
ନୂଆଦିଲ୍ଲୀ: ଆଜି ହେଉଛି କାର୍ଗିଲ୍ ବିଜୟ ଦିବସ। ୧୯୯୯ ମସିହା ଆଜିର ଦିନରେ ଭାରତ କାର୍ଗିଲ୍ ଯୁଦ୍ଧରେ ପାକିସ୍ତାନକୁ ମାତ ଦେଇ ବିଜୟ ହାସଲ କରିଥିଲା। ଆତଙ୍କବାଦୀଙ୍କ ବେଶରେ ପାକିସ୍ଥାନୀ ସେନା ଦ୍ରାସ୍ ସେକ୍ଟରକୁ ପଶି ଆସିଥିଲେ। ସେହି ସମୟରେ ସବୁଠୁ ବଡ଼ ଚ୍ୟାଲେଞ୍ଜ ଥିଲା ଶତ୍ରୁ ଉଚ୍ଚସ୍ଥାନରେ ଥିବାବେଳେ ଆମ ସେନା ଥିଲେ ନିଚ୍ଚା ସ୍ଥାନରେ। ଏହି କଠିନ ପରିସ୍ଥିତିରେ ଇଜ୍ରାଏଲ୍ ଭାରତରକୁ ସାହାଯ୍ୟ କରିଥିଲା।
ଇଜ୍ରାଏଲ୍ ଭାରତକୁ ଉଚ୍ଚସ୍ଥାନ ଉପରେ ନଜର ରଖିବା ପାଇଁ ହେରନ ଓ ସର୍ଚ୍ଚର୍ ଭଳି ୟୁଏଭି ଯାନ ଦେଇଥିଲା। ଆଉ ଏହା ହିଁ ଭାରତୀୟ ସେନାକୁ ପାକିସ୍ଥାନୀ ସେନାଙ୍କ ଲୋକେଶନ ବିଷୟରେ ସୂଚନା ଦେଇଥିଲା। ଇଜ୍ରାଏଲ୍ ମିଲିଟାରୀ ସ୍ୟାଟେଲାଇଟ୍ରୁ ପାକ୍ ସେନାଙ୍କ ଅବସ୍ଥିତି ସମ୍ପର୍କରେ ଫଟୋଗ୍ରାଫ୍ ମଧ୍ୟ ଯୋଗାଇଥିଲା। କେବଳ ଏତିକି ନୁହେଁ ଇଜ୍ରାଏଲ୍ ବୋଫର୍ସ ତୋପ ପାଇଁ ଗୋଳା ବାରୁଦ ମଧ୍ୟ ଯୋଗାଇଥିଲା। ଏଥି ସହ ମିରାଜ୍ 2000H ଯୁଦ୍ଧ ବିମାନ ପାଇଁ ଇଜ୍ରାଏଲ୍ ହିଁ ଲେଜର୍ ଗାଇଡେଡ୍ ମିସାଇଲ୍ ପଠାଇଥିଲା। ଯାହା ପାଇଁ ଭାରତ ପକ୍ଷରେ କାର୍ଗିଲ୍ ବିଜୟ ସମ୍ଭବ ହୋଇପାରିଥିଲା। ତେଣୁ ଭାରତର କାର୍ଗିଲ ବିଜୟ ପାଇଁ ଇଜ୍ରାଏଲ୍ର ଯଥେଷ୍ଟ ଅବଦାନ ରହିଥିଲା ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ।
from OdishaReporter https://ift.tt/2LEFnJt

No comments:
Post a Comment