ପଣସ ଖାଉଛନ୍ତି କି? ଏହି ୫ଟି ବିଷୟ ଉପରେ ଦିଅନ୍ତୁ ଧ୍ୟାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, July 14, 2018

ପଣସ ଖାଉଛନ୍ତି କି? ଏହି ୫ଟି ବିଷୟ ଉପରେ ଦିଅନ୍ତୁ ଧ୍ୟାନ

jack

ଖରାଦିନେ ପ୍ରଚୁର ମାତ୍ରାରେ ମିଳୁଥିବା ପଣସରେ ଭିଟାମିନ୍‌, ଆଣ୍ଟିଅକ୍ସିଡାଣ୍ଟ ଓ ମିନେରାଲ୍ ପ୍ରଚୁର ମାତ୍ରାରେ ରହିଛି। ଯାହା ଶରୀର ପାଇଁ ବେଶ୍‌ ଲାଭଦାୟକ। ହେଲେ ପଣସ ଖାଇବା ଦ୍ୱାରା କିଛି ଲୋକଙ୍କ ଶରୀର ଉପରେ ଏହାର କୁପ୍ରଭାବ ପଡ଼ିଥାଏ। ତେବେ ଆସନ୍ତୁ ଜାଣିବା କେଉଁମାନେ ପଣସଠାରୁ ଦୂରେଇ  ରହିବା ଉଚିତ୍‌।

୧- ପଣସରେ ପ୍ରଚୁର ମାତ୍ରାରେ ଫାଇବର୍‌ ରହିଛି। ତେଣୁ ଏହା କ୍ଷୁଦାନ୍ତ୍ରରେ ଥିବା ଆବର୍ଜନା ସଫା କରିବାରେ ସାହାଯ୍ୟ କରିଥାଏ। କିନ୍ତୁ ଯେଉଁମାନେ ପାଚନକ୍ରିୟା ଜନିତ ସମସ୍ୟାରେ ପୀଡ଼ିତ ସେମାନେ ପଣସ କମ୍ ଖାଇବା ଦରକାର।

jackfruit

୨- ମହିଳାମାନେ ଗର୍ଭାବସ୍ଥା ସମୟରେ  ପଣସ ଠାରୁ ଦୂରେଇ ରହିବା ଉଚିତ୍। ପଣସ ଖାଇବା ଦ୍ୱାରା ଗର୍ଭସ୍ଥ  ଶିଶୁ ପରେ ଖରାପ ପ୍ରଭାବ ପଡ଼ିପାରେ। ଏହାବ୍ୟତୀତ ଯେଉଁ ମହିଳାମାନେ ଶିଶୁକୁ କ୍ଷୀର ପିଆନ୍ତି ସେମାନେ ମଧ୍ୟ ପଣସ ଖାଇବା ଠାରୁ ଦୂରରେ ରୁହନ୍ତୁ। କାରଣ ଏଥିରେ ଏକ ପ୍ରକାର ଫାଇବର୍ ଅଛି ଯାହା ଉଭୟ ମା’ ଓ ଶିଶୁ ଉପରେ ଖରାପ ପ୍ରଭାବ ପକାଇଥାଏ।

୩- ଯଦି ଆପଣଙ୍କର କିଛି ଅପରେସନ୍‌ କିମ୍ୱା ସର୍ଜରୀ ହୋଇଥାଏ, ତେବେ ପଣସ ଖାଆନ୍ତୁ ନାହିଁ। ପେଟ ଅପରେସନ୍‌ କରିଥିଲେ ପଣସ ଖାଇବା ଠାରୁ ଦୂରେଇ ରୁହନ୍ତୁ। ଏହା ଆପଣଙ୍କ ପାଇଁ ବିପଦ ସୃଷ୍ଟି କରିପାରେ।

1111

୪- କିଛି ଲୋକ ଅଛନ୍ତି ଯେଉଁମାନଙ୍କର  ଖାଦ୍ୟ ଖାଇବା ପରେ ପାନ ଖାଇବାର ଅଭ୍ୟାସ ରହିଥାଏ। ତେବେ ମନେ ରଖନ୍ତୁ ଯେଉଁ ଦିନ ପଣସ ଖାଉଛନ୍ତି ସେହିଦିନ ପାନ ଖାଆନ୍ତୁ ନାହିଁ। ଆଉ ପାନ ଖାଇଥିଲେ ସେହି ଦିନ ପଣସ ଖାଆନ୍ତୁ ନାହିଁ।

୫- ପଣସ ଖାଇବା ପୂର୍ବରୁ କିମ୍ୱା ପରେ କ୍ଷୀର ପିଅନ୍ତୁ ନାହିଁ। କାରଣ କ୍ଷୀର ଓ ପଣସ ମିଶି ଶରୀରରେ ରିଆକ୍ସନ୍‌ ସୃଷ୍ଟି ହେବାର ଆଶଙ୍କା ରହିଥାଏ। ଯାହାଦ୍ୱାରା କୁଣ୍ଡିଆ ଓ ଏକ୍‌ଜିମା ପରି ଚର୍ମରୋଗ ହେବାର ଆଶଙ୍କା ରହିଥାଏ।



from OdishaReporter https://ift.tt/2LdmUjN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages