ଜେଲ୍‌ରେ ୮୭ ମହିଳା ଓ ଜଣେ ପୁରୁଷ କଏଦୀ ଅସୁସ୍ଥ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, July 21, 2018

ଜେଲ୍‌ରେ ୮୭ ମହିଳା ଓ ଜଣେ ପୁରୁଷ କଏଦୀ ଅସୁସ୍ଥ

ମୁମ୍ବାଇ: ମୁମ୍ବାଇର ଭାୟଖଲା ଜେଲ୍‌ରେ ୮୭ଜଣ କଏଦୀ ହଠାତ୍‌ ଅସୁସ୍ଥ ହୋଇପଡ଼ିବାରୁ ଶୁକ୍ରବାର ସେମାନଙ୍କୁ ତୁରନ୍ତ ମୁମ୍ବାଇ ସ୍ଥିତ ଜେଜେ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ଜଣେ ପୁରଷ କଏଦୀ ଥିବା ବେଳେ ୮୫ଜଣ ମହିଳା କଏଦୀ ଓ ଜଣେ ୪ ମାସର ଶିଶୁ ରହିଛି। ପେଟବଥା ଓ ବାନ୍ତି ସହିତ ଝାଡ଼ା ହେବାରୁ ସେମାନଙ୍କୁ ଡାକ୍ତରଖାନା ନିଆଯାଇଛି।

ଅସୁସ୍ଥ ମହିଳା କଏଦୀଙ୍କ କହିବାନୁସାରେ, ଗୁରୁବାର ରାତ୍ରି ଭୋଜନ ପରେ ସକାଳେ ସେମାନେ ପୋହା ଖାଇଥିଲେ, ଏହାପରେ ସେମାନଙ୍କ ପେଟରେ ଯନ୍ତ୍ରଣା ହେବା ସହିତ ବାନ୍ତି ଓ ଝାଡ଼ା ହୋଇଥିଲା। ଅସ୍ଵାସ୍ଥ୍ୟକର ଖାଦ୍ୟ ଖାଇବା କାରଣରୁ ଏପରି ହୋଇଥିବା କଏଦୀମାନେ ଅଭିଯୋଗ କରିଛନ୍ତି।

କିନ୍ତୁ ଡାକ୍ତରଙ୍କ କହିବା କଥା ହେଲା, ଗ୍ୟାସ୍ ଜନିତ କାରଣରୁ ଏପରି ହୋଇଛି। ଋତୁ ବଦଳିବା ସହିତ କିମ୍ବା ଦୂଷିତ ଖାଦ୍ୟପେୟ ବ୍ୟବହାର କଲେ ଏପରି ହୋଇଥାଏ। ଓ ଏହା ଏକ  ସାଧାରଣ କଥା ବୋଲି ଡାକ୍ତର ୱାକ୍ୱାର୍‌ ଶେଖ୍‌ କହିଛନ୍ତି, ତେବେ ଜେଲ୍‌ରେ ଦିଆଯାଉଥିବା ଖାଦ୍ୟକୁ ଏଫ୍‌ଡିଏ( Food and Drug Administration) ଯାଞ୍ଚ ପାଇଁ ନେଇଛି,

ଅନ୍ୟପଟେ ପୁଲିସ୍ ଆଇଜି ରାଜବର୍ଦ୍ଧନ୍ ସିହ୍ନାଙ୍କ କହିବା କଥା ହେଲା, ହଇଜାକୁ ରୋକିବା ପାଇଁ ଆମେ ସ୍ଵାସ୍ଥ୍ୟ ବିଭାଗକୁ ଖବର ଦେଇଥିଲୁ, ଜେଲ୍‌ରେ ୩୧୨ଜଣ ମହିଳା ୩୯୯ ଜଣ ପୁରୁଷ କଏଦୀଙ୍କୁ Doxycycline 100mg ଦିଆଯାଇଥିଲା, ଔଷଧ ଖାଇବା ପରେ କିଛି ମହିଳା କଏଦୀ ବାନ୍ତି ହେଉଥିବା ଅଭିଯୋଗ କରିଥିଲେ।



from OdishaReporter https://ift.tt/2LpVcDN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages