ମାମୁ ଘରେ କିରାସିନି ଢାଳି ଦେହରେ ନିଆଁ ଲଗାଇଦେଲା ଭାଣିଜୀ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, July 27, 2018

ମାମୁ ଘରେ କିରାସିନି ଢାଳି ଦେହରେ ନିଆଁ ଲଗାଇଦେଲା ଭାଣିଜୀ!

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ମାମୁ ଘରେ ଭାଣିଜୀର ଆତ୍ମହତ୍ୟା! ଘରେ କେହି ନଥିବାର ସୁଯୋଗ ନେଇ କବାଟ କିଳି ନାବାଳିକା ଜଣକ ଦେହରେ କିରାସିନି ଢାଳି ନିଆଁ ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଆଜି ଏପରି ଏକ ଅଭାବନୀୟ ଘଟଣା ଘଟିଛି ରାଉରକେଲାରେ। ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ଭଦ୍ରକ ଜିଲ୍ଲା ଚାନ୍ଦବାଲି ଅଞ୍ଚଳର ନିରୂପମା ମହାନ୍ତି(୧୬) ଚଳିତବର୍ଷ ମାଟ୍ରିକ୍‌ ପରୀକ୍ଷା ଦେଇଥିଲେ। ସେଥିରେ ସେ ଫେଲ୍‌ ହୋଇଥିଲେ। ପରେ ସେ ସପ୍ଲିମେଣ୍ଟାରୀ ପରୀକ୍ଷା ଦେଇ ରାଉରକେଲା ପାୱାର ହାଉସ ରୋଡ୍‌ ଅନ୍ତର୍ଗତ ପଣ୍ଡା କଲୋନୀରେ ରହୁଥିବା ମାମୁ ଘରକୁ ଚାଲି ଯାଇଥିଲେ। ଦୀର୍ଘ ମାସେ ଧରି ନିରୂପମା ସେଠାରେ ରହୁଥିଲେ। କିଛି ଦିନ ତଳେ ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ପରୀକ୍ଷାଫଳ ବାହାରିଥିଲା। ଏଥିରେ ବି ସେ ଫେଲ୍‌ ହୋଇଥିଲେ। ଏହା ଜାଣିବା ପରେ ସେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲେ। ଆଜି ଘରେ ମାମୁ ଓ ମାଇଁ ନଥିବାର ସୁଯୋଗ ନେଇ ନିରୂପମା ଭିତରୁ କବାଟ ବନ୍ଦ କରି ଦେହରେ କିରାସିନି ଢାଳି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।



from OdishaReporter https://ift.tt/2LRHnLf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages