ବନ୍ଦ ହେଲା ହୀରାକୁଦର ୩ଟି ଗେଟ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 25, 2018

ବନ୍ଦ ହେଲା ହୀରାକୁଦର ୩ଟି ଗେଟ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ହୀରାକୁଦ ଡ୍ୟାମ୍‌ରେ ୩ଟି ଗେଟ୍ ବନ୍ଦ କରିଦିଆଯାଇଛି। ଫଳରେ ଏବେ ୧୭ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ। ଡ୍ୟାମକୁ ପ୍ରତି ସେକେଣ୍ଡରେ ୮୮ ହଜାର ୧୨୯ ଘନ ଫୁଟ୍‌ ଜଳ ପ୍ରବେଶ କରୁଥିବା ବେଳେ ନିଷ୍କାସନ ହେଉଛି ୩ ଲକ୍ଷ ୧୯ ହଜାର ୬୮୭ ଘନ ଫୁଟ ଜଳ।

ଅନ୍ୟପକ୍ଷରେ ଗତକାଲି ଛଡ଼ା ଯାଇଥିବା ବନ୍ୟା ପାଣି ଆଜି ମଧ୍ୟରାତ୍ରରେ କଟକ ମୁଣ୍ଡଳିରେ ପହଞ୍ଚିବ। ଏଥିପାଇଁ ମହାନଦୀ ଅବବାହିକାର ତଳିଆ ଅଞ୍ଚଳରେ ଥିବା ଲୋକଙ୍କୁ ପ୍ରଶାସନ ପକ୍ଷରୁ ସତର୍କ କରାଯାଇଛି। ତେବେ ଏଥିଯୋଗୁ ବନ୍ୟା ଆଶଙ୍କା ନାହିଁ ବୋଲି କଟକ ଜିଲ୍ଲାପାଳ କହିଛନ୍ତି। ଆବଶ୍ୟକ ସ୍ଥଳେ ଲୋକଙ୍କୁ ଶୁଖିଲା ଖାଦ୍ୟ ଓ କିରୋସିନ ଯୋଗାଇବା ପାଇଁ ବ୍ୟବସ୍ଥା ହୋଇଛି। ଓଡ୍ରାଫ୍ ଟିମ୍ ମଧ୍ୟ ସଜାଗ ଅଛନ୍ତି ବୋଲି ସେ ସୂଚନା ଦେଇଛନ୍ତି।

ଆଜି ଦିନ ୩ଟା ସୁଦ୍ଧା ମୁଣ୍ଡଳିରେ ଜଳପ୍ରବାହ ୨ଲକ୍ଷ ୨୪ ହଜାର ୭୬୮ ଘନଫୁଟ ଥିବା ବେଳେ ନରାଜରେ ୮୯ ହଜାର ୮୨୧ ଓ ଯୋବ୍ରାରେ ୧ ଲକ୍ଷ ୩୧ ହଜାର ୩୬୮ ଘନଫୁଟ ରହିଛି।



from OdishaReporter https://ift.tt/2LwuXfd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages