
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦକ୍ଷତା ବିକାଶ କେବଳ କିଛି ରୋଜଗାର ଓ ଭୌତିକ ସୁଖ ପାଇଁ ବ୍ୟବସ୍ଥା ନୁହେଁ, ବରଂ ସ୍ୱାଭିମାନ ଓ ସମ୍ମାନର ସହ ବଞ୍ଚିବା ପାଇଁ ଏକ ମାଧ୍ୟମ ବୋଲି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ସ୍ଥାନୀୟ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ ପରିସରରେ ‘ଇଣ୍ଡିଆ ସ୍କିଲ୍ ଆଞ୍ଚଳିକ’ (ପୂର୍ବ ଭାରତ) ପ୍ରତିଯୋଗିତାକୁ ଉଦ୍ଘାଟନ ତଥା ବିଶ୍ୱ ଯୁବ ଦକ୍ଷତା ଦିବସ କାର୍ଯ୍ୟକ୍ରମରେ ଯୋଗ ଦେଇ ଧର୍ମେନ୍ଦ୍ର କହିଛନ୍ତି ଯେ, ସ୍କିଲ୍ କିଛି ନୂଆ ବ୍ୟବସ୍ଥା ନୁହେଁ। ହଜାର ହଜାର ବର୍ଷ ପୂର୍ବରୁ ସମାଜରେ ଏହି ବ୍ୟବସ୍ଥା ପ୍ରଚଳିତ ହୋଇ ରହିଛି।
ସେ କହିଛନ୍ତି ଯେ, ଯେଉଁ ଓଡିଶାର ଲୋକମାନେ ନିଜ ଉଦ୍ୟମିତା ପାଇଁ ଦକ୍ଷିଣ ପୂର୍ବ ଏସିଆକୁ ବୋଇତରେ ଯାଇ ବ୍ୟବସାୟ ବାଣିଜ୍ୟ କରିଥିଲେ ଆଜି ସେହି ଜାତିର ଲୋକମାନଙ୍କୁ ପେଟ ପାଇଁ ବିଦେଶକୁ ଯିବାକୁ ପଡୁଛି। ଶ୍ରୀ ପ୍ରଧାନ କହିଛନ୍ତି ଯେ, କେବଳ ୟୁଏଇରେ ଓଡିଶାରୁ ଦୁଇ ଲକ୍ଷ ମାଟ୍ରିକ୍ ପାସ କରି ନ ଥିବା ପିଲା କାମ କରିବାକୁ ଯାଉଛନ୍ତି। ଏମାନେ ସେଠି ପହଞ୍ଚି କାମ ଶିଖି କାମ କରିବାକୁ ପଡୁଛି। ଏମାନଙ୍କୁ ଓଡ଼ିଶାରେ କାହିଁକି ପୂର୍ବରୁ କାମ ଶିଖାଇ ସିଧା ରୋଜଗାର କରିବାର ସୁଯୋଗ ଦିଆଗଲା ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି ଯେ, ଜାପାନରେ କମ୍ ଯୁବପିଢ଼ି ଓ ଅଧିକ ବୟସ୍କ ଲୋକ ଥିବା କାରଣରୁ ବୃଦ୍ଧବୃଦ୍ଧାଙ୍କଯତ୍ନ ନେବା ପାଇଁ ଜାପାନୀ ଭାଷା ଜାଣିଥିବା ଦରକାର।
ସେଥିପାଇଁ ଏକ ବୃହତ ମାନବ ସମ୍ୱଳର ଆବଶ୍ୟକତା ରହିଛି। ପୂର୍ବ ଭାରତ ହିଁ ଏହି ମାନବ ସମ୍ୱଳ ଯୋଗାଣର କେନ୍ଦ୍ର ହୋଇ ପାରିବ ବୋଲି ସେ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସ୍କିଲ ଡେଭଲପ୍ମେଣ୍ଟ ଆଣ୍ଡ ଏଣ୍ଟରପ୍ରେନରସିପ୍ର ସଚିବ ଡ.କେପି କ୍ରିଷ୍ଣାଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।
from OdishaReporter https://ift.tt/2LlOhZg
No comments:
Post a Comment