୭୬୯ କୋଟିର ଚୀନା ଚଳଚ୍ଚିତ୍ର ‘ଅସୁରା’ ଫ୍ଲପ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 19, 2018

୭୬୯ କୋଟିର ଚୀନା ଚଳଚ୍ଚିତ୍ର ‘ଅସୁରା’ ଫ୍ଲପ୍‌

asura

ନୂଆଦିଲ୍ଲୀ: ବୌଦ୍ଧ ପୌରାଣିକ କାହାଣୀ ଉପରେ ଆଧାରିତ ହୋଇଥିବା ଚୀନ୍‌ର ସବୁଠାରୁ ମହଙ୍ଗା ଚଳଚ୍ଚିତ୍ର ‘ଅସୁରା’ ଫ୍ଲପ୍‌ ହୋଇଛି। ଚଳଚ୍ଚିତ୍ର ରିଲିଜ୍‌ ହେବାର ତିନି ଦିନ ପରେ ହିଁ ଏହାକୁ ଚୀନ୍‌ର ସମସ୍ତ ପ୍ରେକ୍ଷାଳୟ ଏହାର ପ୍ରଦର୍ଶନୀ ପାଇଁ ମନା କରି ଦେଇଛନ୍ତି। ଏହାକୁ ତିଆରି କରିବା ପାଇଁ ୧୧.୨ କୋଟି ଡଲାର (୭୬୯ କୋଟି ଟଙ୍କା) ଖର୍ଚ୍ଚ ହୋଇଥିଲା। ଏହି ଚଳଚ୍ଚିତ୍ରରେ ଇ-କମର୍ସ କମ୍ପାନୀ ଆଲିବାବା ମଧ୍ୟ ପଇସା ଖର୍ଚ୍ଚ କରିଥିଲା। ତେବେ ୩ଦିନରେ ଏହି ଚଳଚ୍ଚିତ୍ର ମାତ୍ର ୭୩ ଲକ୍ଷ ଡଲାର ବା ୫୦ କୋଟି ଟଙ୍କା ରୋଜଗାର କରିଥିଲା। ଏହାର ପ୍ରଚାର ଅଫିସିଆଲ୍‌ ‘ବିବୋ’(ଟ୍ୱିଟର ପରି ଚିନ୍‌ ସୋଶାଲ୍‌ ମିଡିଆ ପ୍ଲାର୍ଟଫର୍ମ) ଆକାଉଣ୍ଟ୍‌ରେ କରାଯାଇଥିଲା। ashura2

‘ଅସୁରା’ର ପ୍ରଯୋଜକ ଝାଙ୍ଗିୟାନ୍‌ ଫିଲ୍ମ ଷ୍ଟୁଡିଓ ଏବଂ ନିଙ୍ଗାଶିୟା ଫିଲ୍ମ ଗ୍ରୁପ୍‌ ଲୋକଙ୍କୁ କ୍ଷମା ମାଗିବା ସହିତ କହିଛନ୍ତି, “ଆମେ ଅଧିକ ଦର୍ଶକଙ୍କୁ ଥିଏଟର୍‌ ପର୍ଯ୍ୟନ୍ତ ଆଣି ପାରିଲୁ ନାହିଁ।“
ଆହୁରି ମଧ୍ୟ କହିଛନ୍ତି, “୬ବର୍ଷ ଧରି ଯେଉଁ ଅନ୍ତର୍ଜାତୀକ ଅଂଶୀଦାର ଏବଂ ଚୀନ୍‌ ନାଗରିକମାନେ  ଏହି ଚଳଚ୍ଚିତ୍ର ନିର୍ମାଣରେ ସାହାଯ୍ୟ କରିଥିଲେ, ଆମେ ସେମାନଙ୍କୁ ମଧ୍ୟ କ୍ଷମା ମାଗୁଛୁ।“
ଏହି ଚଳଚ୍ଚିତ୍ର ନିର୍ମାଣ କରିବା ପାଇଁ ୨୫୦୦ ଲୋକ ସାହାଯ୍ୟ କରିଥିଲେ। ଏଥିରେ ଅଧିକାଂଶ ଲୋକ ଚୀନ୍‌ର କିଂଙ୍ଘାଇ, ନିଙ୍ଗିୟା ଏବଂ ହିବେଇ ଅଞ୍ଚଳର ଥିଲେ। ଚଳଚ୍ଚିତ୍ରର ପୋଷ୍ଟ୍‌ ପ୍ରଡକ୍ସନ୍‌ କାର୍ଯ୍ୟ ଆମେରିକାରେ ହୋଇଥିଲା ଏବଂ ଏହାକୁ ସମ୍ପୂର୍ଣ୍ଣ କରିବା ପାଇଁ ୧୫ ଦିନ ଲାଗିଥିଲା।
ଏହି ଚଳଚ୍ଚିତ୍ରରେ ହଂକଂ ଏବଂ ଚୀନ୍‌ର କଳାକାର ଅଭିନୟ କରିଥିଲେ। ଚୀନ୍‌ ସରକାର ମଧ୍ୟ ଜୋର୍‌ସୋର୍‌ରେ ଏହାର ପ୍ରଚାର କରିଥିଲେ। କିନ୍ତୁ ଚୀନ୍‌ ଫିଲ୍ମ ସମୀକ୍ଷକମାନେ ୱେବ୍‌ସାଇଟ୍‌ ‘ଦୁବନ୍‌’ରେ ଚଳଚ୍ଚିତ୍ରକୁ ୧୦ ରୁ ମାତ୍ର ୩.୧ ନମ୍ୱର ଦେଇଥିଲା ଏବଂ ଅନ୍ୟ ଏକ ୱେବ୍‌ସାଇଟ୍‌ ‘ମାଓଆନ୍‌’ ଚଳଚ୍ଚିତ୍ରକୁ ୬.୪ ନମ୍ୱର ଦେଇଥିଲା। ‘ଅସୁରା’ ସହିତ ରିଲିଜ୍‌ ହୋଇଥିବା ଅନ୍ୟ ଏକ ଚଳଚ୍ଚିତ୍ର ‘ହିଡେନ୍‌ ମେନ୍‌’ ଚୀନ୍‌ ବକ୍ସ ଅଫିସ୍‌ରେ ୩୫୦ କୋଟି ଟଙ୍କା ରୋଜଗାର କରିଛି।

 

 



from OdishaReporter https://ift.tt/2zU5DLo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages