ମାଡାମ୍‌ ତୁସୁଦ୍‌ ମ୍ୟୁଜିୟମ୍‌ର ଶୋଭା ବଢ଼ାଇବେ ଦୀପିକା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 24, 2018

ମାଡାମ୍‌ ତୁସୁଦ୍‌ ମ୍ୟୁଜିୟମ୍‌ର ଶୋଭା ବଢ଼ାଇବେ ଦୀପିକା

ମୁମ୍ବାଇ:ଲଣ୍ଡନ୍‌ରେ ମାଡାମ୍‌ ତୁଷାଦ୍‌ ମ୍ୟୁଜିୟମ୍‌ରେ ପ୍ରସିଦ୍ଧ ଲୋକଙ୍କର ପ୍ରତିଛବି ପ୍ରତିଷ୍ଠା କରାଯାଇଥାଏ। ଏହି ମ୍ୟୁଜିୟମ୍‌ରେ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା ଓ ସୁନାମ ଅର୍ଜନ କରିଥିବା ବ୍ୟକ୍ତିବିଶେଷଙ୍କ ମହମ ମୂର୍ତ୍ତି ସ୍ଥାନ ପାଇଥାଏ। ଏବେ ସେହି ସୌଭାଗ୍ୟ ବଲିଉଡ୍‌ର ଗ୍ଲାମର କୁଇନ୍‌ ଦୀପିକା ପାଦୁକୋନ୍‌ଙ୍କୁ ମିଳିଛି। ଦୀପିକା ଏବେ ମାଡାମ୍‌ ତୁସୁଦ୍‌ ମ୍ୟୁଜିୟମ୍‌ର ଶୋଭା ବଢ଼ାଇବେ। ଲଣ୍ଡନରେ ସ୍ଥିତ ମାଡାମ୍‌ ତୁଷାଦ୍ ମ୍ୟୁଜିୟମ୍‌ରେ ଦୀପିକାଙ୍କ ୱେକ୍ସ ଷ୍ଟାଚ୍ୟୁ ସ୍ଥାପନ କରାଯିବ। ଏଥିପାଇଁ ଦୀପିକା ଏବେ ଲଣ୍ଡନରେ ଅଛନ୍ତି।

ଦୀପିକାଙ୍କ ଏ  ବର୍ଷର କିଛି କୃତିତ୍ୱ

ଚଳିତ ବର୍ଷ ଆରମ୍ଭରୁ ଅଭିନେତ୍ରୀ ଦୀପିକା ପାଦୁକୋନ୍‌ଙ୍କ ପ୍ରଦର୍ଶନ ଚମତ୍କାର ରହିଛି। ଯାହାର ଶୁଭାରମ୍ଭ ‘ପଦ୍ମାବତ୍‌’ରୁ ହୋଇଥିଲା।ଏହି ଚଳଚ୍ଚିତ୍ର ଏବର୍ଷ ଭଲ ଆୟ କରିଥିବା ଫିଲ୍ମ ମଧ୍ୟରୁ ଗୋଟିଏ।ଧମାକାଦାର ପ୍ରଦର୍ଶନ କରିଥିବା ଏହି ଫିଲ୍ମ ୩୦୦ କୋଟି କ୍ଲବରେ ସାମିଲ ହୋଇପାରି ଥିଲା। ଏଥିସହ ବିଭିନ୍ନକ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ପ୍ରତିଭାଙ୍କୁ ନେଇ ବିଶ୍ୱ ମହିଳା ଦିବସ ଅବସରରେ ‘ଭେରାଇଟି’ ମାଗାଜିନ୍‌ ପକ୍ଷରୁ  ଏକ  ତାଲିକା ପ୍ରକାଶ ପାଇଥିଲା। ଏହି ତାଲିକାରେ ଭାରତର ଫିଲ୍ମ ଜଗତରୁ  ଅଭିନେତ୍ରୀ ଦୀପିକା ପାଦୁକୋନ୍‌ ସ୍ଥାନ ପାଇଥିଲେ। ଏମିତି ଅନେକ ସଫଳତା ସୂଚୀରେ ଦୀପିକାଙ୍କ ନାଁ ରହିଛି।  ସେହିପରି ଚଳିତ ବର୍ଷ ଟାଇମ୍ସ୍‌ର ମାଗାଜିନ୍‌ ପକ୍ଷରୁ  ପ୍ରକାଶ ପାଇଥିବା ୧୦୦ ପ୍ରଭାବଶାଳୀଙ୍କ ମଧ୍ୟରେ ଦୀପିକା ଅଛନ୍ତି। ଏହାଛଡ଼ା ଏମ୍‌ଆଇଟି ଗାଲା ଏବଂ କାନ୍ସ ୨୦୧୮ରେ ଜବରଦସ୍ତ ଉପସ୍ଥାପନା କରି ଦୀପିକା ସମସ୍ତଙ୍କ ହୃଦୟ ଜିତି ପାରିଥିଲେ।



from OdishaReporter https://ift.tt/2A4Qx5P

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages