ସ୍ୱାମୀକୁ ଛୁରି ଭୁସିଲା, ଶ୍ୱଶୁରକୁ ପିଟି ମାରିଦେଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 17, 2018

ସ୍ୱାମୀକୁ ଛୁରି ଭୁସିଲା, ଶ୍ୱଶୁରକୁ ପିଟି ମାରିଦେଲା

କୋଣାର୍କ (ସଞ୍ଜୟ ପତି): ଅଗ୍ନିକୁ ସାକ୍ଷୀ ରଖି ଝିଅଟି ବାହା ହୋଇ ଶ୍ୱଶୁର ଘରକୁ ଯାଇଥାଏ। ତା’ପାଇଁ ଶ୍ୱଶୁର ଘର ମନ୍ଦିର ସଦୃଶ। ଶାଶୂ ଓ ଶ୍ୱଶୁର ହେଉଛନ୍ତି ଠାକୁର। ହେଲେ ସେହି ବୋହୂ ଆଜି ପାଲଟିଗଲା ରାକ୍ଷସୀ। ପିଢ଼ାରେ ପିଟି ପିଟି ଶ୍ୱଶୁରକୁ ମାରିଦେଇଥିବା ବେଳେ ସ୍ୱାମୀକୁ ଛୁରି ଭୁସି ଦେଇଥିବା ଅଭିଯୋଗ ହୋଇଛି। ସାମାନ୍ୟ କଥାକୁ କେନ୍ଦ୍ରକରି ପୁରୀ ଜିଲ୍ଲା ପାଟଳଦା ପଞ୍ଚାୟତ ବରଡ଼ି ଗାଁରେ ଘଟିଛି ଏପରି ଅଭାବନୀୟ ଘଟଣା। କାକଟପୁର ଥାନା ପୁଲିସ୍‌ ମାମଲା ରୁଜୁ କରି ଅଭିଯୁକ୍ତ ବୋହୂକୁ ଅଟକ ରଖି ଘଟଣାର ତଦନ୍ତ ଚଳାଇଛି।

ପାଟଳଦା ପଞ୍ଚାୟତ ବରଡ଼ି ଗାଁ ଶରତ ନାୟକଙ୍କ ପୁଅ ସନ୍ଦୀପ ଗତବର୍ଷ ନାଶିକେଶ୍ୱର ଗାଁର ରୋଜାଲିନ ନାୟକଙ୍କୁ ପ୍ରେମ ବିବାହ କରିଥିଲେ। ମାତ୍ର ବିବାହ ପରେ ସେମାନଙ୍କ ସାଂସାରିକ ରଥ୍‌ ଠିକ୍‌ ଭାବେ ଚାଲୁନଥିଲା। ଅନେକ ସମୟରେ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ କଳହ ଲାଗୁଥିଲା। ଗତ ୧୩ ତାରିଖରେ ସନ୍ଦୀପ ଘରେ ଥିଲେ। ଏହି ସମୟରେ ରୋଜାଲିନ ଏକ ଛୁରିରେ ତାଙ୍କୁ ଭୁସି ଦେଇଥିଲେ। ଫଳରେ ସେ ଗୁରୁତର ଆହତ ହୋଇଥିଲେ। ତାଙ୍କୁ କଟକ ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା।

୧୫ ତାରିଖ ରାତିରେ ଶରତ ପୁଅ ପାଖରୁ ମେଡିକାଲରୁ ଘରକୁ ଫେରିଥିଲେ। ଗତକାଲି ରାତିରେ ବୋହୂ ଓ ଶ୍ୱଶୁରଙ୍କ ମଧ୍ୟରେ କୌଣସି କଥାକୁ ନେଇ ପାଟିତୁଣ୍ଡ ହୋଇଥିଲା। ରାତିରେ ଶୋଇଥିବା ବେଳେ ରୋଜାଲିନ ଏକ ପିଢ଼ାରେ ଶରତଙ୍କୁ ପିଟି ଦେଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।

ଗାଁ ଲୋକଙ୍କଠାରୁ ଖବର ପାଇ କାକଟପୁର ଥାନା ପୁଲିସ୍‌ ସାଇଣ୍ଟିଫିକ୍‌ ଟିମ୍‌ ସହାୟତାରେ ଘଟଣା ସ୍ଥଳରେ ପହଞ୍ଚିଛି। ସେଠାରୁ ଗୋଟିଏ ଛୁରି ଓ ଗୋଟିଏ ପିଢ଼ା ଜବତ କରିଛି। ଅଭିଯୁକ୍ତ ରୋଜାଲିନିକୁ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଛି।



from OdishaReporter https://ift.tt/2mlFyeG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages