରେ ଆଲିଆ ଏବଂ ରଣବୀର କପୁର ଅଛନ୍ତି। ଫିଲ୍ମଟି ୨୦୧୯ ଆଗଷ୍ଟ୧୫ରେ ରିଲିଜ୍‌ ହେବ।

 

 

 



from OdishaReporter https://ift.tt/2uWJrKM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages