ପ୍ରଥମ ମ୍ୟାଚ୍‌ରେ ସଚିନଙ୍କ ପୁଅ ଫେଲ୍‌, ତଥାପି ଭାରତର ବିଶାଳ ବିଜୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, July 21, 2018

ପ୍ରଥମ ମ୍ୟାଚ୍‌ରେ ସଚିନଙ୍କ ପୁଅ ଫେଲ୍‌, ତଥାପି ଭାରତର ବିଶାଳ ବିଜୟ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୧୯ ବର୍ଷରୁ କମ୍‌ ଭାରତୀୟ କ୍ରିକେଟ୍‌ ଟିମ୍‌ ଆକର୍ଷଣୀୟ ଖେଳ ପ୍ରଦର୍ଶନ କରି ପ୍ରଥମ ୟୁଥ୍‌ ଟେଷ୍ଟରେ ଶ୍ରୀଲଙ୍କାକୁ ଇଂନିସ୍‌ ଓ ୨୧ ରନ୍‌ରେ ପରାସ୍ତ କରିଛି। ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ପ୍ରଥମ ଇଂନିସ୍‌ରେ ୨୪୪ ରନ୍ କରିଥିଲା। ଜବାବରେ ଭାରତ ପ୍ରଥମ ଇଂନିସ୍‌ରେ ୫୮୯ ରନ୍‌ର ବିଶାଳ ସ୍କୋର୍‌ କରିଥିଲା। ହେଲେ ଶ୍ରୀଲଙ୍କା ଦ୍ୱିତୀୟ ଇଂନିସ ବ୍ୟାଟିଂ କରି ୩୨୪ ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇ ପରାଜୟର ସାମ୍ନା କରିଥିଲା।

ଶ୍ରୀଲଙ୍କାର ଦୁଇ ଓପନର୍‌ ପ୍ରଥମ ଇଂନିସ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିବା ବେଳେ ସାମ୍ନାରେ ଭାରତର ଯୁବ ଫାଷ୍ଟ ବୋଲର୍‌ ଅର୍ଜୁନ ତେନ୍ଦୁଲକର ଥିଲେ। ଭାରତ ପକ୍ଷରୁ ପ୍ରଥମ ଓଭର୍‌ ବୋଲିଂ କରିବାକୁ ଆସିଥିଲେ ଅର୍ଜୁନ। ସେ ତାଙ୍କ ଦ୍ୱିତୀୟ ଓଭର୍‌ରେ ଓପନର୍‌ କେ. ମିଶ୍ରଙ୍କୁ ଆଉଟ୍‌ କରି ଶ୍ରୀଲଙ୍କାକୁ ପ୍ରଥମ ଝଟ୍‌କା ଦେଇଥିଲେ। ଅର୍ଜୁନ ପ୍ରଥମ ଇଂନିସରେ ୧୧ ଓଭର ବୋଲିଂ କରି ୩୩ ରନ୍‌ ଖର୍ଚ୍ଚ କରି ମାତ୍ର ଗୋଟିଏ ୱିକେଟ୍‌ ହାସଲ କରିଥିଲେ। ସେହିପରି ଦ୍ୱିତୀୟ ଇଂନିସରେ ଅର୍ଜୁନ ୧୧.୨ ଓଭର୍‌ ବୋଲିଂ କରି ୩୨ ରନ୍‌ ଦେଇ ଗୋଟିଏ ୱିକେଟ୍‌ ହାସଲ କରିଥିଲେ। ସମ୍ପୂର୍ଣ୍ଣ ମ୍ୟାଚ୍‌ରେ ଅର୍ଜୁନ ମାତ୍ର ୨ଟି ୱିକେଟ୍‌ ନେଇଥିବା ବେଳେ ବ୍ୟାଟିଂରେ ମଧ୍ୟ ଫେଲ୍‌ ହୋଇଥିଲେ। ଭାରତର ପ୍ରଥମ ଇଂନିସ୍‌ରେ ଅର୍ଜୁନ ୯ ନମ୍ବର୍‌ରେ ବ୍ୟାଟିଂ କରିବାକୁ ଆସିଥିବା ବେଳେ ୧୧ଟି ବଲ୍‌ରେ ବିନା ଖାତା ଖୋଲି ଆଉଟ୍‌ ହୋଇଯାଇଥିଲେ।



from OdishaReporter https://ift.tt/2O5B3S0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages