‘ଏଇ ରବିବାର ସରକାରୀ ଅଫିସ୍‌ ଖୋଲା’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, July 21, 2018

‘ଏଇ ରବିବାର ସରକାରୀ ଅଫିସ୍‌ ଖୋଲା’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତର ରୂପ ନେଇଛି। ଏହାର ପ୍ରଭାବରେ ରାଜ୍ୟରେ ୪୮ ଘଣ୍ଟା ଧରି ବର୍ଷା ଲାଗି ରହିବ। ସମଗ୍ର ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ। ସେଥିପାଇଁ ରାଜ୍ୟ ସରକାର ଆସନ୍ତାକାଲି ରବିବାର ଛୁଟିକୁ ବାତିଲ କରିଦେଇଛନ୍ତି। ରାଜ୍ୟର ସମସ୍ତ ସରକାରୀ ଅଫିସ୍‌ ଖୋଲିବାକୁ SRC ବିଷ୍ଣୁପଦ ସେଠୀ ନିର୍ଦ୍ଦେଶ ଦେଇଛନ୍ତି।

ଲଗାଣ ବର୍ଷା ଯୋଗୁ ସମଗ୍ର ରାଜ୍ୟରେ ବନ୍ୟା ସ୍ଥିତି ଉପୁଜିଛି। ଯେଉଁଠି ଦେଖିବେ ଆଣ୍ଠୁଏ ଉଚ୍ଚର ପାଣି ପ୍ରବାହିତ ହେଉଛି। କହିବାକୁ ଗଲେ ଲୋକେ ଏକ ପ୍ରକାର ଜଳବନ୍ଦୀ ଜୀବନ ଅତିବାହିତ କରୁଛନ୍ତି। ଘରୁ ବାହାରି ପାରୁ ନାହନ୍ତି। ଅବିଭକ୍ତ କୋରାପୁଟ ଜିଲ୍ଲାରେ ପ୍ରବଳରୁ ପ୍ରବଳ ବର୍ଷା ହୋଇଛି। ଫଳରେ ଜୟପୁରରୁ ମାଲକାନଗିରି, ଜୟପୁରରୁ ବାଲିମେଳା, କାଲିମେଳାରୁ ମୋଟୁ ଓ ରାୟଗଡ଼ା ଜିଲ୍ଲାରେ ଶତାଧିକ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ସମାନ ସ୍ଥିତି ଉପକୂଳ ଓ ଉତ୍ତର ଓଡ଼ିଶାରେ ମଧ୍ୟ ଦେଖିବାକୁ ମିଳିଛି। ବିଭିନ୍ନ ନଦୀର ଜଳ ପତ୍ତନ ବଢ଼ିବାରେ ଲାଗିଛି। ଆଗକୁ ବନ୍ୟା ସ୍ଥିତି ଭୟଙ୍କର ହେବା ଆଶଙ୍କା କରି ଆସନ୍ତାକାଲି ରବିବାର ଛୁଟିକୁ ବାତିଲ କରିଛନ୍ତି ଏସ୍‌ଆର୍‌ସି। ଏପରିକି ବନ୍ୟା ସ୍ଥିତିର ମୁକାବିଲା ପାଇଁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି।



from OdishaReporter https://ift.tt/2JHDgj6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages