
ମୁମ୍ବାଇ: ଗତବର୍ଷ ଅଜୟ ଦେବ୍ଗନ୍ ନିଜ ଡ୍ରିମ୍ ପ୍ରୋଜେକ୍ଟ ‘ତାନାଜି: ଦି ଅନ୍ସଙ୍ଗ ୱାରିୟର’ ଫିଲ୍ମ କରିବାକୁ ଘୋଷଣା କରିଥିଲେ। ଅଜୟଙ୍କ ପ୍ରଡକ୍ସନ୍ ହାଉସ୍ରେ ପ୍ରସ୍ତୁତ ହେବାକୁ ଥିବା ଏହି ଫିଲ୍ମ ଖୁବ୍ ଅଧିକ ବଜେଟ୍ରେ ନିର୍ମିତ ହେବାକୁ ଯାଉଛି। ଏହି ଫିଲ୍ମରେ ଉନ୍ନତମାନର ଭିଜୁଆଲ୍ ଓ ଇଫେକ୍ଟସ୍ ରହିବ। ଯେଉଁଥିପାଇଁ ଏହାର ବଜେଟ୍ ପାଖାପାଖି ୧୫୦ କୋଟି ପର୍ଯ୍ୟନ୍ତ ଯାଇପାରେ। ଅଜୟ ଫିଲ୍ମର ମୁଖ୍ୟ ଚରିତ୍ର ତଥା ‘ତାନାଜି’ ଭୂମିକାରେ ନଜର ଆସିବେ। ଏହାର ନିର୍ଦ୍ଦେଶନା ଦେବେ ଓମ୍ ରାଉତ। ଫିଲ୍ମର କାହାଣୀ ଛତ୍ରପତି ଶିବାଜୀ ମହାରାଜଙ୍କ କୋଲୀ ସେନାର ପ୍ରମୁଖ ନେତା ତାନାଜୀ ମାଲୁସରେଙ୍କ ଜୀବନୀ ଉପରେ ଆଧାରିତ।

ସେ ତାନାଜିଙ୍କ ପତ୍ନୀଙ୍କ ଚରିତ୍ରରେ ନଜର ଆସିପାରନ୍ତି। ଏହା ଏକ ଯୁଦ୍ଧଭିତ୍ତିକ ଫିଲ୍ମ, ତଥାପି ଏଥିରେ ମରାଠା ଯୋଦ୍ଧା ତାନାଜି ଓ ତାଙ୍କ ପତ୍ନୀଙ୍କ ସଂପର୍କର କିଛି ଝଲକ ଦେଖିବାକୁ ମିଳିବ।। କାଜୋଲଙ୍କ ପାଇଁ ମଧ୍ୟ ଏହି ଫିଲ୍ମ ଟିକେ ସହଜ ବି ହୋଇପାରେ କାରଣ ସେ ମରାଠୀ ଭାଷା ବି ଜାଣିଛନ୍ତି। ସବୁଠୁ ବଡ଼କଥା ହେଲା କାଜୋଲ ଯଦି ଏହି ଫିଲ୍ମରେ ଅଭିନୟ କରିବାକୁ ହଁ କୁହନ୍ତି ତେବେ ଦଶବର୍ଷ ପରେ ଦୁହିଁଙ୍କୁ ପୁଣି ପରଦାରେ ଏକାଠି ଦେଖିବାକୁ ମିଳିବ। ଏବେ ଫିଲ୍ମର ଲେଆଉଟ୍, ପେପର୍ୱର୍କ, ଡିଜାଇନିଙ୍ଗ୍ କାମ ଚାଲିଛି। ମୁମ୍ବାଇ ବାହାରେ କିଛି ଲୋକେସନ୍ ମଧ୍ୟ ଫାଇନାଲ୍ କରାଯାଇଛି। ଯେଉଁଠି ସେଟ୍ ନିର୍ମାଣ କାମ ଆରମ୍ଭ ହୋଇଗଲାଣି।
ଅଜୟ ଖୁବ୍ଶ୍ରୀଘ୍ର ଏକ ସ୍ପୋର୍ଟ୍ସ ବାୟୋପିକ୍ରେ କାମ ଆରମ୍ଭ କରିବେ। ଅମିତ୍ ଶର୍ମାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମକୁ ବୋନି କପୁର ପ୍ରଡ୍ୟୁସ୍ କରିବେ। ଫିଲ୍ମର କାହାଣୀ ଲୋକପ୍ରିୟ ଫୁଟ୍ବଲ କୋଚ୍ ସୟଦ୍ ଅବ୍ଦୁଲ ରହିମ୍ଙ୍କ ଜୀବନୀ ଉପରେ ପର୍ଯ୍ୟବସିତ।
from OdishaReporter https://ift.tt/2uoHtnc

No comments:
Post a Comment