ବିଜେପି ବିଧାୟକ ଦେଲେ ଏମିତି ମନ୍ତବ୍ୟ: ଯାହା ଶୁଣି ସମସ୍ତେ ହେଲେ ଆଶ୍ଚର୍ଯ୍ୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 26, 2018

ବିଜେପି ବିଧାୟକ ଦେଲେ ଏମିତି ମନ୍ତବ୍ୟ: ଯାହା ଶୁଣି ସମସ୍ତେ ହେଲେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ସର୍ବଦା ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ରହୁଥିବା ବିଜେପିର ଉତ୍ତର ପ୍ରଦେଶ ବିଧାୟକ ସୁରେନ୍ଦ୍ର ସିଂହ ଏମିତି କିଛି ପ୍ରସ୍ତାବ ଦେଇଛନ୍ତି, ଯାହା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ଚକିତ ହୋଇଯାଇଛନ୍ତି। ଦେଶରେ ହିନ୍ଦୁତ୍ୱବାଦକୁ ସୁରକ୍ଷିତ ରଖିବା ପାଇଁ ପ୍ରତ୍ୟେକ ହିନ୍ଦୁ ଦମ୍ପତ୍ତି ୫ଟି ସନ୍ତାନ ଜନ୍ମ କରିବା ଦରକାର ବୋଲି ସେ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, ଭାରତରେ ହିନ୍ଦୁ ସଂପ୍ରଦାୟର ଜନସଂଖ୍ୟା ବୃଦ୍ଧି ପାଇବା ଦରକାର। ସମସ୍ତ ହିନ୍ଦୁ ଧର୍ମଗୁରୁ ଏଭଳି ଚାହୁଁଛନ୍ତି। ତେଣୁ ଏହାକୁ ସଫଳ କରିବାକୁ ହେଲେ ପ୍ରତିଟି ହିନ୍ଦୁ ଦମ୍ପତ୍ତି ଅତିକମ୍‌ରେ ୫ଟି ସନ୍ତାନ ଜନ୍ମ କରିବା ଦରକାର। ନହେଲେ ଦେଶରେ ହିନ୍ଦୁମାନେ ସଂଖ୍ୟାଲଘୁ ହୋଇଯିବେ ବୋଲି ସେ କହିଛନ୍ତି। ପୂର୍ବରୁ ସୁରେନ୍ଦ୍ର କହିଥିଲେ ଭଗବାନ ରାମ ମଧ୍ୟ ଚାହିଁଲେ ଦେଶରେ ଦୁଷ୍କର୍ମକୁ ରୋକି ପାରିବେ ନାହିଁ। ଏଭଳି ବୟାନର ଦୁଇ ମାସ ପୂର୍ବରୁ ସେ ଦଳର ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭଗବାନ ରାମଙ୍କ ସହ ତୁଳନା କରିଥିଲେ। ଯାହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା।



from OdishaReporter https://ift.tt/2v6tfXv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages