ଅଭଦ୍ର ଭାଷାରେ ଗାଳି କରୁଛନ୍ତି ବିଜେଡି ବିଧାୟକ, ଭିଡିଓ ଭାଇରାଲ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 17, 2018

ଅଭଦ୍ର ଭାଷାରେ ଗାଳି କରୁଛନ୍ତି ବିଜେଡି ବିଧାୟକ, ଭିଡିଓ ଭାଇରାଲ୍

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘ଆଉ କୋଉ ଶଳା କରିଛି ବେ? ବିଜେପି ନା କଂଗ୍ରେସ କରୁଛି କି? ଯାହା କରୁଛି ବିଜେଡି। ଯାହା କରିବ ବି ବିଜେଡି କରିବ। ଯାହା ହେଇଛି ବିଜେଡି ଅମଳରେ। ଯାହା ହବ ବି ବିଜେଡି ଅମଳରେ।’

ଭାଷା ଅଭାଷା ଭୁଲି ସାଧାରଣ ଲୋକଙ୍କୁ ଏମିତି ଗାଳି ଦେଇଛନ୍ତି ନିମାପଡ଼ା ବିଧାୟକ ସମୀର ରଂଜନ ଦାଶ୤ ତାଙ୍କର ଏ ‘ଛାତି-ବାଡ଼ିଆ’ କଥା ଶୁଣି ପବ୍ଲିକ୍ ବି ଚୁପ୍। ଏମିତି ଏକାଧିକ ଭିଡିଓ ଏବେ ବୁଲୁଛି ସୋଶଲ୍ ମିଡିଆରେ୤ ଭିଡିଓରେ ଥିବା ଦୃଶ୍ୟ ଓ ସ୍ଵର ଯାହା କହୁଛି, କୌଣସି ଏକ ଜାଗାରେ ବିଧାୟକ ମହାଶୟ କୌଣସି ଏକ ସରକାରୀ କାମର ତଦାରଖ କଲାବେଳେ ତାଙ୍କୁ କିଛି ସାଧାରଣ ଲୋକ ଘେରିଛନ୍ତି୤ ସେଥିରୁ କିଛି ଲୋକ ବିଧାୟକଙ୍କୁ କାମ ଠିକ୍ ହେଉନି ବୋଲି ଅଭିଯୋଗ କରୁଛନ୍ତି୤ ଏହାର ଉତ୍ତର ବିଧାୟକ ମହାଶୟ ସମ୍ଭ୍ରମତାର ସହ ନ ଫେରେଇ ମଜାଳିଆ ଭାଷାରେ ଗାଳି କରୁଛନ୍ତି୤ ଏ ଭିଡିଓ ଏବେ ଘୂରି ବୁଲୁଛି ସୋଶାଲ ମିଡିଆରେ୤ ହେବନି ବା କେମିତି୤ ଶହ ଶହ ଲୋକ ଠିଆ ହୋଇ ବିଧାୟକଙ୍କ କଥା ଶୁଣୁଥିଲେ୤ ସମସ୍ତଙ୍କ ହାତରେ ବି ସ୍ମାର୍ଟଫୋନ୍୤ ତେଣୁ ସମସ୍ତେ ଭିଡିଓ ରେକର୍ଡ କରିଛନ୍ତି୤ କିଏ ଆଗରୁ ତ କିଏ ପଛରୁ୤ ଏଥିପାଇଁ ବିଧାୟକ ମହାଶୟ ଟିକେ ହୁସିଆର ହେବାର ଥିଲା୤ ଆଉ କଣ ସେ ଯୁଗ ପଖାଳ ଅଛି କି ଦାଶେ ଆଜ୍ଞା୤ ଏବେ ପବ୍ଲିକ୍ ଚାଲାକ ହୋଇଗଲେଣି୤ ସେମାନଙ୍କଠୁ ବର୍ତ୍ତିବା ଭାରି କଷ୍ଟ୤

ବିଧାୟକଙ୍କ ଭାଷା ଶୁଣି କିଛି କହିବାକୁ କାହା ତୁଣ୍ଡରେ ଭାଷା ନଥିଲା। ନିଜେ ବିଧାୟକ କହୁଛନ୍ତି ଯେତେବେଳେ, କିଏ ଆଉ କ’ଣ କହିବ? କଥା ହେଉଛି, ବିଧାୟକ ମହାଶୟ କୁଆଡ଼େ ଗୋଟେ ଫିଲ୍ଡ ଭିଜିଟ୍ କରିବାକୁ ଯାଇଥିଲେ ବୋଧେ୤ ସେଇଠି ତାଙ୍କୁ ଘେରି ଯାଇଥିଲେ ପବ୍ଲିକ୍୤ କଥା କଟାକଟି ଟିକେ ହେଇଗଲା୤ ଭିଡ଼ ଭିତରୁ କେହି ଜଣେ କଂଗ୍ରେସ କି ବିଜେପି ପାଇଁ ପଦୁଟିଏ କହୁକହୁ କହିଦେଲେ। ଆଉ କଥା ପଦକ ଶୁଣି ସତେ ଯେମିତି ନିଆଁ ଲାଗିଗଲା। ଦାଶେ ଆପଣଙ୍କ ତୁଣ୍ଡରୁ ଏଥର ନିଆଁ ଝୁଲ ଖସିଲା। ତାଙ୍କ ମାର୍କାମରା କଥା ଶୁଣି ଲାଗିଲା, ହାତ ପୋଡ଼ିଯିବ ନ ହେଲେ ପଦ୍ମ ଝଡ଼ିଯିବ।
ଦାଶେ ପୁଣି ଭା ଷିଲେ-“ ଯା ବେ…ସେ ରୋଲ ସେଆଡେ ରଖ..। ମୋ ପାଖରେ ସେ ଯାତ୍ରା କଥାବାର୍ତ୍ତା କରନା। ଆଉ ! ଯାତ୍ରା ନୁହଁ କ’ଣ ବା… ଧନୁଆରେ ଯୋଉ ବର୍ଷା ପାଣି କାଳକାଳ ଭାସି ଯାଉଥିଲା ତା ଉପରେ ବ୍ରିଜ୍ କିଏ କରିଥିଲା? କହୁନ? ଦି’ ଦିଇଟା ପୋଲ କିଏ ଠିଆ କଲା?

ଏ କଥା ଶୁଣି ଗହଳି ଭିତରୁ କେହି ଜଣେ ପୁଣି ଯୁକ୍ତି କଲେ। ପଚାରିଲେ- ‘ଗମେଣ୍ଟ କରିଛି କ’ଣ ଯେ? ସବୁଥିରେ ତ ଡେରି।‘

ଏ କଥା ଶୁଣି ଦାଶେ ପୁରା ବିଗିଡ଼ିଗଲେ। କହିଲେ- ହବନା… ହବନି କ’ଣ? ସାଙ୍ଗେ ସାଙ୍ଗେ କ’ଣ ଛୁଆ ହେଇଯାଏ କି? ଏଁ? କଥା କହୁଛୁ।

ସାର୍‌ଙ୍କ କଥା ଶୁଣି ପୁରା ମାହୋଲରେ ହସର ଫୁଆରା ଛୁଟିଲା। ଦାଶେ କିନ୍ତୁ ସେତେବେଳକୁ ପୁରା ଚାର୍ଜ ହେଇଗଲେଣି। ‘ଦୋ’ ଅକ୍ଷରି ଲଗେଇ ଦାଶେ ଆଜ୍ଞା, ତାଙ୍କ ସହ ଯୁକ୍ତି କରୁଥିବା ବାବୁଙ୍କ ସମ୍ମାନ ବି ଓଝାଳି ପକାଇଲେ।

ଏ ସବୁ ଆମେ ଯାହା ଲେଖିଲୁ, ତା’ର ଚାକ୍ଷୁଷ ପ୍ରମାଣ ଏବେ ମୋବାଇଲରୁ ମୋବାଇଲକୁ ଘୂରି ବୁଲୁଛି। ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କର ଗାଳି ବର୍ଷଣ ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେଲାଣି। ଯାହାକୁ ଦେଖି ତାଙ୍କ ଏରିଆ ଲୋକେ କହିଲେଣି, ଦାଶେ ଆମର ଭାରି ଟିଙ୍ଗା। ଏ ଭିଡିଓରେ ବାବୁଙ୍କ ମୁହଁ ସିନା ଦିଶୁନି, କିନ୍ତୁ ପ୍ରଚ୍ଛଦପଟ୍ଟରେ ତାଙ୍କ କଣ୍ଠସ୍ୱର ବାରି ଆମେ ଜାଣିପାରୁଛୁ ସେ ଖାଲି ବିଜେଡି ନେତା ନୁହଁନ୍ତି, ବିଜେଡ଼ି ତାଙ୍କ ପ୍ରାଣ। ନ ହେଲେ ସେ କ’ଣ ଏମିତି କିଛି କହିଥାନ୍ତେ। ଏବେ ବିଚାର ଆପଣଙ୍କର।

ବିଧାୟକ ସମୀର ରଂଜନ ଦାଶଙ୍କର ଭାଇରାଲ୍ ହେଉଥିବା ଏହି ଭିଡିଓ ଜଣେ ବ୍ୟକ୍ତି ଫେସବୁକରେ ପୋଷ୍ଟ କରିଛନ୍ତି



from OdishaReporter https://ift.tt/2NURqRn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages