ଗୁଣପୁରର ‘ତଲାରୀ ଯାତ୍ରା’ ଅନନ୍ୟ କାହିଁକି ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 26, 2018

ଗୁଣପୁରର ‘ତଲାରୀ ଯାତ୍ରା’ ଅନନ୍ୟ କାହିଁକି ?

ଗୁଣୁପୁର(ଇନ୍ଦ୍ରଜିତ ପଣ୍ଡା): ରାୟଗଡ଼ା ଜିଲ୍ଲା ଗୁଣପୁର ରଥଯାତ୍ରା ଉତ୍ସବର ଏକ ଅନନ୍ୟ ପରମ୍ପରା ରହିଛି। ଏଠାରେ ବଡ଼ ରଥକୁ ସାଧାରଣ ଲୋକେ ଟାଣୁଥିବା ବେଳେ ସାନ ରଥକୁ କେବଳ ମହିଳାମାନେ ଟାଣିଥାନ୍ତି। ସମଗ୍ର ଆଦିବାସୀ ଅଞ୍ଚଳ ମଧ୍ୟରୁ କେବଳ ଗୁଣପୁରରେ ଏହି ପରମ୍ପରା ଦେଖିବାକୁ ମିଳିଥାଏ। ଏଥିପାଇଁ ଦକ୍ଷିଣ ଓଡ଼ିଶାରେ ଏହି ରଥର ସ୍ୱତନ୍ତ୍ର ସ୍ଥାନ ରହିଛି। କେବଳ ଏତିକି ନୁହେଁ, ଯାତ୍ରାରେ ‘ତଲାରୀ’ ବଜାରର ପସରା ଦେଖିବାକୁ ମିଳିଥାଏ। ଚାଷ କାର୍ଯ୍ୟରେ ନିର୍ଭର କରୁଥିବା ଆଦିବାସୀ ଲୋକେ ମୁଣ୍ଡ ଘୋଡ଼ାଇବା ଲାଗି ତାଳପତ୍ରରେ ପ୍ରସ୍ତୁତ ତଲାରୀ ଏଠାରୁ କିଣିଥାନ୍ତି। ତେଣୁ ଏହାକୁ ତଲାରୀ ଯାତ୍ରା ମଧ୍ୟ କୁହାଯାଇଥାଏ। କେଉଁ ଆବହମାନ କାଳରୁ ଚାଲି ଆସୁଥିବା ଏହି ଯାତ୍ରାରେ ତଲାରୀ ବିକ୍ରି କରି ବେପାରୀମାନେ ମଧ୍ୟ ବେଶ ଖୁସିଥାନ୍ତି। ତଲାରୀ ବିକ୍ରି କରି ବେପାରୀମାନେ ବେଶ ଦୁଇ ପଇସା ମଧ୍ୟ ରୋଜଗାର କରିଥାନ୍ତି।

୧୮୦୦ ଖ୍ରୀଷ୍ଟାବ୍ଦରୁ ଆରମ୍ଭ ହୋଇଥିବା ଏହି ଅନନ୍ୟ ରଥଯାତ୍ରାରେ ଗୋଟିଏ ପଥରେ ଦୁଇଟି ରଥ ଟଣା ଯାଇଥାଏ। ବଡ଼ ରଥରେ ବଡ଼ମଠର ଜଗନ୍ନାଥ, ବଳଭଦ୍ର, ସୁଭଦ୍ରାଙ୍କୁ ବିଜେ କରାଯାଉଥିବା ବେଳେ ସାନ ରଥରେ ସାନ ମଠର ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ବିଜେ କରାଯାଇଥାଏ। ୨୦୦ବର୍ଷର ଏହି ପୁରୁଣା ରଥଯାତ୍ରା ଦେଖିବା ଲାଗି ବହୁ ଲୋକଙ୍କ ସମାଗମ ହୋଇଥାଏ।



from OdishaReporter https://ift.tt/2OjOGNK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages