ରାଇନାଙ୍କଠୁ ଆରମ୍ଭ କରି ସଚିନ୍‌ଙ୍କ ପର୍ଯ୍ୟନ୍ତ, କାହିଁକି ସମସ୍ତଙ୍କ ମନକୁ ଛୁଇଁଛନ୍ତି ଏହି ବ୍ରିଟିସ୍‌ ଡ୍ରାଇଭର୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 25, 2018

ରାଇନାଙ୍କଠୁ ଆରମ୍ଭ କରି ସଚିନ୍‌ଙ୍କ ପର୍ଯ୍ୟନ୍ତ, କାହିଁକି ସମସ୍ତଙ୍କ ମନକୁ ଛୁଇଁଛନ୍ତି ଏହି ବ୍ରିଟିସ୍‌ ଡ୍ରାଇଭର୍‌

ନୂଆଦିଲ୍ଲୀ: ଅଗଷ୍ଟ ୧ରୁ ଇଂଲଣ୍ଡରେ ଟେଷ୍ଟ ସିରିଜ୍‌ ଆରମ୍ଭ ହେବାକୁ ଯାଉଛିା ଏଥିପାଇଁ ଖେଳାଳିମାନେ ଜୋରସୋର୍‌ରେ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ଏହି ସମୟରେ ଟିମ୍‌ ମେମ୍ବରଙ୍କ ବ୍ୟତୀତ ଅନ୍ୟ ଜଣେ ସଦସ୍ୟକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ସେହି ବ୍ୟକ୍ତି ଜଣଙ୍କ ହେଉଛନ୍ତି ଟିମ୍‌ ଇଣ୍ଡିଆର ବସ୍‌ ଚାଳକ ଜେଫ୍‌ ଗୁଡ୍‌ୱିନ୍‌। ୧୯୯୯ରୁ ଜେଫ୍ ଟିମ୍ ‍ଇଣ୍ଡିଆର କ୍ରିକେଟରମାନେ ଯାଉଥିବା ବସ୍‌ ‍ଚଳାଉଛନ୍ତିା ନିଜର ସମୟାନୁବର୍ତ୍ତିତା ଏବଂ କାର୍ଯ୍ୟ ପ୍ରତି ଥିବା ନିଷ୍ଠା ପାଇଁ ସେ ଆଜି ଚର୍ଚ୍ଚାରେ।


ନିକଟରେ ଜେଫ୍‌ଙ୍କ ପତ୍ନୀଙ୍କ ଦେହ ଖରାପ ହୋଇ ଯାଇଥିଲା।  ତଥାପି ସେ ନିଜ କର୍ତ୍ତ୍ୟବରେ ଅବହେଳା କରି ନଥିଲେ। ଏକଥା ଜାଣିବା ପରେ ଭାରତୀୟ ଦଳର ଖେଳାଳି ସୁରେଶ ରାଇନା ପ୍ରଥମେ ତାଙ୍କୁ ସାହାଯ୍ୟ କରିଥିଲେ। ରାଇନାଙ୍କ ଏଭଳି ବ୍ୟବହାରରେ ଜେଫ୍‌ ବେଶ ଆନନ୍ଦିତ ହୋଇଛନ୍ତି।

ଏହି ଘଟଣା ପରେ ଜେଫ୍‌ କ୍ରିକେଟର୍‌ମାନଙ୍କ କିଛି ଅଜଣା କଥା ସମସ୍ତଙ୍କୁ ଜଣାଇଛନ୍ତି। ଖେଳାଳିମାନେ କେମିତି ରାତି ୨ଟା ପର୍ଯ୍ୟନ୍ତ ଡ୍ରେସିଂ ରୁମ୍‌ରେ ରହି ପାର୍ଟି କରିଥାଆନ୍ତି, ସେ ସମ୍ପର୍କରେ ଜଣାଇଛନ୍ତିା ଅବଶ୍ୟ ଏବେ ସେମିତି ପାର୍ଟି ହେଉ ନଥିବା ସେ କହିଛନ୍ତି।

ଜେଫ୍‌ ‍ଏବେ ଭାରତୀୟ କ୍ରିକେଟ୍‌‍ ଦଳର ପ୍ରଫେସ୍‌ନାଲିଜିମ୍‌ର ଫ୍ୟାନ୍‌‌‍ ହୋଇଗଲେଣି ଏବଂ ଏବେର ଟିମ୍‌ ‍ବେଷ୍ଟ ବୋଲି ସେ କହିଛନ୍ତି।


କେବଳ ଜେଫ୍‌ ନୁହନ୍ତି, ତାଙ୍କ ପୁଅ ମଧ୍ୟ ଭାରତୀୟ କ୍ରିକେଟ୍‌ ଟିମ୍‌ ପାଇଁ ଥିବା ବସ୍ ‍ଚଲାନ୍ତିା ଏଥିପାଇଁ ସେ ବହୁତ ଖୁସି ବୋଲି କହିଛନ୍ତି। ସଚିନ୍‌ ତେନ୍ଦୁଲ୍‌କର ଯେତେବେଳେ ଯାତ୍ରା ସମୟରେ ତାଙ୍କ ୨୧ ବର୍ଷୀୟ ପୁଅ ପାଖରେ ବସନ୍ତି ତାଙ୍କୁ ଦେଖି ଜେଫ୍‌ ‍ବେଶ୍‌ ଖୁସି ହୋଇଥାଆନ୍ତି।

ସଚିନ୍‌ ‍ତାଙ୍କ ପୁଅକୁ ଜେଫ୍‌ ଜଣେ ‘ସୁପରଷ୍ଟାର’ ବେଲି କୁହଛନ୍ତି। ଯାହାକୁ ଶୁଣି ଜେଫ୍‌‌ ‍ଏବଂ ପୁଅ ଖୁସି ହୋଇଯାଆନ୍ତିା ଏଥିସହ ଜେଫ୍‌ ‍ଏବଂ ତାଙ୍କ ପୁଅ ଭାରତ ସରକାରଙ୍କ ତରଫରୁ ଏକ ପ୍ରଶଂସା ଭରା ଚିଠି ମଧ୍ୟ ପାଇଛନ୍ତିା

ଜେଫ୍‌ ‍କହିଛନ୍ତି, ଜଣେ ଅଷ୍ଟ୍ରେଲିଆ କ୍ରିକେଟର ତାଙ୍କୁ ‘ପପେୟେ’ କହି ଡାକନ୍ତିା ଏହି ନିକ୍‌ ନାଁ ପାଇଁ ସେ ପ୍ରସିଦ୍ଧ ‍ହୋଇଯାଇଛନ୍ତିା ଏହା ଏକ କାର୍ଟୁନ୍‌ର ନାଁ। ଏହି କାର୍ଟୁନ୍‌ର ଏକ ଟାଟୁ ଜେଫ୍‌ ନିଜ ହାତରେ କରିଛନ୍ତି।



from OdishaReporter https://ift.tt/2LzJaIa

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages