
ନୂଆଦିଲ୍ଲୀ: କଂଗ୍ରେସ ସହ ବହୁଜନ ସମାଜ ପାର୍ଟି(ବିଏସପି)ର ମେଣ୍ଟକୁ ନେଇ ବିଏସପି ମୁଖ୍ୟ ମାୟାବତୀ କଂଗ୍ରେସକୁ ଏକ ବଡ଼ ଝଟ୍କା ଦେଇଛନ୍ତି। ଗୋଟିଏ ପଟେ ମଧ୍ୟପ୍ରଦେଶ କଂଗ୍ରେସ ମୁଖ୍ୟ କମଲନାଥ ବିଏସ୍ପି ସହ ମେଣ୍ଟ ଗଢ଼ିବାକୁ ଲାଗିଥିବା ବେଳେ, ସେପଟେ ମାୟାବତୀ ଆଣିଛନ୍ତି କିଛି ଏମିତି ସର୍ତ୍ତ, ଯାହା କଂଗ୍ରେସକୁ ଦୋହଲାଇ ଦେଇଛିା
ମାୟାବତୀ ସର୍ତ୍ତ ରଖିଛନ୍ତି ଯେ, ଯଦି ମେଣ୍ଟ ହେବ ତେବେ କେବଳ ମଧ୍ୟ ପ୍ରଦେଶରେ ନୁହେଁ ବରଂ ଅନ୍ୟ ସମସ୍ତ ରାଜ୍ୟରେ। ମାୟାବତୀଙ୍କର ଏଭଳି ଦାବିରେ କଂଗ୍ରେସ ଚକ୍ରବ୍ୟୁହରେ ଫସିଯାଇଛି । ଚଳିତ ବର୍ଷ ଶେଷ ସୁଦ୍ଧା ହେବାକୁ ଥିବା ମଧ୍ୟପ୍ରଦେଶ, ଛତିଶଗଡ଼ ଓ ରାଜସ୍ଥାନ ନିର୍ବାଚନକୁ ନେଇ ବିଏସପି ମେଣ୍ଟ ଗଢ଼ିବାକୁ ଚାହୁଁଥିବା ବେଳେ ମାୟାବତୀ ଏଭଳି ସର୍ତ୍ତ ରଖିଛନ୍ତି।
କଂଗ୍ରେସ କେବଳ ଆବଶ୍ୟକତା ଯେଉଁଠି ଅଛି ସେଇଠି ହିଁ ବିଏସପି ସହ ମେଣ୍ଟ କରିବାକୁ ଚାହୁଁଥିବା ବେଳେ ବିଏସ୍ପି କିନ୍ତୁ ସବୁ ରାଜ୍ୟରେ କଂଗ୍ରେସ ସହ ମେଣ୍ଟ କରିବାକୁ ଚାହୁଁଛି। ମାୟାବତୀ ତାଙ୍କ ଜିଦ୍ରେ ଅଡ଼ି ବସିଛନ୍ତି ।
ସୂଚନା ଅନୁଯାୟୀ, ମେଣ୍ଟ ପାଇଁ ମଧ୍ୟପ୍ରଦେଶ ଓ ଛତିଶଗଡ଼ ବିଏସପି ରାଜିଥିବା ବେଳେ ରାଜସ୍ଥାନର ପିସିସି ସଭାପତି ସଚିନ ପାଇଲଟ ଏଥିପାଇଁ ରାଜି ନାହାନ୍ତି। କଂଗ୍ରେସର ମଧ୍ୟପ୍ରଦେଶ ଓ ଛତିଶଗଡ଼ ୟୁନିଟକୁ ଭଲ ଭାବେ ଜଣା ଯେ, ଦଳିତ ସମାଜର ଭୋଟ ବହୁତ କିଛି ବଦଳାଇଦେଇ ପାରିବ। ଫଳରେ ଦୁଇ ଥର ହେଲା ଶାସନ କ୍ଷମତାରେ ଥିବା ବିଜେପି ସରକାର ଭାଙ୍ଗିଯାଇପାରେ। ଏହାର ଠିକ ଓଲଟା ପରିସ୍ଥିତି ରହିଛି ରାଜସ୍ଥାନରେ। କାରଣ ଏଠାରେ ଶାସକଦଳର ସ୍ଥିତି ଏତେ ଭଲନାହିଁ। ଯାହା ଫଳରେ କଂଗ୍ରେସ ଏଥର ରାଜସ୍ଥାନରେ ନିର୍ବାଚନରେ ଏକାକୀ ଜିତିବା ନେଇ ବେଶ୍ ଆଶାବାଦୀ ଅଛି
ସୂଚନା ଅନୁଯାୟୀ, ଗତ ସପ୍ତାହରେ ତିନୋଟିଯାକ ରାଜ୍ୟ ଭିତରେ ମେଣ୍ଟ ଗଢ଼ିବା ପ୍ରସଙ୍ଗ ନେଇ ବୈଠକ ବସିଥିଲା। କୁହାଯାଉଛି ଯେ ମେଣ୍ଟ ଗଢ଼ାଯିବା ନେଇ ବିଏସପିର ସର୍ତ୍ତ ଉପରେ କଂଗ୍ରେସ ଗମ୍ଭୀରତାର ସହ ବିଚାର କରିଛି ଓ ଦଳ ବିଏସପିକୁ ଅଳ୍ପ ସିଟ୍ ଦେଇ ସନ୍ତୁଷ୍ଟ କରାଇବାକୁ ଚାହୁଁଛି।
from OdishaReporter https://ift.tt/2L2KHqQ
No comments:
Post a Comment