
ଅନେକ ଲୋକ ଅଛନ୍ତି ଯେଉଁମାନେ କେବେ ହେଲେ ବିମାନରେ ଯାତ୍ରା କରି ନାହାଁନ୍ତି। ସେମାନଙ୍କର ବିମାନ ଯାତ୍ରା କରିବାକୁ ଅନେକ ଇଚ୍ଛା ଥିଲେ ବି ବିମାନ ଟିକେଟ୍ ମହଙ୍ଗା ହୋଇଥିବାରୁ ଯାଇପାରନ୍ତି ନାହିଁ। ଏବେ ଏଥିରୁ ମିଳିବ ନିସ୍ତାର। କାରଣ ବିମାନ ସେବା ପ୍ରଦାନ କରୁଥିବା ଇଣ୍ଡିଗୋ ୪ ଦିନ ପାଇଁ ବିଶେଷ ଅଫର ଘୋଷଣ କରିଛି। ଅଫର ଅନୁଯାୟୀ ୧୨ ଲକ୍ଷ ସିଟ୍ ଉପରେ ପ୍ରତି ସିଟ୍ର ଟିକଟ ମୂଲ୍ୟ ମାତ୍ର ୧,୨୧୨ ଟଙ୍କା ରହିଛି। ଇଣ୍ଡିଗୋ କହିଛି, ଟିକେଟ୍ର ବୁକିଂ ଆଜିଠୁ ହେଇପାରିବ। ଯାହାଦ୍ୱାରା ଜୁଲାଇ ୨୫ରୁ ୩୦ମାର୍ଚ୍ଚ ଭିତରେ ଯାତ୍ରା କରିହେବ। କମ୍ପାନୀ ଏହି ଅଫରଟି ନିଜର ଦ୍ୱାଦଶ ବାର୍ଷିକ ଉତ୍ସବରେ ଘୋଷଣା କରିଛି।
ଏହି ସେଲ୍ କମ୍ପାନୀର ୬ଇ ନେଟୱର୍କ ଉପରେ ଦିଆଯାଉଛି। ଯେଉଁଥିରେ ଆନ୍ତର୍ଜାତିକ ରୁଟ୍ ବି ସାମିଲ ଅଛି। ଏହି ଅଫର କମ୍ପାନୀ ୫୭ଟି ସହରର ନେଟୱର୍କ ଉପରେ ୧୨ ଲକ୍ଷ ସିଟ୍ ଉପରେ ଦେଉଛି। କେବଳ ଏତିକି ନୁହେଁ ଭାରତୀୟ ଷ୍ଟେଟ ବ୍ୟାଙ୍କ୍ କ୍ରେଡିଟ୍ କାର୍ଡରେ ୩୦୦୦ ଟଙ୍କାର ଟିକେଟ କିଣିଲେ ୫ ପ୍ରତିଶତ କ୍ୟାଶବ୍ୟାକ୍ ମଧ୍ୟ ମିଳିବ ବୋଲି ଘୋଷଣା କରାଯାଇଛି।
from OdishaReporter https://ift.tt/2zoI3pL
No comments:
Post a Comment