ଭାରତରେ ଖୁବ୍‌ଶୀଘ୍ର ଲଞ୍ଚ୍‌ ହେବାକୁ ଯାଉଛି Mi A2, ଜାଣନ୍ତୁ କେବେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 25, 2018

ଭାରତରେ ଖୁବ୍‌ଶୀଘ୍ର ଲଞ୍ଚ୍‌ ହେବାକୁ ଯାଉଛି Mi A2, ଜାଣନ୍ତୁ କେବେ

ନୂଆଦିଲ୍ଲୀ: ଚାଇନା ସ୍ମାର୍ଟଫୋନ୍‌ ମେକର ଶାଓମି ଗତକାଲି ସ୍ପେନ୍‌ର ଗ୍ଲୋବାଲ ପ୍ରଡକ୍ଟ ଲଞ୍ଚ୍ ଇଭେଣ୍ଟରେ Mi A2 ଓ Mi A2 lite ଲଞ୍ଚ୍‌ କରିଛି। ଭାରତୀୟ ବଜାରରେ ଏହା କେବେ ଲଞ୍ଚ୍ ହେବ, ତାକୁ ନେଇ ଏବେ ଗ୍ରାହକଙ୍କ ମଧ୍ୟରେ ଆଗ୍ରହ ଦେଖାଦେଇଛି। ଶାଓମି ଇଣ୍ଡିଆର ମୁଖ୍ୟ ଓ କମ୍ପାନୀର ଭାଇସ୍‌ ପ୍ରେସିଡେଣ୍ଟ ମନୁ କୁମାର ଜୈନଙ୍କ ଅନୁଯାୟୀ, ଭାରତୀୟ ବଜାରରେ Mi A2 ଆସନ୍ତା ଅଗଷ୍ଟ ୮ ତାରିଖରେ ପ୍ରବେଶ କରିପାରେ।

ସୂଚନା ଅନୁଯାୟୀୟୀ Mi A2 ଲଞ୍ଚ୍‌ ହେବ କିନ୍ତୁ Mi A2lite ହେବନାହିଁ। Mi A2 lite ସାଧାରଣ ବର୍ଗଙ୍କ ବଜେଟ୍‌କୁ ସୁହାଇଲା ପରି ଏକ ସ୍ମାର୍ଟଫୋନ୍‌, ଯେଉଁଥିରେ ନଚ୍‌ ଡିସପ୍ଲେ ଦିଆଯଆଇଛି।

MiA2 ପୂର୍ବ ମଡେଲ Mi A1 ପରି Android Oneରେ ଚାଲିବ, ଯେଉଁଥିରେ ଲଗାତାର ଭାବେ ଗୁଗଲ୍‌ ତରଫରୁ ସଫ୍ଟୱେୟାର ଓ ସିକ୍ୟୁରିଟି ଅପଡେଟ୍‌ ମିଳିବ। ଦାମ୍‌ କଥା କହିଲେ MI A2ର 4GB ରାମ୍ ଓ 32GB ଇଣ୍ଟରନାଲ୍‌ ମେମୋରି ଭ୍ୟାରିଆଣ୍ଟର ମୂଲ୍ୟ ୨୪୯ ୟୁରୋ ଥିବାବେଳେ 4GB ରାମ୍ ଓ 64GB ଇଣ୍ଟରନାଲ ଷ୍ଟୋରେଜ ଭ୍ୟାରିଆଣ୍ଟର ମୂଲ୍ୟ ୨୭୯ ୟୁରୋ ରହିଛି। ସେହିଭଳି ଟପ୍‌ ଭ୍ୟାରିଆଣ୍ଟ 6GB ରାମ୍‌ ଓ 128GB ମେମୋରିର ମୂଲ୍ୟ ୩୪୯ ୟୁରୋ ରହିଛି। ଭାରତରେ ଏହାର ମୂଲ୍ୟ କେତେ ରହିବ ସେ ନେଇ ଏ ଯାଏ କୌଣସି ସୂଚନା ମିଳିନାହିଁ।

କମ୍ପାନୀର ଦାବି ଅନୁଯାୟୀ, ଏହାର କ୍ୟାମେରା ୨୦ ମେଗା ପିକ୍ସେଲ୍ cernos super pixel technologyରେ କାମ କରେ ଓ ଏଥିରେ ଫଟୋ ବହୁତ ବ୍ରାଇଟ୍‌ କ୍ଲିକ୍‌ ହୁଏ। ୟୁଜର ଏହାକୁ ମାନୁଆଲ୍‌ ମୋଡରେ ମଧ୍ୟ ଏନାବଲ୍ କରିପାରିବେ। ସେଲ୍‌ଫି ପାଇଁ ଏଥିରେ ୨୦ ମେଗାପିକ୍ସେଲ୍‌ର କ୍ୟାମେରା ଦିଆଯାଇଛି। ଏହି ସ୍ମାର୍ଟଫୋନ୍‌ର କ୍ୟାମେରା ଆପ୍‌ରେ ଗୁଗଲ୍ ଲେନ୍ସ ରହିଛି। ଗୁଗଲ୍‌ ଲେନ୍ସ ଏକ ଫିଚର୍ ଯାହା ଅବ୍‌ଜେକ୍ଟକୁ ସ୍କାନ୍‌ କରି ତାହା ବିଷୟରେ ଆପଣଙ୍କୁ ସୂଚନା ଦେଇଥାଏ।



from OdishaReporter https://ift.tt/2uUljcP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages