ଅମାନୁଷିକ ପ୍ରତିଶୋଧ: ରାଜନୈତିକ ଲଢେଇରେ ବଳି ପଡ଼ିଲା ବିଚରା ଗଧ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, July 21, 2018

ଅମାନୁଷିକ ପ୍ରତିଶୋଧ: ରାଜନୈତିକ ଲଢେଇରେ ବଳି ପଡ଼ିଲା ବିଚରା ଗଧ

ନୂଆଦିଲ୍ଲୀ: ଏମିତି ଘଟଣା, ଯାହାଶୁଣିଲେ ଲୋମ ଟାଙ୍କୁରି ଉଠିବ। ଦେହ ଶୀତେଇ ଉଠିବ। ରାଜନୈତିକ ଲଢ଼େଇରେ ଏକ ନିରୀହ ପଶୁ ଯେ, ଏକ ନୃଶଂସକାଣ୍ଡର ଶିକାର ହୋଇପାରେ, ତାହା ସହଜରେ ବିଶ୍ୱାସ କରିହେଉ ନାହିଁ। ପାକିସ୍ତାନରେ ସମ୍ପ୍ରତି ଚାଲିଥିବା ରାଜନୈତିକ ଲଢ଼େଇର ପ୍ରତିପକ୍ଷଙ୍କ ଉପରେ  ପ୍ରତିଶୋଧ ନେବାକୁ ଯାଇ ଏକ ଗଧ ପ୍ରତି ହୋଇଥିବା ଏକ ନଗ୍ନଚିତ୍ର ପାକିସ୍ତାନରେ ଦେଖିବାକୁ ମିଳିଛି। ରାଜନୈତିକ ଯୁଦ୍ଧରେ ଏକ ଗଧ ପ୍ରତି ଅମାନବୀୟ ଆକ୍ରମଣ ସାରାବିଶ୍ୱକୁ ଦୋହଲାଇଦେଇଛି। କୌଣସି ଭୁଲ ନ ଥାଇ ଗଧଟି ମରଣାନ୍ତକ ଆକ୍ରମଣର ଶିକାର ହୋଇଛି। ତା’ ଆଖି ତାଡ଼ିଲେ, ନାକ କାଟିଲେ। ଖାଲି ସେତିକି ନୁହଁ ଗଧର ଶରୀର ଉପରେ ଛୁରିରେ ଲେଖିଲେ ‘ନୱାଜ୍‌ । ଗଧଟିକୁ ଅତି ନୃଶଂସ ଭାବେ ନିର୍ଯ୍ୟାତନା ଦେବା ପରେ ତାକୁ ରାସ୍ତାକଡ଼ରେ ଫୋଫାଡ଼ି ଦେଇ ଚାଲିଗଲେ। ତେବେ ରାସ୍ତାକଡ଼ରେ ଜୀବନମରଣ ସହ ସଂଘର୍ଷ କରୁଥିବା ବେଳେ କିଛି ଦୟାଳୁ ଲୋକଙ୍କ ହସ୍ତକ୍ଷେପ  ପରେ ଗଧଟିକୁ ଉଦ୍ଧାର କରାଯାଇ ଚିକିତ୍ସା କରାଯାଉଛି। ଏବେ ବି ସେ ସଙ୍କଟାପନ୍ନ ଅବସ୍ଥାରେ ରହିଛି।

