ବ୍ଲାକ୍‌ମେଲ୍‌ କରି ଭାଇରାଲ୍‌ କରିଥିଲା ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 17, 2018

ବ୍ଲାକ୍‌ମେଲ୍‌ କରି ଭାଇରାଲ୍‌ କରିଥିଲା ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ

ଭଦ୍ରକ (ତପନ ସ୍ୱାଇଁ): କ୍ଲାସ୍‌ରେ ବସିଛନ୍ତି। ସବୁ ସୀମା ପାର୍‌ କରି ପରସ୍ପରକୁ କିସ୍‌ ଦେଉଛନ୍ତି। କିସ୍‌କୁ ଲକ୍ଷ୍ୟ କଲେ ଜଣାପଡ଼ୁଛି ଉଭୟ ପରସ୍ପରକୁ ବହୁ ଭଲ ପାଉଥିବେ। ହେଲେ କ’ଣ ହେଲା କେଜାଣି, ଛାତ୍ର ଜଣକ ସହପାଠୀଙ୍କର ସେହି ଅନ୍ତରଙ୍ଗ ମୁହୂର୍ତ୍ତର ଭିଡ଼ିଓ ଓ ଫଟୋକୁ ଭାଇରାଲ୍‌ କରିଦେଲା। ଏନେଇ ଅଭିଯୋଗ ହେବା ପରେ ଭଦ୍ରକ ଜିଲ୍ଲା ଧାମନଗର ଥାନା ପୁଲିସ ମାମଲା ରୁଜୁ କରି ଆଜି ଅଭିଯୁକ୍ତକୁ ଗିରଫ କରିଛି। ଏପରିକି ଭାଇରାଲ୍‌ କରାଯାଇଥିବା ଆଣ୍ଡ୍ରଏଡ୍‌ ଫୋନ୍‌ରୁ ଡାଟା ସଂଗ୍ରହ ପାଇଁ ଉଦ୍ୟମ ଚାଲିଛି ବୋଲି ପୁଲିସ କହିଛି।

ଧାନମନଗର ଥାନା ଅଞ୍ଚଳର ଜଣେ ଛାତ୍ରୀ ଯାଜପୁର ଜିଲ୍ଲାର ଏକ ପ୍ରତିଷ୍ଠିତ କଲେଜରେ ଯୁକ୍ତ ୩ର ପ୍ରଥମ ବର୍ଷରେ ପଢନ୍ତି। ତାଙ୍କ ସହିତ ବନ୍ଧୁତ୍ୱ କରନ୍ତି ଉକ୍ତ କଲେଜରେ ଯୁକ୍ତ ୩ ବର୍ଷର ଜଣେ ଛାତ୍ର। ପରେ ସମ୍ପର୍କ ଆଗକୁ ବଢ଼େ। ଉଭୟ ସାଥୀ ହୋଇ ବୁଲନ୍ତି। ଶେଷରେ ସମ୍ପର୍କ ଏପରି ନିବିଡ଼ ହେଲା ଯେ କ୍ଲାସ୍‌ ରୁମ୍‌ରେ ଦୁହେଁ ପରସ୍ପରକୁ କିସ୍‌ ଦେଉଥିଲେ। ଯାହାକୁ ମୋବାଇଲ୍‌ରେ କଏଦ କରି ରଖିଥିଲେ। ମାତ୍ର ସେମାନଙ୍କ ମଧ୍ୟରେ କ’ଣ ହେଲା କେଜାଣି ଉଭୟ ପରସ୍ପରଠାରୁ ଦୂରେଇ ଗଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ଛାତ୍ର ଜଣକ ଅଶ୍ଲୀଳ ଭିଡିଓ ଓ ଫଟୋକୁ ଭାଇରାଲ୍‌ କରିଦେଇଥିଲେ। ଏନେଇ ଛାତ୍ରୀ ଜଣକ ଧାମନଗର ଥାନାରେ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତ ଛାତ୍ରଙ୍କୁ ଗିରଫ କରିଛି।



from OdishaReporter https://ift.tt/2L6xnSo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages