ସେନାକୁ ସାଂପ୍ରଦାୟିକତାକୁ ଟାଣିଲେ ଓୱେସୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 17, 2018

ସେନାକୁ ସାଂପ୍ରଦାୟିକତାକୁ ଟାଣିଲେ ଓୱେସୀ

ତେଲେଙ୍ଗାନା: ନିଜର ରାଜନୀତିକ ଅଭିସନ୍ଧିକୁ ପୂରଣ କରିବା ପାଇଁ ଦେଶର ସୁରକ୍ଷାରେ ଅହରହ ଲାଗିପଡ଼ିଥିବା ସେନାବାହିନୀକୁ ମଧ୍ୟ ମୋହରା କରାଯାଉଛି। ଏଆଇଏମଆଇଏମ ମୁଖ୍ୟ ଅସାଦୁଦ୍ଦିନ୍ ଓୱେସୀ ସେନାକୁ ନେଇ ସାଂପ୍ରଦାୟିକତା ରାଜନୀତି ଆରମ୍ଭ କରିଛନ୍ତି। ବିଗତ ୪ ବର୍ଷ ମଧ୍ୟରେ ସିଆରପିଏଫ୍, ସିଆଇଏସ୍ଏଫ୍, ଆର ପି ଏଫ୍ ଓ ବିଏସ୍‌ଏଫ୍‌ରେ କେତେ ମୁସଲିମ୍ ସଂପ୍ରଦାୟର ଯୁବକ ଚାକିରି ପାଇଛନ୍ତି, ତା’ର ହିସାବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଅନ୍ତୁ ବୋଲି ସେ ଦାବି କରିଛନ୍ତି। ତେଲେଙ୍ଗାନର ଗାଦୱାଲ ଜିଲ୍ଲାରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁସଲିମ୍ ମହିଳାମାନଙ୍କୁ ତାଙ୍କ ସରକାର ନ୍ୟାୟ ଦେଇଛନ୍ତି ବୋଲି କହୁଛନ୍ତି। କିନ୍ତୁ ଏଇ ୪ ବର୍ଷ ମଧ୍ୟରେ ମୋଦି ସରକାର କେତେ ମୁସଲିମ୍ ସଂପ୍ରଦାୟର ଲୋକଙ୍କୁ ସେନାରେ ନିଯୁକ୍ତି ଦେଇଛନ୍ତି? ବର୍ତ୍ତମାନ କେବଳ ୭.୩% ସିଆଇଏସ୍ଏଫ୍‌ରେ ଓ ୬.୯% ମୁସଲିମ ସିଆରପିଏଫ୍‌ରେ ନିଯୁକ୍ତି ପାଇଛନ୍ତି। ଏପରି ସ୍ଥିତିରେ ମୋଦି ସରକାର ମୁସଲିମ୍‌ ସଂପ୍ରଦାୟ ପାଇଁ କେତେ କାମ କରୁଛନ୍ତି, ତାହା ଜଳଜଳ ହୋଇ ଦିଶୁଛି ବୋଲି ସେ କହିଛନ୍ତି। ମୁସଲିମ୍‌ ସଂପ୍ରଦାୟର ଅଧିକରୁ ଅଧିକ ଲୋକ ରାଜନୀତିକୁ ଆସନ୍ତୁ ବୋଲି ଓୱେସୀ ଆହ୍ୱାନ ଦେଇଛନ୍ତି। ମୁସଲିମ୍‌ ସଂପ୍ରଦାୟର ଲୋକମାନେ ରାଜନୀତିକୁ ଆସିଲେ, ସେମାନେ ଗଣତାନ୍ତ୍ରିକ ଉପାୟରେ ନିଜର ଅଧିକାର ପାଇଁ ଲଢ଼େଇ କରିପାରିବେ। ଏହା ହେଉଛି ଭାରତ ଏବଂ ଏଠାରେ ସମ୍ୱିଧାନ, ନ୍ୟାୟପାଳିକା ଓ ପୁଲିସ ରହିଛି। ତେଣୁ ଭାରତର ଗଣତନ୍ତ୍ରକୁ ସୁଦୃଢ଼ କରିବାକୁ ହେଲେ ମୁସଲିମ୍‌ ସଂପ୍ରଦାୟର ଲୋକମାନେ ରାଜନୀତିକୁ ଆସନ୍ତୁ ବୋଲି ସେ କହିଛନ୍ତି।



from OdishaReporter https://ift.tt/2uvhtX3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages