
ମୁମ୍ବାଇ: ରଣବୀର କପୁରଙ୍କ ଅଭିନୀତ ଫିଲ୍ମ ‘ସଞ୍ଜୁ’ର ସଫଳତାରେ ବାପା ରିଷି କପୁର ବେଶ୍ ଖୁସି ଅଛନ୍ତି। ରିଷି ଏହି ସଫଳତାର ଶ୍ରେୟ ପୁଅ ରଣବୀର ଓ ନିର୍ଦ୍ଦେଶକ ରାଜ୍କୁମାର ହିରାନୀଙ୍କୁ ଦେଇଛନ୍ତି। କିନ୍ତୁ ଜାଣିଛନ୍ତି କି ରିଷି ଥରେ ହିରାନୀଙ୍କ ଉପରେ ଖୁସି ହୋଇ ତାଙ୍କ ମା’ଙ୍କ ଗୋଡ଼ ଧରି ପକେଇଥିଲେ। ଆଉ ଏକଥା ହୁଏତ ଖୁବ୍ କମ୍ ଲୋକ ଜାଣିଥିବେ, ରାଜ୍କୁମାରଙ୍କୁ ରିଷି କପୁର ପ୍ରଥମରୁ ହିଁ ଅନୁରୋଧ କରିଥିଲେ, ରଣବୀରଙ୍କୁ ତାଙ୍କ ଫିଲ୍ମରେ ନେବା ପାଇଁ।
ଏଠି ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ ରଣବୀରଙ୍କୁ ତାଙ୍କ ଫିଲ୍ମରେ ନେବା ପାଇଁ ଅନୁରୋଧ କରିବା ଠିକ୍ ଅଛି, କିନ୍ତୁ ରିଷି କାହିଁକି ହିରାନୀଙ୍କ ମା’ଙ୍କ ଗୋଡ଼ ଧରିଲେ?
ନିକଟରେ ହୋଇଥିବା ଏକ ସାକ୍ଷାତକାରରେ ରଣବୀର ଏହି କଥାର ଖୁଲାସା କରିଛନ୍ତି। ସେ କହିଛନ୍ତି, ‘‘ବାପାଙ୍କ ରିଆକ୍ସନ୍ କେତେବେଳେ କ’ଣ ହୋଇଥାଏ ତାହା ଜାଣିବା ମୁସ୍କିଲ ହୋଇପଡ଼େ। ଯେତେବେଳେ ବାପା (ରିଷି) ‘ଲଗେ ରହୋ ମୁନ୍ନାଭାଇ’ ଦେଖିକି ଆସିଲେ, ସେତେବେଳେ ସେ ଏତେ ଖୁସି ହୋଇଯାଇଥିଲେ ଯେ ରାଜକୁମାର ହିରାନୀଙ୍କ ମା’ଙ୍କ ଗୋଡ଼ ଧରି ପକାଇଥିଲେ। କହିଥିଲେ, ଆପଣଙ୍କ ପୁଅ ଖୁବ୍ ଜିନିୟସ୍, ମୁଁ ଚାହୁଁଛି କି ସେ କେବେ ନା କେବେ ମୋ ପୁଅକୁ ତାଙ୍କ ଫିଲ୍ମରେ ବ୍ରେକ୍ ଦିଅନ୍ତୁ।’’ ରିଷି କପୁରଙ୍କ ଏହି ବ୍ୟବହାର ଦେଖି ସେଠାରେ ଉପସ୍ଥିତ ଥିବା ଲୋକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ରିଷିଙ୍କ ଏହି ସ୍ୱପ୍ନ ‘ସଞ୍ଜୁ’ ଫିଲ୍ମ ଯୋଗୁ ପୂରା ହୋଇପାରିଛି।
ସୂଚନାଯୋଗ୍ୟ ଯେ, ରିଷି ଏବେ ନିଜ ଫିଲ୍ମ ‘ମୁଲ୍କ’ ପାଇଁ ଚର୍ଚ୍ଚାରେ ଅଛନ୍ତି। ଅନୁଭବ ସିହ୍ନାଙ୍କ ନିର୍ଦ୍ଦେଶନାରେ ନିର୍ମିତି ହୋଇଥିବା ଏହି ଫିଲ୍ମ ଆସନ୍ତା ମାସ ଅଗଷ୍ଟ ୩ରେ ରିଲିଜ୍ ହେବ।
from OdishaReporter https://ift.tt/2JQfzFv

No comments:
Post a Comment