ରଥ ଉପରେ କ’ଣ ପାଇଁ ଅଶ୍ଲୀଳ ଗୀତ ଗାଆନ୍ତି ଡାହୁକ ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 22, 2018

ରଥ ଉପରେ କ’ଣ ପାଇଁ ଅଶ୍ଲୀଳ ଗୀତ ଗାଆନ୍ତି ଡାହୁକ ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “ରଥ କହେ ହୁଁ, ଚକ କହେ ହୁଁ…ଯାହା ମଥାରେ ସିନ୍ଦୁର ଟୋପା, ତାର ସ୍ୱାମୀ ମୁଁ ।

ରଥ ଗଡ଼ିଲା ବେଳେ ଆପଣ ଏ ଗୀତ ଶୁଣିଥିବେ। ରଥର ମୁର୍ଦ୍ଧନାରେ ରହିଥିବା ୪ଟି ଘୋଡା ଉପରେ ଚଢ଼ି ଜଣେ ବ୍ୟକ୍ତି (ଡାହୁକ ସେବା କରୁଥିବା ବ୍ୟକ୍ତି) ବେତ ଧରି ଏଭଳି ଶୃଙ୍ଗାରୋଦ୍ଧୀପକ ଗୀତ ଗାନ କରିଥାନ୍ତି। ଯାହାକୁ ଦେଖି ଅନେକଙ୍କ ମନରେ ପ୍ରଶ୍ନ ଆସେ ଜଗନ୍ନାଥ ସଂସ୍କୃତିର ଅନେକ ବିଭବ ମଧ୍ୟରେ ଏ ବ୍ୟତିକ୍ରମଟି କ’ଣ ପାଇଁ?

ହୁଏତ ଆପଣଙ୍କ ମନରେ ବି ଏ ପ୍ରଶ୍ନ ଆସିଥିବ। ତା ହେଲେ ଆସନ୍ତୁ ଏହି ପ୍ରଶ୍ନର ଉତ୍ତର ଜାଣିବା।

ରଥଯାତ୍ରା। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସବୁଠାରୁ ବଡ଼ ପର୍ବ। ଏହା କେବଳ ସାଧାରଣ ପର୍ବ ନୁହେଁ, ଏହି ପର୍ବ ମଣିଷ ସମାଜକୁ ଅନେକ ଶିକ୍ଷା ମଧ୍ୟ ଦେଇଥାଏ। ଗଜପତିଙ୍କ ଛେରାପହଁରା ସମାଜରେ ଗଣତନ୍ତ୍ରର ଭାବ ପ୍ରଦର୍ଶିତ କରିବା ଭଳି ରଥ ଉପରେ ଡାହୁକ ସେବା ସମାଜରେ ଶୃଙ୍ଖଳା, ବର୍ଷାର ଆଗମନୀ ଓ ସୃଷ୍ଟି ତତ୍ତ୍ୱ ସମ୍ପର୍କରେ ସାଧାରଣଙ୍କୁ ଅବଗତ କରିଥାଏ।

ବର୍ଷା ସହ ସମ୍ପର୍କ- ବର୍ଷା ଋତୁରେ ପାଳିତ ହୁଏ ଶ୍ରୀଗୁଣ୍ଡିଚା। କବିମାନେ କୁହନ୍ତି ଏହା ମିଳନର ଋତୁ। ଆକାଶର ଆଉ ମାଟିର ମିଳନର ସମୟ ହେଉଛି ଏହି ଋତୁ। ଭାରତ ଏକ କୃଷି ପ୍ରଧାନ ଦେଶ ହୋଇଥିବାରୁ କୃଷିର ଅୟମାରମ୍ଭ ଏହିଠାରୁ ହୋଇଥାଏ। ଏଣୁ ବର୍ଷା ଆଗମନୀକୁ ମହାପ୍ରଭୁଙ୍କ ନିକଟରେ ମିଳନାତ୍ମକ ଗୀତ ମାଧ୍ୟମରେ ଉତ୍ସର୍ଗ କରାଯାଇଥାଏ।

ଧାର୍ମିକ ମତ – ରଥଯାତ୍ରା ବେଳେ ଚତୁର୍ଦ୍ଧା ମୂର୍ତ୍ତି ସ୍ୱ ରଥମାନଙ୍କରେ ଯାତ୍ରା କରୁଥିବା ବେଳେ ସୁଦର୍ଶନ ଓ ସୁଭଦ୍ରା ଗୋଟିଏ ରଥରେ ଯାତ୍ରା କରନ୍ତି। ତନ୍ତ୍ର ମତରେ ମହାପ୍ରଭୁ ଜଗନ୍ନାଥ ହେଉଛନ୍ତି ସଚରାଚର ବିଶ୍ୱର ଅଧିପତି । ସେ ପୁରୁଷ, ସେ ହିଁ ନାରୀ । ତେଣୁ ଯଦି ମହାପ୍ରଭୁ ପୁରୁଷ ହୁଅନ୍ତି ଲିଙ୍ଗ ରୂପକ ସୁଦର୍ଶନ ହେଉଛନ୍ତି ତାଙ୍କର ଲିଙ୍ଗ ସ୍ୱରୂପ। ଏବଂ ଯଦି ମହାପ୍ରଭୁଙ୍କୁ ପ୍ରକୃତି ସହ ସମତୁଲ କରାଯାଏ ତେବେ ମହାପ୍ରଭୁଙ୍କ ଶକ୍ତି ହେଉଛନ୍ତି ସୁଭଦ୍ରା। ଏହି ଦୁଇ ଶକ୍ତିଙ୍କୁ ରଥଯାତ୍ରା ସମୟରେ ଏକାଠି ରୁନ୍ଧାଯାଏ ଗୋଟିଏ ରଥରେ। ପୁରୁଷ ଓ ପ୍ରକୃତି ଭାବରେ ଉଭୟଙ୍କ ଏକତ୍ର ଉପସ୍ଥିତି ସୃଷ୍ଟି ତତ୍ତ୍ୱ ସମ୍ପର୍କରେ ସୂଚିତ କରେ। ଏଣୁ ଶୃଙ୍ଗାର ଗୀତ ଗାନ କରାଯାଏ ବୋଲି କିଛି ଗବେଷକ ମତ ଦିଅନ୍ତି।

ଅନ୍ୟପକ୍ଷରେ ବିଚାର କଲେ ମହାପ୍ରଭୁ ୪ ବର୍ଗର ବ୍ୟକ୍ତିଙ୍କର ଦେବତା। ଧର୍ମ, ଅର୍ଥ, କାମ ଓ ମୋକ୍ଷ ଦାତା ହେଉଛନ୍ତି ଶ୍ରୀ ଜଗନ୍ନାଥ। ଏଣୁ ଏ ସମାଜରେ ଥିବା କାମନା ବିଳାସୀ ମନୁଷ୍ୟଙ୍କ ସେ ହିଁ ତ୍ରାଣକର୍ତ୍ତା। ତେଣୁ ସେହିମାନଙ୍କ ଉଦ୍ଦେଶ୍ୟରେ ମହାପ୍ରଭୁଙ୍କ ପାଖରେ ଶୃଙ୍ଗାର ସଙ୍ଗୀତ ସେବା କରାଯାଇଥାଏ ବୋଲି କୁହାଯାଏ।

ଇତିହାସ ଓ ବିଜ୍ଞାନ – ପୁରୀକୁ ଗମନାଗମନ ସୁଗମ ନ ଥିବାରୁ ପୂର୍ବକାଳରେ ରଥଟାଣିବାକୁ ବଡ଼ ବିଭ୍ରାଟ ହେଉଥିଲା। ଏଣୁ ବହୁ ଲୋକଙ୍କୁ ଏଠାକୁ ଆକର୍ଷିତ କରିବା ପାଇଁ ଏଭଳି ସଙ୍ଗୀତ ଗାନ କରାଯାଉଥିଲା। ବିଜ୍ଞାନ ମଧ୍ୟ ଏହାକୁ ସମର୍ଥନ କରେ। ଆଜି ମଧ୍ୟ ବଡବଡ଼ ପଦାର୍ଥ ଉଠାଇଲା ବେଳେ ଶ୍ରମିକମାନେ ବଡ଼ ପାଟିରେ ଗୀତ ଗାଇବା, ଅଶ୍ଲୀଳ କଥା କହୁଥିବା ଦେଖିବାକୁ ମିଳେ। ଏଭଳି କରିବା ଦ୍ୱାରା ମନ ଭିତରେ ଏକ ଭିନ୍ନ ଉର୍ଜା ସଞ୍ଚରିତ ହୁଏ ଓ କଠିନ କାମ ସହଜ ଲାଗେ ବୋଲି କୁହାଯାଏ।



from OdishaReporter https://ift.tt/2LDO4ke

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages