ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ୍ ଜମି ଅଧିଗ୍ରହଣକୁ ରଦ୍ଦ କରିବା ପାଇଁ ରାଜ୍ୟପାଳଙ୍କୁ ନିଜର ସ୍ୱତନ୍ତ୍ର କ୍ଷମତା ଉପଯୋଗ କରିବା ନିମନ୍ତେ ଜାତୀୟ ଅନୁସୂଚିତ ଜନଜାତି କମିଶନ (ଏନ୍ସିଏସ୍ଟି) ପରାମର୍ଶ ଦେଇଛନ୍ତି। ନିଜର ଜମିରୁ ବେଦଖଲ କରାଯାଇଥିବା ଆଦିବାସୀଙ୍କ ସ୍ୱାର୍ଥ ରକ୍ଷା କରିବା ଦିଗରେ ଓଡ଼ିଶା ରାଜ୍ୟପାଳ ପଦକ୍ଷେପ ନିଅନ୍ତୁ ଓ ସମ୍ୱିଧାନ ପ୍ରଦତ ସ୍ୱତନ୍ତ୍ର କ୍ଷମତାକୁ ଉପଯୋଗ ବୋଲି ଏନ୍ସିଏସ୍ଟି ଅଧ୍ୟକ୍ଷ ନନ୍ଦ କୁମାର ସାଇ କହିଛନ୍ତି।
ରାଉରକେଲା ଷ୍ଟିଲ ପ୍ଲାଣ୍ଟ୍ ସମ୍ପ୍ରସାରଣ ପାଇଁ ହୋଇଥିବା ସିଡ୍ୟୁଲ୍ ଏରିଆରେ ଆଦିବାସୀଙ୍କ ଜମି ଅଧିଗ୍ରହଣକୁ ପିଛିଲା ଭାବେ ରଦ୍ଦ କରାଯିବା ଉଚିତ୍ ବୋଲି ଏନ୍ସିଏସ୍ଟି ମତ ଦେଇଛନ୍ତି। ଆଦିବାସୀଙ୍କଠୁ ମିଳିଥିବା ବହୁ ଆବେଦନର ତଜର୍ମା ଓ ଗତ ୧୮ମାସ ଧରି ବାରମ୍ୱାର ସମ୍ପୃକ୍ତ ଅଞ୍ଚଳକୁ ଗସ୍ତ କରିବା ପରେ କମିଶନ ଏହା କହିଛନ୍ତି। କମିଶନଙ୍କ ନିକଟରେ ରାଉରକେଲାରୁ ପୁତୋଳା ଓ ଲଉକେରା ଗାଁର ଆଦିବାସୀ ଲୋକମାନେ କରିଥିବା ଅଭିଯୋଗ ଅନୁସାରେ ଦୀର୍ଘ ୫୦ ବର୍ଷ ଧରି ସେମାନେ ବସବାସ କରୁଥିଲେ ମଧ୍ୟ ପ୍ଲାଣ୍ଟ ସମ୍ପ୍ରସାରଣ ବେଳେ ସେମାନଙ୍କୁ ବେଆଇନ ଭାବେ ଉଚ୍ଛେଦ କରାଯାଇଥିଲା। ଏନ୍ସିଏସ୍ଟି ଅଧ୍ୟକ୍ଷ ଶ୍ରୀ ସାଇ ଏହି ଅଞ୍ଚଳ ପରିଦର୍ଶନ କରିବା ପରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ଏକ ରିପୋର୍ଟ ପଠାଇଛନ୍ତି। ସେଥିରେ ସମ୍ୱିଧାନର ଧାରା- ୨୪୪(୧)ରେ ରାଜ୍ୟପାଳଙ୍କୁ ମିଳିଥିବା ସ୍ୱତନ୍ତ୍ର କ୍ଷମତାର ଉପଯୋଗ କରିବା ପାଇଁ ଅନୁରୋଧ କରିଛନ୍ତି।
ସୂଚନାଯୋଗ୍ୟ, ଏନ୍ସିଏସ୍ଟି ପ୍ରଥମ ଥର ପାଇଁ ଆଦିବାସୀଙ୍କ ସ୍ୱାର୍ଥ ରକ୍ଷା ନିମନ୍ତେ ସ୍ୱତନ୍ତ୍ର କ୍ଷମତାକୁ ଉପଯୋଗ କରିବା ନିମନ୍ତେ ରାଜ୍ୟପାଳଙ୍କୁ ଅନୁରୋଧ କରିଥିବାରୁ ଏହିରି ପୋର୍ଟକୁ ଗୁରୁତ୍ୱ ଦିଆଯାଉଛି।
from OdishaReporter https://ift.tt/2LDHTjo
No comments:
Post a Comment