“ମୁଁ ବିଶୁ ମହାରଣା, ସାର୍‌ମାନେ ଲାଙ୍ଗୁଲା ନରସିଂହ ଦେବ” - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 15, 2018

“ମୁଁ ବିଶୁ ମହାରଣା, ସାର୍‌ମାନେ ଲାଙ୍ଗୁଲା ନରସିଂହ ଦେବ”

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “ମୋ ଭଳି ଗୋଟେ ତୁଚ୍ଛ ମଣିଷକୁ ସେ ଏତେବଡ଼ ସ୍ଥାନ ଦେଇଥିବାରୁ ମୁଁ ତାଙ୍କ ପାଖରେ(ରାଷ୍ଟ୍ରପତି) ଋଣୀ। ଆଜି ମତେ ମୋ ସ୍ୱପ୍ନ ପୁରା ହେଲା ଭଳି ଲାଗୁଛି। ଆପଣମାନେ ତ ଜାଣନ୍ତି, କାଣ୍ଡ ସାଉଁଟିକି ଯୁଦ୍ଧ କରାଯାଏ ନାହିଁ। ମୁଁ ଯଦି ପଇସା ଯୋଗାଡ଼ କରିବି କାମ କରିବି କେତେବେଳେ? ସେଇଥି ପାଇଁ ବିଶୁ ମହାରଣା ହୋଇ ମୁଁ କୋଣାର୍କ ଗଢ଼ିବି। ଆଉ ସାର୍‌ମାନେ ସବୁ ଲାଙ୍ଗୁଲା ନରସିଂହ ଦେବ ହୋଇ ମୋ କାମ ଆଗକୁ ବଢ଼େଇ ନେବେ। ଯୋଉ କାମ ଆଉ କେହି କରିପାରିବେନି ବୋଲି ଲୋକ କହୁଥିଲେ ସେ କାମକୁ ଆମେ ପୁଣି କରି ଦେଖେଇବୁ।”

ଏ କଥା କହିଛନ୍ତି ରାଷ୍ଟ୍ରପତିଙ୍କ ଦ୍ୱାରା ରାଜ୍ୟସଭାକୁ ମନୋନୀତ ହୋଇଥିବା ଓଡ଼ିଆ ସ୍ଥପତି ପଦ୍ମବିଭୁଷଣ ରଘୁନାଥ ମହାପାତ୍ର। କାଲି ପବିତ୍ର ରଥଯାତ୍ରା ଅବସରରେ ଏ ଘୋଷଣା ହେବା ପରେ ଆଜି ସକାଳେ ମହାପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ ପାଇଁ ପହଞ୍ଚିଥିଲେ ରଘୁନାଥ । ସାଙ୍ଗରେ ଥିଲେ ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରରେ ଗଣମାଧ୍ୟମ ପ୍ରତିନିଧିଙ୍କ ଉତ୍ତର ଦେଇ ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି ମହାପାତ୍ର।

ଏଣେ ଦ୍ୱୀତିୟ କୋଣାର୍କ ଗଢ଼ିବାକୁ ନେଇ ଆଲୋଚନା ଓ ବିତର୍କ ଆରମ୍ଭ ହୋଇଛି। ଇତିହାସର ପୁନରାବୃତ୍ତି କିମ୍ବା କୋଣାର୍କ ସୂର୍ଯ୍ୟ ମନ୍ଦିର ଭଳି ଏକ ଐତିହ୍ୟପୂର୍ଣ୍ଣ କଳାକୃତିର ନକଲ ନ କରି ଆହୁରି ଅଧିକ ସୁନ୍ଦର ସ୍ଥାପତ୍ୟ କଳା ସୃଷ୍ଟି କରିପାରନ୍ତେ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।



from OdishaReporter https://ift.tt/2zF8UOq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages