ଡଙ୍ଗା ବୁଡ଼ିଗଲା, ଚାଲିଗଲା ୧୩ ଜୀବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, July 20, 2018

ଡଙ୍ଗା ବୁଡ଼ିଗଲା, ଚାଲିଗଲା ୧୩ ଜୀବନ

ବ୍ରାନ୍‌ସନ୍: ଦକ୍ଷିଣ-ପଶ୍ଚିମ ମିଶରରେ ଆଜି ଝଡ଼ ତୋଫାନ ଯୋଗୁ ଏକ ଯାତ୍ରୀବାହୀ ଡଙ୍ଗା ବୁଡ଼ି ଯାଇଛି। ଏଥିରେ କିଛି ଶିଶୁଙ୍କ ସମେତ ୧୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଏବେବି ନିଖୋଜ ଅଛନ୍ତି। ଗତକାଲି ବିଳମ୍ବିତ ରାତିରେ ଏହି ଯାତ୍ରୀବାହୀ ଡଙ୍ଗାଟି ବ୍ରାନ୍‌ସନ୍‌ର ଟାବେଲ ରକ୍‌ ଲେକ୍‌ରେ ପ୍ରବଳ ଝଡ଼ ତୋଫାନ୍‌ ଯୋଗୁ ବୁଡ଼ି ଯାଇଥିଲା। ଉଦ୍ଧାରକାରୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ୧୪ ଜଣଙ୍କୁ ଜୀବିତ ଭାବେ ଉଦ୍ଧାର କରିଥିଲେ। ଏମାନଙ୍କ ମଧ୍ୟରୁ ୭ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ଗଭୀର ପାଣିରୁ ୧୩ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ, ଏବେବି ୪ ଜଣଙ୍କ ପତ୍ତା ମିଳିନି। ସେମାନଙ୍କୁ ଖୋଜିବା ପାଇଁ ବୁଡ଼ାଳୀମାନଙ୍କୁ ନିୟୋଜିତ କରାଯାଇଛି ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ଝଡ଼ବର୍ଷା ଯୋଗୁ ଏଭଳି ଘଟିଥିବା କୁହାଯାଉଥିଲେ ହେଁ ଜାତୀୟ ପରିବହନ ବୋର୍ଡ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛି।



from OdishaReporter https://ift.tt/2uEZzBi

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages