ଉତ୍ତର ପ୍ରଦେଶରେ ସପା-ବିଏସ୍‌ପି ମେଣ୍ଟକୁ ଚେକ୍‌ ଦେବାକୁ ବିଜେପିର ପ୍ଲାନ୍‌ ’ବି’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 23, 2018

ଉତ୍ତର ପ୍ରଦେଶରେ ସପା-ବିଏସ୍‌ପି ମେଣ୍ଟକୁ ଚେକ୍‌ ଦେବାକୁ ବିଜେପିର ପ୍ଲାନ୍‌ ’ବି’

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ଉପନିର୍ବାଚନରେ ବିଜେପିକୁ ମାତ୍‌ଦେଇ ଆସନ ଛଡ଼ାଇ ନେଇଥିବା ସମାଜବାଦୀ ପାର୍ଟି (ସପା) ଓ ବହୁଜନ ସମାଜବାଦୀ ପାର୍ଟି (ବିଏସ୍‌ପି)କୁ ଚେକ୍‌ ଦେବାକୁ ଏବେ ଦଳ ପକ୍ଷରୁ ନୂଆ ରଣନୀତି ଆପଣାଯାଇଛି। ଆସନ୍ତା ୨୦୧୯ ସାଧାରଣ ନିର୍ବାଚନରେ ଯେମିତି ବୁଆ (ମାୟାବତୀ) ଓ ବବୁଆ (ଅଖିଲେଶ ଯାଦବ) ଯୋଡ଼ି ସଫଳତା ପାଇବେ ନାହିଁ ସେଥିପାଇଁ ବିଜେପି ପ୍ଲାନ ‘ବି’ ଆପଣାଇବାକୁ ଯାଉଛି। ଏହି ପ୍ଲାନ ଅନୁଯାୟୀ ବିଜେପି ମେଣ୍ଟ ପ୍ରାର୍ଥୀଙ୍କୁ ମାତ୍‌ଦେବାକୁ ଉତ୍ତର ପ୍ରଦେଶରେ ଦଳର ଶକ୍ତିଶାଳୀ ଓ ଲୋକପ୍ରିୟ ମନ୍ତ୍ରୀମାନଙ୍କୁ ପ୍ରାର୍ଥୀ କରିବ। ସେହିପରି ଦଳର ବରିଷ୍ଠ ନେତାଙ୍କୁ ଦଳ ନିର୍ବାଚନ ମଇଦାନକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଛି। ବିଜେପିର ଜଣେ ବରିଷ୍ଠ ନେତାଙ୍କ କହିବା ଅନୁଯାୟୀ, ୨୦୧୯ରେ ବିଜେପିକୁ ହରାଇବା ପାଇଁ ଏବେ ସବୁ ରାଜନୀତିକ ଦଳ ଏକାଠି ହୋଇଛନ୍ତି। ଉତ୍ତର ପ୍ରଦେଶରେ ସପା ଓ ବିଏସ୍‌ପି ଏକାଠି ବିଜେପି ବିରୋଧରେ ଲଢ଼ିବେ ବୋଲି ଚର୍ଚ୍ଚା ହେଉଛି। ବିଜେପି ପ୍ରଥମେ ଏଭଳି ମେଣ୍ଟ କେମିତି ନ ହେବ ସେଥିପାଇଁ ଚେଷ୍ଟା କରିବ। ଯଦି ବି ମେଣ୍ଟ ହେଉଛି, ତା’ହେଲେ ଏହାକୁ ମୁକାବିଲା କରିବାକୁ ଦଳ ପ୍ଲାନ ’ବି’ ଆପଣାଇବ। ଦଳର ହାଇକମାଣ୍ଡ ସୂଚନା ଦେଇଛନ୍ତି ଯେ ପୂର୍ବଥର ଟିକେଟ୍‌ ପାଇଥିବା ୫୦% ନେତା ଏଥର ବାଦ ପଡ଼ିବେ। ତେଣୁ ଏଥର ନୂଆ ଓ ଲୋକପ୍ରିୟ ନେତାଙ୍କୁ ଦଳ ପ୍ରାର୍ଥୀ କରିବ। ଏହାଦ୍ୱାର ଦଳ ଉତ୍ତର ପ୍ରଦେଶରେ ୨୦୧୪ ପରି ନିଜର ଦବଦବା ପ୍ରଦର୍ଶନ କରିପାରିବ। ଯଦି ବିଜେପି ଉତ୍ତର ପ୍ରଦେଶରେ ଭଲ କରିବ, ତା’ହେଲେ ପୁଣି ଥରେ ଏନ୍‌ଡିଏ କେନ୍ଦ୍ରରେ କ୍ଷମତା ଦଖଲ କରିପାରିବ ବୋଲି ସେ କହିଛନ୍ତି। ତଦ୍‌ନୁଯାୟୀ ବର୍ତ୍ତମାନ ଯୋଗୀ ସରକାରଙ୍କ ମନ୍ତ୍ରିମଣ୍ଡଳରେ ଥିବା ସତୀଶ ମହାନା, ଏସ୍‌ପି ସାହି, ଦାରା ସିଂହ ଚୌହ୍ୱାନ୍‌, ଏସ୍‌ପିଏସ୍‌ ବାଘଲେ ଓ ବାଚସ୍ପତି ହରଦିୟା ନାରାଇନ୍‌ ଦୀକ୍ଷିତ ପ୍ରମୁଖଙ୍କୁ ୨୦୧୯ ଲୋକସଭା ନିର୍ବାଚନରେ ପ୍ରାର୍ଥୀ କରିପାରେ।

ଉଲ୍ଲେଖଯୋଗ୍ୟ, ଗୋରଖପୁର ଓ ଫୁଲପୁର ଲୋକସଭା ଆସନ ସର୍ବଦା ବିଜେପି ଦଖଲରେ ରହୁଥିବା ବେଳେ ଉପନିର୍ବାଚନରେ ସପା ଓ ବିଏସ୍‌ପି ମେଣ୍ଟ ଦଳଠାରୁ ଏହାକୁ ଛଡ଼ାଇ ନେଇଛନ୍ତି।



from OdishaReporter https://ift.tt/2uWg7Eh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages