
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ବିକ୍ରି ହେଉଥିବା ମାଛରେ ଫର୍ମାଲିନ୍ ମିଶିଥିବାର ପ୍ରମାଣ ଏ ପର୍ଯ୍ୟନ୍ତ ମିଳିନାହିଁ। ତେଣୁ ଫାର୍ମଲିନ୍ ମିଶା ମାଛ ବଜାରରେ ବିକ୍ରିକୁ ନେଇ ଆତଙ୍କିତ ହେବାର କୌଣସି କାରଣ ନାହିଁ ବୋଲି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି।
ଆଜି ଏ ନେଇ ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ ଶ୍ରୀଜେନା କହିଛନ୍ତି ଯେ, ରାଜ୍ୟରେ ବିକ୍ରି ହେଉଥିବା ମାଛରେ ବିଷାକ୍ତ ଫର୍ମାଲିନ୍ ମିଶୁଥିବା ନେଇ ଖବର ପ୍ରକାଶ ପାଇବା ପରେ ରାଜ୍ୟ ସରକାର ପଦକ୍ଷେପ ନେଇଥିଲେ। ଏଥିପାଇଁ ରାଜ୍ୟର ୨୦ଟି ଜିଲ୍ଲାରୁ ସଂଗୃହୀତ ୧୩୭ଟି ମାଛ ନମୂନା ମଧ୍ୟରୁ ୮୯ଟି ନମୂନାର ପରୀକ୍ଷା କରାଯାଇଛି ଓ ସେଥିରେ ଫର୍ମାଲିନ୍ ମିଶିନଥିବା ଜଣାପଡ଼ିଛି। ରାଜ୍ୟ ସରକାରଙ୍କର ନିଜସ୍ୱ ସାର୍ଟିଫାଏଡ୍ ପରୀକ୍ଷାଗାରରେ ଏହି ନମୂନାଗୁଡ଼ିକର ପରୀକ୍ଷା ହୋଇଥିଲା। ଖାଦ୍ୟ ସୁରକ୍ଷା କମିଶନର ଅର୍ଚ୍ଚନା ପଟ୍ଟନାୟକଙ୍କ ତତ୍ୱାବଧାନରେ ଏହି ନମୂନା ଯାଂଚ ପ୍ରକ୍ରିୟା ଜାରି ରହିଛି ଓ ଆଗକୁ ମଧ୍ୟ ଜାରି ରହିବ ବୋଲି ମନ୍ତ୍ରୀ ଶ୍ରୀଜେନା କହିଛନ୍ତି।
from OdishaReporter https://ift.tt/2Obljx5
No comments:
Post a Comment