ଏହି ପ୍ରଣାଳୀରେ ଘରେ ହିଁ ରାନ୍ଧନ୍ତୁ ‘ମାଟିହାଣ୍ଡି ଶୁଖୁଆ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 22, 2018

ଏହି ପ୍ରଣାଳୀରେ ଘରେ ହିଁ ରାନ୍ଧନ୍ତୁ ‘ମାଟିହାଣ୍ଡି ଶୁଖୁଆ’

sukhhua copy

ଆବଶ୍ୟକ ସାମଗ୍ରୀ: ଅଦାବଟା, ଛୋଟ ଛୋଟ ପିଆଜ କଟା, ରସୁଣ ବଟା, ସୋରିଷ ବଟା, କଞ୍ଚା ଲଙ୍କା ବଟା, ଲଙ୍କା ପାଉଡର, ଲୁଣ, ଟମାଟୋ କଟା, ଧନିଆ ପତ୍ର, ହଳଦୀ ଗୁଣ୍ଡ, ଲୁଣ, ବଡ଼ି, ପୋଇ ଡଙ୍କ ଭଜା, ମାଟି ଆଳୁ ଓ ସାରୁ ସିଝା, ଲୁଣି ଶୁଖୁଆ (ପଥର ମୁଣ୍ଡି)।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଶୁଖୁଆକୁ ଭଲ ଭାବେ ଧୋଇ ଦିଅନ୍ତୁ। ପାଣି ନିଗିଡ଼ି ଯିବା ପରେ ତାକୁ ଭାଜି ଦିଅନ୍ତୁ। ତା’ପରେ ଚୁଲିରେ ଏକ ମାଟି ହାଣ୍ଡି ବସାଇ ସେଥିରେ ସୋରିଷ ତେଲ ପକାନ୍ତୁ। ତେଲ ଗରମ ହୋଇଯିବା ପରେ ସେଥିରେ କଟା ପିଆଜ ପକାନ୍ତୁ। ପିଆଜ ଭାଜି ହୋଇଯିବା ପରେ ସେଥିରେ ରସୁଣ ବଟା ପକାଇ ଗୋଳାଇ ଦିଅନ୍ତୁ। ତା’ପରେ ସେଥିରେ ଅଦା ବଟା, ଲଙ୍କା ଗୁଣ୍ଡ ଓ ଅଳ୍ପ ପାଣି ଦିଅନ୍ତୁ ଏବଂ କଷନ୍ତୁ। ମସଲା ଅଳ୍ପ କଷି ହୋଇଯିବା ପରେ ସେଥିରେ ଟମାଟୋ,  ପକାନ୍ତୁ। ଟମାଟୋ ନରମ ହୋଇ ଆସିଲେ ସେଥିରେ ହଳଦୀ ଗୁଣ୍ଡ, ପୂର୍ବରୁ ଭଜା ହୋଇ ରଖା ଯାଇଥିବା ମାଟିଆଳୁ ଓ ସାରୁ ପକାନ୍ତୁ। ଏହାପରେ ସେଥିରେ ଅଳ୍ପ ସୋରିଷ ବଟା, ସ୍ୱାଦ ଅନୁସାରେ ଲୁଣ (ମନେ ରଖିବେ ଲୁଣି ଶୁଖୁଆ ହୋଇଥିଲେ ଅଳ୍ପ ଲୁଣ ଦେବେ), ପୂର୍ବରୁ ଭଜା ହୋଇ ରଖା ଯାଇଥିବା ପୋଇ ଡଙ୍କ ପକାନ୍ତୁ। ତା’ପରେ ସେଥିରେ ପାଣି ଦେଇ ଦିଅନ୍ତୁ। ପରିବା ସିଝିଯିବା ପରେ ବଡ଼ି ଓ ଭଜା ହୋଇ ରଖା ଯାଇଥିବା ଶୁଖୁଆ ପକାଇ ଦିଅନ୍ତୁ ଓ କିଛି ସମୟ ଫୁଟିବାକୁ ଛାଡ଼ି ଦିଅନ୍ତୁ। ପାଣି ମରି ଯାଇ ତରକାରି ବହଳିଆ ହୋଇଗଲେ ହାଣ୍ଡିକୁ ଓହ୍ଲାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ମାଟି ହାଣ୍ଡି ଶୁଖୁଆ। ଏବେ ଏହାକୁ ଏକ ପାତ୍ରକୁ କାଢ଼ି ଧନିଆ ପତ୍ର ପକାଇ ଦିଅନ୍ତୁ। ଏବେ ଏହାକୁ ନିଜେ ଖାଆନ୍ତୁ ଓ ଅନ୍ୟମାନଙ୍କୁ ଖୁଆନ୍ତୁ।



from OdishaReporter https://ift.tt/2O4ou9H

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages