
ମାଲକାନଗିରି (ଜିତେନ୍ଦ୍ର ବେଉରା): ଆସନ୍ତା ୨୬ ତାରିଖରେ ଗୁରୁପ୍ରିୟା ସେତୁର ଉଦ୍ଘାଟନ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଉଦ୍ଘାଟନ କରିବେ। ଏନେଇ ସୂଚନା ଦେଇଛନ୍ତି ମାଲକାନଗିରି ଜିଲ୍ଲା ବିଜେଡି ସଭାପତି ତଥା ସ୍ଥାନୀୟ ବିଧାୟକ ମାନସ ମାଡ଼କାମୀ।
ଗତ ୧୮ ତାରିଖରେ ଏହି ସେତୁ ଉଦ୍ଘାଟନ ହେବା ନେଇ ସ୍ଥିର ହୋଇଥିଲା। ତେବେ ବର୍ଷା ପାଇଁ ଏହାକୁ ସ୍ଥଗିତ ରଖାଯାଇଥିଲା।
ଏହାସହ ମାଲକାନଗିରି ଜିଲ୍ଲା ସଦର ମହକୁମାରେ ୩୦୦ ଶଯ୍ୟା ବିଶିଷ୍ଟ ମୁଖ୍ୟ ଚିକିତ୍ସାଳୟକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋରସୋରରେ ଚାଲିଛି। ତେବେ ଏହାକୁ ବିରୋଧ କରି କଂଗ୍ରେସ ପକ୍ଷରୁ ସେହିଦିନ ଚିତ୍ରକୋଣ୍ଡା ବନ୍ଦ ଡାକରା ଦିଆଯାଇଛି।
from OdishaReporter https://ift.tt/2A4jP4A
No comments:
Post a Comment