୨ ଭାରତୀୟଙ୍କୁ ମିଳିବ ରମଣ ମାଗାସେସ୍‌ ଆୱାର୍ଡ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 26, 2018

୨ ଭାରତୀୟଙ୍କୁ ମିଳିବ ରମଣ ମାଗାସେସ୍‌ ଆୱାର୍ଡ

ମାନିଲା: ଏସିଆର ନୋବେଲ୍‌ ପୁରସ୍କାର ଭାବେ ପରିଚିତ ପ୍ରସିଦ୍ଧ ରମଣ ‘ମାଗାସେସେ ଆୱାର୍ଡ’ ପାଇଁ ଚଳିତ ବର୍ଷ ଦୁଇଜଣ ଭାରତୀୟ ମନୋନୀତ ହୋଇଛନ୍ତି। ଏମାନେ ହେଲେ ଭରତ ଭଟୱାନୀ ଓ ସୋନମ୍ ୱାଙ୍ଗଚୁକ୍। ଦୁହେଁ ସମାଜ ସେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଏହି ସମ୍ମାନଜନକ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି।

ଭରତ ଭଟୱାନୀ ରାସ୍ତା କଡ଼ରେ ବୁଲୁଥିବା ହଜାର ହଜାର ସଂଖ୍ୟାର ମାନସିକ ବିକାରଗ୍ରସ୍ତ ଲୋକଙ୍କୁ ଉଦ୍ଧାର କରି ସେମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରି ଖୁବ୍ ଚର୍ଚ୍ଚିତ। ଏ ଦିଗରେ ତାଙ୍କର ସ୍ୱତନ୍ତ୍ର ପରିଚୟ ସୃଷ୍ଟି ହୋଇଛି। ସେହିପରି ଅନ୍ୟଜଣେ ଭାରତୀୟ ହେଉଛନ୍ତି, ସୋନମ ୱାଙ୍ଗଚୁକ। ସେ ପରିବେଶ, ସଂସ୍କୃତି ଓ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରି ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଥିବାରୁ ମାଗାସେସେ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି।

ଶ୍ରୀ ଭଟୱାନୀ ଜଣେ ଡାକ୍ତର। ସେ ଓ ତାଙ୍କ ପତ୍ନୀ ନିଜ କ୍ଲିନିକ୍‌ରେ ପ୍ରଥମେ ପ୍ରଥମେ ରାସ୍ତାରେ ବୁଲୁଥିବା ମାନସିକ ବିକାରଗ୍ରସ୍ତ ଲୋକଙ୍କୁ ମାଗଣା ଚିକିତ୍ସା ସେବା ଯୋଗାଇ ଦେଉଥିଲେ। ଏହାପରେ ସେମାନେ ୧୯୮୮ରେ ‘ଶ୍ରଦ୍ଧା ରିହାବିଲିଟେସନ୍‌ ଫାଉଣ୍ଡେସନ୍‌’ ପ୍ରତିଷ୍ଠା କରିଥିଲେ। ଏହି ଦମ୍ପତ୍ତି ରାସ୍ତାରେ ବୁଲୁଥିବା ଲୋକଙ୍କୁ ରହିବା ପାଇଁ ଘର, ଖାଦ୍ୟ ଓ ବସ୍ତ୍ର ଯୋଗାଇ ଦିଅନ୍ତି।

ସେହିପରି ୧୯୮୮ରେ ଇଞ୍ଜିନିୟରିଂ ଡିଗ୍ରୀ ହାସଲ କରିଥିବା ସୋନମ୍‌ ୱାଙ୍ଗଚୁକ ‘ଷ୍ଟୁଡେଣ୍ଟ ଏଡୁକେସନ୍‌ ଆଣ୍ଡ କଲ୍‌ଚର୍‌ ମୁଭ୍‌ମେଣ୍ଟ ଅଫ୍‌ ଲଦାଖ୍‌ ଫାଉଣ୍ଡେସନ୍‌’ ପ୍ରତିଷ୍ଠା କରିଥିଲେ। ଏଠାରେ ସେ ଲଦାଖୀ ଛାତ୍ରମାନଙ୍କୁ କୋଚିଂ ଦେଇଥିଲେ। ଏମାନଙ୍କ ମଧ୍ୟରୁ ୯୫% ଛାତ୍ର ପୂର୍ବରୁ ପରୀକ୍ଷାରେ ଫେଲ୍ ହେଉଥିଲେ।

ଚଳିତ ବର୍ଷ ରମଣ ମାଗାସେସେ ଆୱାର୍ଡ ପାଇବାକୁ ମନୋନୀତ ହୋଇଥିବା ଅନ୍ୟ ବ୍ୟକ୍ତିମାନେ ହେଲେ- ଫିଲିପାଇନ୍‌ସର ପୂର୍ବତନ ରାଷ୍ଟ୍ରଦୂତ ହୋୱାର୍ଡ ଡେ, କାମ୍ବୋଡିଆ ନରସଂହାରରୁ ବର୍ତ୍ତି ଯାଇ ଲୋକଙ୍କ ସେବା କରୁଥିବା ୟୁକ୍‌ ଚାଙ୍ଗ୍, ପୂର୍ବ-ତିମୋରର୍‌ ମାରିଆ ଡେ ଲୌର୍‌ଡେସ୍‌ ଏବଂ ଭିଏତନାମ୍‌ର ଭୋ ଥି ହୁଆଙ୍ଗ ୟେନ୍‌। ଏମାନଙ୍କୁ ଅଗଷ୍ଟ ୩୧ରେ ମାନିଲାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପୁରସ୍କୃତ କରାଯିବ।



from OdishaReporter https://ift.tt/2OjxmIH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages