ଚାଲିଗଲା ୬ ଜୀବନ, ୧୦ ଗୁରୁତର: ଏନ୍‌ଏଚ୍‌ ଅବରୋଧ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 19, 2018

ଚାଲିଗଲା ୬ ଜୀବନ, ୧୦ ଗୁରୁତର: ଏନ୍‌ଏଚ୍‌ ଅବରୋଧ

ଭଦ୍ରକ (ରଶ୍ମୀରଞ୍ଜନ ଦାସ/ତପନ ସ୍ୱାଇଁ): ସ୍କୁଲ ଛୁଟି ପରେ ପିଲାମାନେ ଘରକୁ ଫେରୁଥିଲେ। ଜାତୀୟ ରାଜପଥ ଅତିକ୍ରମ କରୁଥିବା ବେଳେ ମାଡ଼ିଗଲା ୧୦ ଚକିଆ ଟ୍ରକ୍‌। ଘଟଣାସ୍ଥଳରେ ୬ ଜଣ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି। ଆଜି ଅପରାହ୍ନରେ ଏପରି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଭଦ୍ରକ ଜିଲ୍ଲା ରାହାଞ୍ଜରେ ଘଟିଛି।

ସ୍କୁଲ ଛୁଟି ପରେ ରାଣୀତାଲ ହାଇସ୍କୁଲ ପିଲାମାନେ ରାହାଞ୍ଜ ନିକଟରେ ୧୬ ନମ୍ୱର ଜାତୀୟ ରାଜପଥ ଅତିକ୍ରମ କରୁଥିଲେ। ଏହି ସମୟରେ ଏକ ୧୦ ଚକିଆ ଟ୍ରକ୍‌ ସେମାନଙ୍କ ଉପରେ ମାଡ଼ି ଯାଇଥିଲା। ଘଟଣାସ୍ଥଳରେ ୬ ଜଣ ଛାତ୍ରଛାତ୍ରୀ ମୃତ୍ୟୁ ଘଟିଥିଲା ବେଳେ ୧୦ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ଭଦ୍ରକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତ ପିଲାମାନେ ଅସୁରାଳି ଗାଁର ବୋଲି ଜଣାପଡ଼ିଛି।

ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି। ଉତ୍ତ୍ୟକ୍ତ ଲୋକେ ଜାତୀୟରାଜପଥ ଅବରୋଧ କରିଛନ୍ତି। ଏପରିକି ଦୁର୍ଘଟଣା ଘଟାଇଥିବା ଟ୍ରକ୍‌ରେ ନିଆଁ ଲଗାଇ ଦେଇଛନ୍ତି। ଟ୍ରକ୍‌ ଚାଳକ ଫେରାର ହୋଇ ଯାଉଥିବା ବେଳେ ଉତ୍ତ୍ୟକ୍ତ ଲୋକେ ତାକୁ କାବୁ କରିନେଇଥିବା ଜଣାପଡ଼ିଛି।



from OdishaReporter https://ift.tt/2zTwIyc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages