ଅଧାରୁ ବନ୍ଦ ହୋଇଯାଇଛି ଏହି ଚର୍ଚ୍ଚିତ ଅଭିନେତାଙ୍କ ଅନେକ ଫିଲ୍ମ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 22, 2018

ଅଧାରୁ ବନ୍ଦ ହୋଇଯାଇଛି ଏହି ଚର୍ଚ୍ଚିତ ଅଭିନେତାଙ୍କ ଅନେକ ଫିଲ୍ମ

ମୁମ୍ବାଇ: ହିନ୍ଦୀ ଫିଲ୍ମ ଜଗତରେ ଦକ୍ଷ ବା ଲୋକପ୍ରିୟ ଅଭିନେତାମାନଙ୍କ ମଧ୍ୟରେ ନସିରୁଦ୍ଦିନ ଶାହ ଜଣେ।  ସେ ପାଖାପାଖି ୨୨୭ କିମ୍ବା ତା ଠାରୁ ଅଧିକ ଫିଲ୍ମରେ କାମ କରିଛନ୍ତି। ଆଉ ଅନେକ ଫିଲ୍ମ ତାଙ୍କର ସୁପରହିଟ୍‌ ବି ହୋଇଛି।  କିନ୍ତୁ ଜାଣିଛନ୍ତି କି ତାଙ୍କର ଏମିତି ଅନେକ ଫିଲ୍ମ ଯାହାକି କୌଣସି କାରଣରୁ ରିଲିଜ୍‌ ହୋଇପାରିନି କିମ୍ବା ଫିଲ୍ମରୁ ତାଙ୍କ ସିନ୍‌ କଟା ହୋଇଛି। ତେବେ ଚାଲନ୍ତୁ ଜାଣିବା ସେହି ଫିଲ୍ମ ଗୁଡ଼ିକ ବିଷୟରେ।

-‘ସପନୋ କା ସୌଦାଗର’(୧୯୬୮)ଫିଲ୍ମରେ ନସିରୁଦ୍ଦିନ୍‌ ଅଭିନୟ କରିଥିଲେ। ସେତେବେଳେ ତାଙ୍କୁ ମାତ୍ର ୧୮ ବର୍ଷ ହୋଇଥିଲା। କିନ୍ତୁ ଫିଲ୍ମର ଏଡିଟିଂ ସମୟରେ ତାଙ୍କ ସିନ୍‌ କାଟି ଦିଆଯାଇଥିଲା। ଏଥିରେ ରାଜ୍‌ କପୁର ଓ ହେମାମାଳିନୀ ଲିଡ୍ ଚରିତ୍ରରେ ଅଭିନୟ କରିଥିଲେ।

-‘ତେରେ ଶହର ମୈ’(୧୯୮୫)ଫିଲ୍ମରେ ନାସିରଙ୍କ ସହ ସ୍ମିତା ପାଟିଲ୍‌, ଦିପ୍ତୀ ନବଲ, କୁଳଭୁଷଣ୍‌ ଖରବନ୍ଦା, ସୋନୁ ୱାଲିଆ  ଥିଲେ।  ଏହି ଫିଲ୍ମର ନିର୍ଦ୍ଦେଶକ ଥିଲେ ସାଗର ସରହଦୀ।  ଫିଲ୍ମ ପ୍ରଡ୍ୟୁସର ଫାଇନାନ୍ସରଙ୍କ ଠାରୁ ଟଙ୍କା ନେଇଥିଲେ କିନ୍ତୁ ଫେରେଇ ପାରିନଥିବାରୁ ଫାଇନାନ୍ସର ତାଙ୍କ ଠାରୁ ଫିଲ୍ମର ନେଗେଟିଭ୍‌ ରିଲ୍‌ ନେଇଯାଇଥିଲେ। ସେ ଫିଲ୍ମ ଆଉ କେବେ ରିଲିଜ୍‌ ହୋଇପାରିନଥିଲା।

-ଫିଲ୍ମ ‘ମାସୁମ୍‌ ଗବାହ’(୧୯୯୦)ରେ ସେ ଅଭିନୟ କରିଥିଲେ। କିନ୍ତୁ ଏହି ଫିଲ୍ମର ନିର୍ଦ୍ଦେଶକ ଏମ୍‌ ଏମ୍‌ ବେଗ୍‌ଙ୍କ ସହ କୌଣସି କଥାକୁ ନେଇ ନାସିର୍‌ଙ୍କ ସହ ଗଣ୍ଡଗୋଳ ହୋଇଯାଇଥିଲା ଓ ସେ ନିର୍ଦ୍ଦେଶକଙ୍କୁ ମୁଥା ମାରିଥିଲେ। ଏଥିରେ ନିର୍ଦ୍ଦେଶକ ଖୁବ୍‌ ରାଗିଯାଇଥିଲେ। ଏହା ସହ ଅନ୍ୟ କେତେକ କାରଣ ଯୋଗୁ ଫିଲ୍ମ କେବେ ରିଲିଜ୍‌ ହୋଇପାରି ନଥିଲା।

-ନସିର୍‌ଙ୍କ ଅଭିନୀତ ଫିଲ୍ମ ‘ଦୟାଳୁ’(୧୯୯୦)  ଅଧାରୁ ବନ୍ଦ ହୋଇଯାଇଥିଲା।  ଏଥିରେ ମାଧବୀ, ସୁରେଶ ଓବେରୟେ ଅଭିନୟ କରିଥିଲେ।

-‘ପାବନ୍ଦୀ’(୧୯୯୦) ଫିଲ୍ମରେ ନସିର୍‌ ଅଭିନୟ କରିଥିଲେ। କିନ୍ତୁ ଅର୍ଥ ଅଭାବରୁ ଫିଲ୍ମ ଅଧାରୁ ବନ୍ଦ ହୋଇଯାଇଥିଲା।

-‘ଜବ୍‌ ଫ୍ୟାର୍‌ କିୟା ତୋ ଡର୍‌ନା କିୟା’(୧୯୯୨)  ଫିଲ୍ମରେ ନସିର ଅଭିନୟ କରିଥିଲେ। କିନ୍ତୁ ଫିଲ୍ମ ଟି ୬୦ ପ୍ରତିଶତ ସୁଟିଂ ହୋଇଯିବା ପରେ ବି ଅଧାରୁ ବନ୍ଦ ହୋଇଯାଇଥିଲା। ଏହି ଫିଲ୍ମରେ ଚନ୍ଦ୍ରଚୁଡ଼ ବି ଅଭିନୟ କରିଥିଲେ।

– ନସିର୍‌ଙ୍କ ଅଭିନୀତ ‘୧୦୧ ଡେଜ୍‌’ (୧୯୯୨) ଫିଲ୍ମର ଗୀତ ରିଲିଜ୍‌ ହୋଇସାରିଥିଲା କିନ୍ତୁ ଫିଲ୍ମ ରିଲିଜ୍ ହୋଇ ପାରିନଥିଲା।

-ନସିରଙ୍କ ଅଭିନୀତ ଫିଲ୍ମ ‘ବନ୍ଧୁଆ’(୧୯୯୩) ବି କେବେ ରିଲିଜ୍‌ ହୋଇନଥିଲା।  ଏଥିରେ ତାଙ୍କ ସହ ଅମିତାବ ବଚ୍ଚନ ଓ ମାଧୁରୀ ଦୀକ୍ଷିତ୍‌ ଥିଲେ।

-ନସିର୍‌ଙ୍କ ଅଭିନୀତ ‘ଗେହ୍‌ରାଇ’ (୧୯୯୪) ଫିଲ୍ମ ମଧ୍ୟ କେବେ ରିଲିଜ୍‌ ହୋପାରିନଥିଲା।  ଏଥିରେ ତାଙ୍କ ସହ ସୁନୀଲ୍‌ ସେଟ୍ଟୀ, ରବିନା ଟଣ୍ଡନ, ଅନୁପମ୍‌ ଖେର୍‌ ଥିଲେ।

-ନସିର୍‌ଙ୍କ ‘ଗରମ୍‌ ହାୱା’ ଫିଲ୍ମରେ ଅଭିନୟ କରିଥିଲେ। ଏଥିରେ ତାଙ୍କ ସହ ପୂଜାଭଟ୍ଟ ଓ ପରେଶ୍‌ ରାୱଲ୍‌ ଥିଲେ। ଏହାର ନିର୍ଦ୍ଦେଶନା ଦେଇଥିଲେ ମହେଶ୍‌ ଭଟ୍ଟ କିନ୍ତୁ ଫିଲ୍ମ କେବେବି ରିଲିଜ୍‌ ହୋଇପାରିଲା ନାହିଁ।

-‘ୟାରୋ କା ୟାର୍‌’ (୧୯୯୫)ରେ ନସିର ଅଭିନୟ କରିଥିଲେ। ଫିଲ୍ମର ୧୩ ଟି ରିଲ୍‌ ଶୁଟିଂ ସରିଯାଇଥିଲେ ମଧ୍ୟ ଫିଲ୍ମଟି ରିଲିଜ୍‌ ହୋଇପାରିନଥିଲା।

-‘ଏକ୍‌ ଔର ଭିଷ୍ମା’(୧୯୯୬)ରେ  ବି ନସିର ଅଭିନୟ କରିଥିଲେ।  ୬ ରିଲ୍‌ ଶୁଟିଂ ବି ହୋଇସାରିଥିଲା କିନ୍ତୁ କୌଣସି କାରଣରୁ ଫିଲ୍ମଟି ବନ୍ଦ ହୋଇଯାଇଥିଲା।

-‘ଏକ୍ସଚେଞ୍ଜ୍‌ ଅଫର’ (୨୦୦୮) ରେ ନସିରୁଦ୍ଦିନ୍‌ ଅଭିନୟ କରିଥିଲେ।  ଏଥିରେ ତାଙ୍କ ସହ ରାହୁଲ୍‌ ବୋଷ୍‌, ଇଶା ଦେଓଲ, ପରେଶ ରାୱଲ ଓ ଓମ୍‌ପୁରୀ ଥିଲେ।  ଶିବମ ନାୟର ନିର୍ଦ୍ଦେଶକ ଥିଲେ।  କିନ୍ତୁ ଏହି ପିଲ୍ମ ସମ୍ପୂର୍ଣ୍ଣ ହୋଇ ପାରି ନଥିଲା।

କେବଳ ନିଜ ଦେଶର ନୁହେଁ ସେ ଏମିତି ଅନେକ ଅନ୍ତର୍ଜାତୀୟ ପ୍ରୋଜେକ୍ଟରେ ବି ନସିର୍‌ କାମ କରିଛନ୍ତି ଯାହାକି ଅଧାରୁ ବନ୍ଦ ହୋଇଯାଇଛି।

 

 

 



from OdishaReporter https://ift.tt/2uEqehK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages