ସନ୍ତାନ ଆଖି ଖୋଲିବା ପୂର୍ବରୁ ଆଖି ବୁଜିଥିଲେ ଏହି ବୀର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 26, 2018

ସନ୍ତାନ ଆଖି ଖୋଲିବା ପୂର୍ବରୁ ଆଖି ବୁଜିଥିଲେ ଏହି ବୀର

ନୂଆଦିଲ୍ଲୀ: ଚାରୁଲତା ଆଚାର୍ଯ୍ୟ ୬ମାସର ଗର୍ଭବତୀ ଥିଲେ। ହସ ଖୁସିରେ ସଂସାର ଚାଲିଥିଲା। ଗର୍ଭରେ ବଢୁଥିବା ପିଲାକୁ ନେଇ କେତେ କ’ଣ ସ୍ୱପ୍ନ ଦେଖୁଥିଲା ପରିବାର। ପିଲାକୁ ନେଇ ସବୁଠୁ ଅଧିକ ଖୁସି ଥିଲେ ଚାରୁଲତାଙ୍କ ସ୍ୱାମୀ ମେଜର୍‌ ପଦ୍ମପାଣି ଆଚାର୍ଯ୍ୟ। କିନ୍ତୁ ଦଇବର ଗତି କିଛି ଅଲଗା ଥିଲା। ଗୋଟିଏ ଫୋନ୍‌ କଲ୍‌ ଚାରୁଲତାଙ୍କର ସମସ୍ତ ସ୍ୱପ୍ନକୁ ଭାଙ୍ଗି ଚୁର୍‌ମାର୍‌ କରିଦେଇଥିଲା ଦୀର୍ଘ ୧୯ବର୍ଷ ତଳେ ଆଜିର ଦିନରେ ଆସିଥିଲା ସେହି ଫୋନ୍‌ କଲ୍‌।

ଫୋନ୍‌ଟିକୁ ଉଠାଇଥିଲେ ଚାରୁଲତାଙ୍କ ଶ୍ୱଶୁର ଜଗନ୍ନାଥ ଆଚାର୍ଯ୍ୟ (ଅବସରପ୍ରାପ୍ତ ୱିଙ୍ଗ୍ କମାଣ୍ଡର୍‌)। ଫୋନ୍‌ଟି ଥିଲା ଭାରତୀୟ ସେନା ମୁଖପାତ୍ରଙ୍କର। ‘ଆପଣଙ୍କ ପୁଅ ସାହସର ସହିତ ଯୁଦ୍ଧ କଲେ, ସେ ଇତିହାସ ସୃଷ୍ଟି କରିଛନ୍ତି, କିନ୍ତୁ ସେ ଆଉ ନାହାନ୍ତି’ କହିଥିଲେ ସେନା ମୁଖପାତ୍ର। ଏକଥା ଶୁଣିବା ପରେ ଜଗନ୍ନାଥଙ୍କ ପାଦ ତଳୁ ଯେମିତି ମାଟି ଖସିଯାଇଥିଲା। ପୂରା ପରିବାର ହତବାକ୍‌ ହୋଇ ପଡ଼ିଥିଲେ। ପରିବାରର ସମସ୍ତ ସଦସ୍ୟ ମିଶି କିଛି ଦିନ ପୂର୍ବରୁ ଫୋନ୍‌ରେ ପଦ୍ମପାଣିଙ୍କର ଜନ୍ମଦିନ ପାଳନ କରିଥିଲେ। ତାଙ୍କ ସହିଦ୍‌ ହେବାର ଖବରକୁ କେହି ସହଜରେ ଗ୍ରହଣ କରିପାରୁନଥିଲେ। ସେପଟେ ଜନ୍ମ ନେବାକୁ ଥିବା ସନ୍ତାନକୁ ନେଇ କେତେ କ’ଣ ସ୍ୱପ୍ନ ସଜାଇ ରଖିଥିବା ପଦ୍ମପାଣି ପିଲାର ଆଖି ଖୋଲିବା ପୂର୍ବରୁ ଆଖି ବୁଜିଦେଇଥିଲେ।

‘ଯଦିଓ ସେନା ଅଧିକାରୀଙ୍କ ପରିବାର ଲୋକେ ସବୁବେଳେ ଏମିତି ପରିସ୍ଥିତିକୁ ସାମ୍ନା କରିବା ପାଇଁ ପ୍ରସ୍ତୁତ ରୁହିବା ଉଚିତ। ତଥାପି ଏ ହୃଦୟବିଦାରକ ଖବର ମତେ ଏକ ଶକ୍ତ ଧକ୍କା ଦେଇଥିଲା’ ବୋଲି କହିଥିଲେ ପଦ୍ମପାଣିଙ୍କ ମାଆ।

ସେ କହିଥିଲେ, ‘ଯେହେତୁ ମୁଁ ଜଣେ ମାଆ, ମତେ ଏ ଖବର ଭୀଷଣ ଆଘାତ ଦେଇଥିଲା। କିନ୍ତୁ ଜଣେ ଦେଶପ୍ରେମୀ ଭାବେ ମତେ ମୋ ପୁଅ ପାଇଁ ଗର୍ବ ଅନୁଭବ ହେଉଥିଲା। ସେ ସବୁଦିନ ପାଇଁ ସ୍ମରଣୀୟ ହୋଇ ରହିଗଲା। ତା’ର ମୃତ୍ୟୁ ହେଲେ ନକାନ୍ଦିବାକୁ ସେ ମତେ ଅନୁରୋଧ କରିଥିଲା।’

‘ଏ ସତ୍ୟକୁ ଗ୍ରହଣ କରିବା ଆମ ପାଇଁ ଅତ୍ୟନ୍ତ କଷ୍ଟଦାୟକ ଥିଲା, କିନ୍ତୁ ଆମେ ସବୁ ପରିସ୍ଥିତିରେ ସଂଯମ ରକ୍ଷା କରିବାକୁ ଚାହୁଁଥିଲୁ। ମୁଁ ମୋ ପୁଅକୁ ନେଇ ଗର୍ବ ଅନୁଭବ କରୁଛି ଏବଂ ଆମେ ତାକୁ ଏବେ ବି ଝୁରୁଛୁ’ ବୋଲି କହିଛନ୍ତି ପଦ୍ମପାଣିଙ୍କ ବାପା।

ପଦ୍ମପାଣିଙ୍କ ମୃତ୍ୟୁ ପୂର୍ବରୁ ଯୁଦ୍ଧର ପରିସ୍ଥିତିର ଗମ୍ଭୀରତା ଅନୁଭବ କରି ବାପାଙ୍କୁ ଏକ ସାନ୍ତ୍ୱନାମୂଳକ ଚିଠି ଲେଖିଥିଲେ। ସେ ଲେଖିଥିଲେ, ‘ପ୍ରିୟ ବାପା, ମୋ ବୃତ୍ତିଗତ ସମସ୍ୟାକୁ ନେଇ ଆପଣ ଚିନ୍ତା କରିବେନାହିଁ। ଏହା ଆମର କର୍ତ୍ତବ୍ୟ। ମାଆଙ୍କୁ କହିବେ ସଂଘର୍ଷ କରି ଆମେ ସମ୍ମାନ ପାଉଛୁ। ମୁଁ ସର୍ବଦା ଦେଶର ସେବା କରିଚାଲିଥିବି।’

କାର୍ଗିଲ୍‌ ଯୁଦ୍ଧ ପରେ ପଦ୍ମପାଣିଙ୍କ ବାପା ସେହି ଚିଠିକୁ ସେ ସମୟର ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜ୍‌ପେୟୀଙ୍କୁ ପଠାଇଥିଲେ। ଏହାପରେ ପଦ୍ମପାଣିଙ୍କୁ ‘ମହାବୀର୍‌ ଚକ୍ର’ ସମ୍ମାନ ମିଳିଥିଲା।



from OdishaReporter https://ift.tt/2JXnO2u

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages