ଧରାପଡ଼ିବ କି ଟିଟୋର ପଲିଟିକାଲ୍‌ ଲିଙ୍କ୍‌? ବାପୁ ଗିରଫ ହେବା ପରେ ଦାମ କହିଲେ ଏମିତି କଥା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, July 28, 2018

ଧରାପଡ଼ିବ କି ଟିଟୋର ପଲିଟିକାଲ୍‌ ଲିଙ୍କ୍‌? ବାପୁ ଗିରଫ ହେବା ପରେ ଦାମ କହିଲେ ଏମିତି କଥା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଧୀରେ ଧୀରେ ଗ୍ୟାଙ୍ଗଷ୍ଟର ଟିଟୋ ସହ ରାଜନେତା ଓ ଅଫିସରଙ୍କ ଲିଙ୍କର ଗୁମର ଖୋଲୁଛି। ଏପଟେ କୁଖ୍ୟାତ ଅପରାଧୀ ବାପୁ ପରିଡ଼ାକୁ କ୍ରାଇମବ୍ରାଞ୍ଚ ଏସ୍‌ଟିଫ୍ ଗିରଫ କରିବା ପରେ ସାମ୍ନାକୁ ଆସୁଛି ଗୋଟିଏ ପରେ ଗୋଟିଏ ଚାଞ୍ଚଲ୍ୟକର ତଥ୍ୟ। ହତ୍ୟା ଧମକ ସହ ଦାଦାବଟି ଆଦାୟ ଅଭିଯୋଗରେ ଗିରଫ ହୋଇଥିବା ବାପୁ ପାରାଦୀପ ସ୍ଥିତ ନିରାକାର ଡମ୍ପର ଆସୋସିଏସନର ସମ୍ପାଦକ ଅଛନ୍ତି। ଟିଟୋର ଅନ୍ୟତମ ବଡ଼ ସହଯୋଗୀ ଥିବା ବାପୁ ବିରୋଧରେ ରହିଛି ୨୮ରୁ ଅଧିକ ସଙ୍ଗିନ ମାମଲା।

ବାପୁର ବିଜେଡି ଲିଙ୍କ୍ ମଧ୍ୟ ରହିଛି। ବେକରେ ବିଜେଡି ପତାକା ଲଗାଇ ଦଳର ହେଭିୱେଟ୍‌ ନେତା ଡା. ଦାମୋଦର ରାଉତଙ୍କ ସହ ବାପୁ ଥିବା ଫଟୋ ଦେଖିବାକୁ ମିଳିଛି।

ବିଜେଡିର ବରିଷ୍ଠ ନେତା ଡା. ରାଉତ କହିଛନ୍ତି,“ବାପୁ ପରିଡ଼ା ସହ ଟିଟୋର କୌଣସି ସମ୍ପର୍କ ନାହିଁ। ଟିଟୋକୁ ସେ କେବେ ଦେଖିନି। ଟିଟୋ ସହ ଘନିଷ୍ଠ ସମ୍ପର୍କ ଥିବା କିଛି ଲୁଟେରାଙ୍କ ବିରୋଧରେ ବାପୁର ସାକ୍ଷୀ ଦେବାର ଥିଲା। ସେଥିପାଇଁ ତାକୁ ଚକ୍ରାନ୍ତ କରି ସେମାନେ ଗିରଫ କରାଇଛନ୍ତି।”

ସେ ଆହୁରି କହିଛନ୍ତି-“ଟିଟୋକୁ ପାରାଦୀପରେ କିଏ କୋଠା କିଣାଇଦେଇ ଥିଲେ? ତାଙ୍କ ପିଲାଙ୍କୁ ବ୍ୟବହାର କରି ଟଙ୍କା ଆଦାୟ ସହ ମାରପିଟ୍ କରୁଥିଲେ? ସେ ଲୋକଙ୍କୁ ସମସ୍ତେ ଜାଣିଛନ୍ତି। ତାଙ୍କୁ ଡାକରା ହେଉନି କି ପଚରାଉଚରା କରାଯାଉନି। ଯିଏ ଅନ୍ୟାୟ କରିବେ, ସିଏ ଧରା ପଡ଼ିବେ।”



from OdishaReporter https://ift.tt/2AfJQOi

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages