ମୋଦିଙ୍କ ଅଟୋଗ୍ରାଫ୍‌ ବଦଳେଇଦେଲା ଗରିବ ଝିଅର ଜୀବନ: ଆସିଲା ବିବାହ ପ୍ରସ୍ତାବ, ଯୌତୁକ ପାଇଁ କେହି କଲେନି ଦାବି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, July 28, 2018

ମୋଦିଙ୍କ ଅଟୋଗ୍ରାଫ୍‌ ବଦଳେଇଦେଲା ଗରିବ ଝିଅର ଜୀବନ: ଆସିଲା ବିବାହ ପ୍ରସ୍ତାବ, ଯୌତୁକ ପାଇଁ କେହି କଲେନି ଦାବି

କଲିକତା: ପଶ୍ଚିମବଙ୍ଗ ମିଦ୍‌ନାପୁରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଲି ସମୟରେ ଟେଣ୍ଟର ଏକ ଅଂଶ ଭାଙ୍ଗିପଡ଼ିଥିଲା। ଏହି ଦୁର୍ଘଟଣାରେ ଅନେକ ଲୋକ ଆହତ ହୋଇଥିଲେ । କିନ୍ତୁ ଏଥିରୁ ଅଳ୍ପକେ ବର୍ତ୍ତି ଯାଇଥିଲେ ରୀତା ମୁଦି ନାମକ ଜଣେ ଯୁବତୀ । ଏହାପରେ ମୋଦି ରୀତାଙ୍କୁ ଭେଟିବାକୁ ଯାଇ ତାଙ୍କୁ ଅଟୋଗ୍ରାଫ୍ ଦେଇଥିଲେ। ଆଉ ଏହି ଅଟୋଗ୍ରାଫ୍ ପାଇଁ ରୀତା ତାଙ୍କ ଗାଁରେ ସେଲେବ୍ରେଟି ପାଲଟି ଯାଇଛନ୍ତି। ବାକୁଲା ଖ୍ରୀଷ୍ଟିଆନ୍‌ କଲେଜ୍‌ରେ ପଢ଼ନ୍ତି ରୀତା। କଲିକତାଠୁ ୨୩୦ କିମି ଦୂର ରାଣୀବନ୍ଧରେ ରୁହନ୍ତି ସେ ଓ ତାଙ୍କ ପରିବାର।

ମୋଦିଙ୍କ ଠାରୁ ଅଟୋଗ୍ରାଫ୍ ମିଳିବା ପରେ ରୀତା ଏବେ ଚର୍ଚ୍ଚାର ପରିଧିକୁ ଆସିଛନ୍ତି । ଆଉ ଏପର୍ଯ୍ୟନ୍ତ ବିବାହ ପାଇଁ ତାଙ୍କ ପାଖକୁ ୨ଟି ପ୍ରସ୍ତାବ ଆସିସାରିଛି । ଗତ ୧୦ ଦିନ ତାଙ୍କ ପାଇଁ ବେଶ ବ୍ୟସ୍ତବହୁଳ ଥିଲା। ସେ କହିଛନ୍ତି, ‘ଘଟଣାଦିନ ଯେତେବେଳେ ପ୍ରଧାନମନ୍ତ୍ରୀ ମୋତେ ଭେଟିବା ପାଇଁ ଆସିଥିଲେ। ସେତେବେଳେ ମୁଁ ତାଙ୍କୁ କହିଥିଲି ଯେ ମୁଁ ତାଙ୍କୁ ଦେଖି ବହୁତ ଖୁସି ଅଛି।’

ସୂଚନାଯୋଗ୍ୟ, ଜୁଲାଇ ୧୬ ତାରିଖ ଦିନ ରୀତା ତାଙ୍କ ମା’ ଓ ଭଉଣୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ସଭାରେ ଯୋଗଦେବା ପାଇଁ ଆସିଥିଲେ। ରୀତା ଓ ତାଙ୍କ ପରିବାର ସେହି ଟେଣ୍ଟ ତଳେ ବସିଥିଲେ। ଯାହା ଭାଙ୍ଗିପଡ଼ିଥିଲା। ଏହି ଦୁର୍ଘଟମାରେ ରୀତା ଆହତ ହୋଇଥିଲେ ଏବଂ ତାଙ୍କୁ ମେଡିକାଲ୍‌ ନିଆଯାଇଥିଲା। ତେବେ ରାଲି ଶେଷ ହେବା ପରେ ମୋଦି ଆହତଙ୍କୁ ଭେଟିବା ପାଇଁ ମେଡିକାଲ ପହଞ୍ଚିଥିଲେ।

ରୀତା କହିଛନ୍ତି, ମୁଁ ପ୍ରଧାନମନ୍ତ୍ରୀଙ୍କୁ ଦେଖିବା ପରେ ତାଙ୍କୁ ଅଟୋଗ୍ରାଫ୍‌ ଦେବାପାଇଁ ଅନୁରୋଧ କରିଥିଲି। ଏହାପରେ ମୋଦି ଏକ କାଗଜ ଖଣ୍ଡରେ ଲେଖିଥିଲେ ‘ରୀତା ମୁଦି ତୁମେ ସବୁବେଳେ ଖୁସି ରୁହ’ । ନରେନ୍ଦ୍ର ମୋଦି।

ରୀତା କହିଛନ୍ତି, ଏହି ଘଟଣାର ପରଦିନ ଆମ ଘରେ ଲୋକଙ୍କ ଭିଡ଼ ଜମିଯାଇଥିଲା । ସମସ୍ତେ ପ୍ରଧାନମନ୍ତ୍ରୀଙ୍କର ସେହି ଅଟୋଗ୍ରାଫ୍ ଦେଖିବାକୁ ଚାହୁଁଥିଲେ। ରୀତାଙ୍କ ମା’ କହିଛନ୍ତି, ‘ଲୋକେ ମୋ ଘରକୁ କେବଳ ଅଟୋଗ୍ରାଫ ଦେଖିବା ପାଇଁ ଆସିନଥିଲେ। ବିବାହ ପାଇଁ ୨ଟି ପ୍ରସ୍ତାବ ମଧ୍ୟ ଆଣିଥିଲେ। ଯେଉଁଥିରୁ ଜଣେ ଝାରଖଣ୍ଡ ଟାଟାନଗରର ପିଲା ଥିଲା। ପୁଅ ଯୌତୁକରେ କିଛି ମାଗୁନଥିଲା। ଅନ୍ୟ ଏକ ପ୍ରସ୍ତାବ ବାଙ୍କୁଡ଼ା ଗାଁରୁ ଆସିଥିଲା।’



from OdishaReporter https://ift.tt/2OngMHK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages