
ଆବଶ୍ୟକ ସାମଗ୍ରୀ-ଚାଉଳ, ଚିକେନ୍, ଜିରା, ଡାଲଚିନି, ଗୁଜୁରାତି, ଗୋଲମରିଚ ଗୁଣ୍ଡ, କଟା ଆଦା-ରସୁଣ, କଟା ପିଆଜ, କଟା କଞ୍ଚା ଲଙ୍କା, ଧଣିଆ ଗୁଣ୍ଡ, ଲୁଣ, ଲଙ୍କା ଗୁଣ୍ଡ, କିସ୍ମିସ୍, ଦହି ଓ ଘିଅ।
ପ୍ରସ୍ତୁତି ପ୍ରଣାଳୀ- ପ୍ରଥମେ ଚାଉଳକୁ ୨୦ ମିନିଟ ଯାଏଁ ପାଣିରେ ବତୁରାଇ ଦିଅନ୍ତୁ। ଚିକେନକୁ ଭଲ ଭାବେ ପରିଷ୍କାର କରି ଧୋଇଦିଅନ୍ତୁ। ବର୍ତ୍ତମାନ ଗୋଟିଏ କପ୍ ଦହିରେ ଲୁଣ, ଲଙ୍କାଗୁଣ୍ଡ, ହଳଦି ଗୁଣ୍ଡ, ଧଣିଆ ଗୁଣ୍ଡ ଓ ଗୋଲମରିଚ ଗୁଣ୍ଡ ମିଶାଇ ଏକ ଘୋଳ ପ୍ରସ୍ତୁତ କରନ୍ତୁ। ବର୍ତ୍ତମାନ ଏକ କଡ଼େଇରେ ଘିଅ ଗରମ କରନ୍ତୁ। ଘିଅଗରମ ହୋଇଗଲେ ଏଥିରେ ଡାଲଚିନି, ଗୁଜୁରାତି, କଟା ପିଆଜ, ରସୁଣ ଓ ଲବଙ୍ଗ ପକାଇ ଭାଜନ୍ତୁ। କିଛି ସମୟ ଭାଜି ହୋଇଗଲା ପରେ ସେଥିରେ କଟା ଅଦା ଓ କଟା କଞ୍ଚା ଲଙ୍କା ପକାଇ ଭାଜନ୍ତୁ। ବର୍ତ୍ତମାନ ପ୍ରସ୍ତୁତ ହୋଇଥିବା ଦହିର ଘୋଳକୁ ପକାଇ ଦୁଇ ମିନଟ ଯାଏଁ ଫୁଟାନ୍ତୁ। ପରେ ଏଥିରେ ଚିକେନ ପକାନ୍ତୁ। ଏବେ ଏଥିରେ ଅଳ୍ପ ଲୁଣ ପକାଇ ପାଣି ଦେଇ ଘୋଡ଼ାଇ ଦିଅନ୍ତୁ। ଚିକେନ୍ ଅଳ୍ପ ସିଝିଗଲା ପରେ ଏଥିରେ ଚାଉଳ ପକାଇ ଚୁଲିର ଆଞ୍ଚ କମ୍ କରି ଘୋଡ଼ାଇ ଦିଅନ୍ତୁ। ଚାଉଳ ସିଝିଗଲେ ଚୁଲି ବନ୍ଦ କରିଦିଅନ୍ତୁ। ପ୍ରସ୍ତୁତ ହୋଇଗଲା କାଶ୍ମିରୀ ଚିକେନ ପଲଉ। ଏହାକୁ ଗରମ କରି ପରଷନ୍ତୁ।
from OdishaReporter https://ift.tt/2JorIkP
No comments:
Post a Comment