ସୂଚନା ଅନୁଯାୟୀ, ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ୍‌ ଶରିଫ୍‌ ଏବଂ କ୍ରିକେଟରରୁ ରାଜନେତା ପାଲଟିଥିବା  ଇମ୍ରାନ୍‌ ଖାନ୍‌ ହେଲେ ପରସ୍ପର ରାଜନୈତିକ  ଶତ୍ରୁ ।  ଗତ କିଛିଦିନ ତଳେ ଦୁର୍ନୀତି ଅଭିଯୋଗରେ ପାକିସ୍ତାନ୍‌ ସୁପ୍ରିମକୋର୍ଟ ନୱାଜ୍‌ ଶରିଫଙ୍କୁ ଦୋଷୀ ସାବ୍ୟସ୍ତ କରିବା ପରେ ତାଙ୍କୁ ଗିରଫ ଜେଲ ପଠାଇଦିଆଯାଇଛି। କରାଯାଇଥିଲା। ତେବେ ଆଗକୁ ପାକିସ୍ତାନର ପ୍ରଧାନମନ୍ତ୍ରୀ ପଦ ପାଇଁ ଆଶାୟୀ ଥିବା ଇମ୍ରାନ୍‌ ଖାନ୍‌ ନୱାଜ୍‌ ଶରିଫଙ୍କୁ ଏକ ସଭାରେ ଜବରଦସ୍ତ ଆକ୍ରମଣ କରିଥିଲେ। ଦୁର୍ନୀତିଠାରୁ ଆରମ୍ଭ କରି ବିଭିନ୍ନ ପ୍ରସଙ୍ଗରେ ନୱାଜ୍‌ ଶରିଫଙ୍କୁ କଡ଼ା ସମାଲୋଚନା କରିଥିଲେ। ଏଥିସହ ତାଙ୍କ ସମର୍ଥକଙ୍କୁ  ‘ଗଧା’ ବୋଲି ଆକ୍ଷେପ କରିଥିଲେ। ତେବେ ଏଥିରେ ଶରିଫଙ୍କ ସମର୍ଥକମାନେ ଉତ୍ତ୍ୟକ୍ତ ହୋଇ ଏଭଳି ନୃଠଂସକାଣ୍ଡ ଘଟାଇଛନ୍ତି ବୋଲି ସନ୍ଦେହ କରାଯାଉଛି।  କାରଣ ଇମ୍ରାନ୍‌ଙ୍କ ଏହି ଉତ୍ତେଜକ ଭାଷଣ ପରେ ତାଙ୍କ ସମର୍ଥକମାନେ ଅଧିକ ଉତ୍ସାହିତ ହୋଇପଡ଼ିଥିଲେ।

ସହରରେ ଏମିତି ମାତିଲେ ଯେ, ସହରର ସବୁ ଗଧଙ୍କ ଜୀବନ ପ୍ରତି ବିପଦ ଘନେଇ ଆସିଲା। ସେମାନେ ନୱାଜ୍‌ ଶରିଫଙ୍କ ବିପକ୍ଷରେ ପ୍ରତିଶୋଧ ନେବାକୁ ଯାଇ ଶେଷରେ ଗୋଟିଏ ନିରୀହ ଗଧକୁ ଟାର୍ଗେଟ କରିଥିଲେ।  ଗଧଟିକୁ ନିର୍ଘାତ ମାଡ଼ ମାରିବା ପରେ  ତା’ର ପାଟି, ନାକ,ଆଖି ଓ ଶରୀରକୁ ଛରିରେ କାଟିପକାଇଥିଲେ। ନାକ ଆଖି ତାଡ଼ି ଦେଇଥିଲେ। ଆଉ ଚମଡ଼ା ବିଦାରି ତା’ଦେହରେ ‘ନୱାଜ୍‌’ ଲେଖିଦେଇ ଚାଲିଯାଇଥିଲେ। ଗଧଟି ଅତି ମୁମୂର୍ଷୁ ଅବସ୍ଥାରେ ଛଟପଟ ହେଉଥିବା ବେଳେ କେହି ଜଣେ ଗଧର ଏହି ହାଲ ଦେଖି ତା’ର ଚିକିତ୍ସା ପାଇଁ ଅନ୍ୟମାନଙ୍କ ସହାୟତା ଲୋଡ଼ିଥିଲେ।

ଏଥିପାଇଁ ସେ ଗଧଟିର ଫଟୋ ଉଠାଇ  ଫେସ୍‌ବୁକ୍‌ର ପୋଷ୍ଟ୍‌ କରିଥିଲେ। ଆଉ ଗଧ ଚିକିତ୍ସା ଲାଗି ସହାୟତା ପାଇଁ ନିବେଦନ କରିଥିଲେ।  ଏହି ଦୃଶ୍ୟ ଦେଖିବା ପରେ ପାକିସ୍ତାନର ଆୟେଶା ଫାଉଣ୍ଡେସନ୍‌ ନାମକ ଏକ ଏନ୍‌ଜିଓ ସଂସ୍ଥା ଗଧଟିକୁ ଉଦ୍ଧାର  କରି ଚିକିତ୍ସା ପାଇଁ ସହଯୋଗର ହାତ ବଢାଇଥିଲା।  ଉକ୍ତ ସଂସ୍ଥାର ଜଣେ ମହିଳା ଗଧଟିକୁ ଆଣି ତା’ର ଚିକିତ୍ସା କରୁଛନ୍ତି।    ସମ୍ପୃକ୍ତ ମହିଳାଙ୍କ ଏହି ପ୍ରଶଂସନୀୟ ଉଦ୍ୟମ ପାଇଁ ତାଙ୍କୁ ଅନେକ ତାରିଫ କରିଛନ୍ତି।



from OdishaReporter https://ift.tt/2NzL3lA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages