ବଜ୍ରପାତରେ ୭ ମୃତ, ୪ ଆହତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, July 20, 2018

ବଜ୍ରପାତରେ ୭ ମୃତ, ୪ ଆହତ

ବାଲେଶ୍ୱର/ମୟୂରଭଞ୍ଜ (ଓଡ଼ିଶା ରିପୋର୍ଟର): ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତରେ ୭ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଆହତ ହୋଇଛନ୍ତି। ମୟୂରଭଞ୍ଜ ଜିଲ୍ଲାରେ ବଜ୍ରପାତରେ ୩ ଜଣଙ୍କ ମୃତ୍ୟୁ ଘଟିଛି। ବୈଶିଙ୍ଗା ବ୍ଲକ୍‌ ବଡ଼ଶାଳ ଗାଁରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ମହେଶ୍ୱରପୁରରେ ଜଣଙ୍କର ମୃତ୍ୟୁ ହୋଇଛି। ବେତନଟୀରର ଛୁରୁଣୀ ପଦ୍ମଲୋଚନ ହାଇସ୍କୁଲର ଜଣେ ଛାତ୍ରୀ ବଜ୍ରପାତରେ ଆହତ ହୋଇଛନ୍ତି। ଖୁଣ୍ଟା ଥାନା ଅନ୍ତର୍ଗତ ଚୂନଡ଼ିହା ଗାଁରେ ଜଣଙ୍କର ମୃତ୍ୟୁ ଘଟିଛି।

ବାଲେଶ୍ୱର ଜିଲ୍ଲାରେ ୩ ଜଣଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରୁ ଦୁଇ ଜଣ ବସ୍ତା ବ୍ଲକ୍‌ ବରୁଣଗଡ଼ିଆ ପଞ୍ଚାୟତର। ବଜ୍ରପାତ ବେଳେ ଦୁହେଁ ବିଲରେ କାମ କରୁଥିଲେ। ସୋରର ଶିଙ୍ଗାଖୁଣ୍ଟାରେ ବଜ୍ରପାତରେ ଜଣେ ବୃଦ୍ଧାଙ୍କ ମୃତ ଘଟିଥିବା ବେଳେ ଶ୍ରୀଜଙ୍ଗରେ ଜଣେ ଯୁବତୀ ଆହତ ହୋଇଛନ୍ତି।

ସେହିପରି ଖୋର୍ଦ୍ଧା ଜିଲ୍ଲା ମାଣିକପୁରରେ ବଜ୍ରପାତରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି।

 



from OdishaReporter https://ift.tt/2A1UCrg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages