ରାହୁଲଙ୍କୁ କ୍ଷୋଭରେ ଚିଠି ଲେଖିଲେ ଅମ୍ବାନୀ: କହିଲେ, କଂଗ୍ରେସ ନେତାଙ୍କ ଟିପ୍ପଣୀ ଦୁଃଖ ଦେଉଛି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 26, 2018

ରାହୁଲଙ୍କୁ କ୍ଷୋଭରେ ଚିଠି ଲେଖିଲେ ଅମ୍ବାନୀ: କହିଲେ, କଂଗ୍ରେସ ନେତାଙ୍କ ଟିପ୍ପଣୀ ଦୁଃଖ ଦେଉଛି

rahul-_anil

ନୂଆଦିଲ୍ଲୀ: ରାଫେଲ୍‌ ଚୁକ୍ତିକୁ ନେଇ ବିବାଦୀୟ ସ୍ଥିତି ଲାଗି ରହିଥିବା ବେଳେ, ଅନୀଲ ଅମ୍ବାନୀ କଂଗ୍ରେସ୍‌ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ଏକ ଚିଠି ଲେଖିଛନ୍ତି। ରିଲାଏନ୍ସ ଗ୍ରୁପ୍‌ ପାଖରେ ‘ରାଫେଲ୍‌ ଏୟାରକ୍ରାଫ୍ଟ’ ନିର୍ମାଣ ସଂପର୍କରେ ଅଭିଜ୍ଞତା ନଥିବା ଅଭିଯୋଗକୁ, ଅମ୍ବାନୀ ଏହି ଚିଠିରେ ଖଣ୍ଡନ କରିଛନ୍ତି। ସେ ଏଥିରେ ଉଲ୍ଲେଖ କରିଛନ୍ତି- “ଫ୍ରାନ୍ସ ଗ୍ରୁପ୍‌ ଅଫ୍ କମ୍ପାନୀ Dassault ସହ ଆମର ହୋଇଥିବା ଚୁକ୍ତିରେ ସରକାରଙ୍କର କୌଣସି ଭୂମିକା ନାହିଁ। ଆମ ପାଖରେ ପ୍ରତିରକ୍ଷା ସାମଗ୍ରୀ ନିର୍ମାଣ ପାଇଁ କେବଳ ଯେ ଅଭିଜ୍ଞତା ଅଛି ତାହା ନୁହେଁ, ଏ କ୍ଷେତ୍ରରେ ଆମେ ସବୁଠାରୁ ଆଗରେ ଅଛୁ।”

୨୦୧୭ ଡିସେମ୍ବର ୧୨ ତାରିଖରେ ଗୁଜରାଟ ବିଧାନସଭା ନିର୍ବାଚନ ପ୍ରଚାରର ଶେଷ ଦିନରେ, ଅମ୍ବାନୀ ଏହି ପତ୍ର ଲେଖିଥିଲେ। ରିଲାଏନ୍ସ ଗ୍ରୁପ୍‌କୁ କାହିଁକି ଏହି ଚୁକ୍ତି ମିଳିଲା ତାହା ଅମ୍ବାନୀ ଚିଠି ଦ୍ୱାରା ରାହୁଲଙ୍କୁ ସ୍ପଷ୍ଟ କରିଛନ୍ତି। ସେ ଲେଖିଛନ୍ତି- “ରିଲାଏନ୍ସ ଡିଫେନ୍ସ ପାଖରେ ଗୁଜରାଟର ପିପାଭାଭ୍‌ରେ ସବୁଠାରୁ ବଡ଼ ନିଜସ୍ୱ ସିପ୍‌ୟାର୍ଡ ରହିଛି। ବର୍ତ୍ତମାନ ଏଠାରେ ଭାରତୀୟ ନୈସେନା ପାଇଁ ୫ଟି ନାଭାଲ୍‌ ଅଫ୍‌ଶୋର୍ ପେଟ୍ରୋଲ ଭେସ୍‌ଲ୍ସ (ଏନ୍‌ଓପିଭି) ନିର୍ମାଣ କରାଯାଉଛି। ଏହାସହ ଭାରତୀୟ ତଟରକ୍ଷୀ ବାହୀନଙ୍କ ପାଇଁ ୧୪ଟି ଫାଷ୍ଟ ପେଟ୍ରୋଲ୍‌ ଭେସ୍‌ଲ୍ସ ନିର୍ମାଣ କରାଯାଉଛି।”

ଫ୍ରାନ୍ସ ପାଖରୁ ୩୬ଟି ରାଫେଲ୍‌ ଏୟାରକ୍ରାଫ୍ଟ କିଣିବା ନିଷ୍ପତ୍ତି, ଦୁଇ ସରକାରଙ୍କ ଭିତରେ ବୁଝାମଣା ହୋଇଛି। ଏହି ବିମାନର ନିର୍ମାଣ ଫ୍ରାନ୍ସରେ ହେବ ଓ ଏହାକୁ Dassault କମ୍ପାନୀର କାରଖାନାରୁ ‘ଫ୍ଲାଏ ୱେ’ ଆଧାରରେ ଭାରତୀୟ ବାୟୁସେନାକୁ ପ୍ରଦାନ କରାଯିବ। ଏଥିରେ କମ୍ପାନୀର କୌଣସି ଭୂମିକା ନାହିଁ ବୋଲି ଅମ୍ବାନୀ ରାହୁଲଙ୍କୁ ଦର୍ଶାଇଛନ୍ତି।

Dassault ସହ ଚୁକ୍ତିକୁ ନେଇ ସେ କହିଛନ୍ତି, ଏହା ଦୁଇଟି କମ୍ପାନୀ ମଧ୍ୟରେ ସ୍ୱତନ୍ତ୍ର ବୁଝାମଣା। ଏରୋନଟିକ୍‌ ଓ ଡିଫେନ୍ସ କ୍ଷେତ୍ରରେ ଉପକରଣ ନିର୍ମାଣ ପାଇଁ ଏହି ବୁଝାମଣା ହୋଇଛି। ଏହାଦ୍ୱାରା ଭାରତରେ ବହୁସଂଖ୍ୟାରେ ଚାକିରି ସୁଯୋଗ ସୃଷ୍ଟିହେବ। ଏରୋନଟିକ୍‌ ଓ ପ୍ରତିରକ୍ଷା ଉପକରଣ ଉତ୍ପାଦନରେ ଏହା ଇଂଜିନିୟରମାନଙ୍କୁ ମୂଲ୍ୟବାନ ଟ୍ରେନିଂ ଓ ଦକ୍ଷତା ପ୍ରଦାନ କରିବାରେ ସହାୟକ ହେବ। ଏଥିରେ ଭାରତ ସରକାରଙ୍କର କୌଣସି ଭୂମିକା ନାହିଁ।

ଏହାସହ ଗାନ୍ଧି ପରିବାର ସହ ତାଙ୍କ ସୁସମ୍ପର୍କକୁ ମଧ୍ୟ ଅମ୍ବାନୀ ଚିଠିରେ ଉଲ୍ଲେଖ କରିଛନ୍ତି। ସେ ଲେଖିଛନ୍ତି- “କଂଗ୍ରେସ୍‌ ଦଳର ବହୁ ନେତା ରିଲାଏନ୍ସ ଗ୍ରୁପ୍‌ ଓ ମୋ ବିରୋଧରେ ମତ ଦେଉଛନ୍ତି, ଯାହା ଦୁଃଖ ଦେଉଛି।”



from OdishaReporter https://ift.tt/2NIYIH6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages