ରାଫେଲ୍‌ ଡିଲ୍‌: ଏବେ ସ୍ୱାଧିକାର ବନାମ ସ୍ୱାଧିକାର ଲଢ଼େଇ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 23, 2018

ରାଫେଲ୍‌ ଡିଲ୍‌: ଏବେ ସ୍ୱାଧିକାର ବନାମ ସ୍ୱାଧିକାର ଲଢ଼େଇ

ନୂଆଦିଲ୍ଲୀ: ଫ୍ରାନ୍ସ ସହ ଭାରତର ରାଫେଲ ଡିଲ୍‌କୁ ନେଇ ଏବେ ବିବାଦ ଘନେଇବାରେ ଲାଗିଛି। ବିଜେପି ଓ କଂଗ୍ରେସ ଏନେଇ ପରସ୍ପରକୁ ଦୋଷ ଦେଉଥିବାର ବେଳେ ଏବେ ଉଭୟ ରାଜନୀତିକ ଦଳ ମଧ୍ୟରେ ସ୍ୱାଧିକାର ଲଢ଼େଇ ଆରମ୍ଭ ହୋଇଛି। ପୂର୍ବରୁ ରାଫେଲ୍‌ ଡିଲ୍‌କୁ ନେଇ ରାହୁଲ ଗାନ୍ଧି ଲୋକସଭାରେ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ନାଁ ନେଇ ସମାଲୋଚନା କରିଥିବାରୁ ବିଜେପି ତାଙ୍କ ବିରୋଧରେ ସ୍ୱାଧିକାର ଭଙ୍ଗ ନୋଟିସ୍‌ ଦେଇଥିଲା। ବାଚସ୍ପତି ଏହା ଉପରେ ବିଚାର କରିବେ ବୋଲି ଆଜି କହିଛନ୍ତି। ଏବେ କଂଗ୍ରେସ୍‌ ଶ୍ରୀମତୀ ସୀତାରମଣ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ସ୍ୱାଧିକାର ଭଙ୍ଗ ନୋଟିସ୍‌ ଆଣିବ ବୋଲି କହିଛି। ଉଭୟ ନେତା ରାଫେଲ ଡିଲ୍‌ ପ୍ରସଙ୍ଗରେ ଗୃହକୁ ଏବଂ ଦେଶବାସୀଙ୍କୁ ମିଛ କହିଥିବା କଂଗ୍ରେସ ଅଭିଯୋଗ କରିଛି। ଆଜି କଂଗ୍ରେସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା। ଏଥିରେ ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଏକେ ଆଣ୍ଟୋନି, ଆନନ୍ଦ ଶର୍ମା ଓ ରଣଦୀପ ସ୍ୱର୍ଯ୍ୟେୱାଲା ଆଜି ଏଭଳି ସ୍ୱାଧିକାର ଭଙ୍ଗ ନୋଟିସ୍‌ ଅଣାଯିବ ବୋଲି ସଙ୍କେତ ଦେଇଛନ୍ତି। ସେମାନେ ପ୍ରଧାନମନ୍ତ୍ରୀ ଓ ପ୍ରତିରକ୍ଷା ମନ୍ତ୍ରୀ ଗଣତନ୍ତ୍ରର ପବିତ୍ର ଗୃହରେ ମିଛ କହିଛନ୍ତି ବୋଲି କହିଛନ୍ତି। ଶ୍ରୀ ଆଣ୍ଟୋନି କହିଛନ୍ତି, ରାଫେଲ ଯୁଦ୍ଧ ବିମାନର ଦାମ୍‌ ସାର୍ବଜନୀନ ନ କରିବାକୁ ୨୦୦୮ରେ ଚୁକ୍ତି ହୋଇଥିଲା ବୋଲି ଭାରତ ସରକାର କହୁଛନ୍ତି। କିନ୍ତୁ ଏଭଳି କିଛି ଚୁକ୍ତି ହୋଇ ନଥିଲା। ସରକାର ସଂପୂର୍ଣ୍ଣ ମିଛ କହୁଛନ୍ତି। ତେଣୁ ସରକାର ପ୍ରତ୍ୟେକ ବିମାନର ଦାମ ସାର୍ବଜନୀନ କରନ୍ତୁ। ସରକାର ରାଫେଲ ଡିଲ୍‌ ତଥ୍ୟ ଯେତିକି ଲୁଚାଇବେ, ଲୋକଙ୍କ ମନରେ ସେତିକି ସନ୍ଦେହ ସୃଷ୍ଟି ହେବ। ସରକାର ଚାହିଁଲେ ବି ରାଫେଲ ବିମାନର ଦର ଲୁଚାଇ ପାରିବେ ନାହିଁ। କାରଣ ଏହା ଅଡିଟ୍‌ ବେଳେ ଜଣାପଡ଼ିବ। ସରକାର ଏମିତି ଏକ କମ୍ପାନୀକୁ କାହିଁକି ବିମାନ ନିର୍ମାଣ ପାଇଁ ଚୟନ କଲେ ଯିଏ ପୂର୍ବରୁ କେବେ ହେଲେ ବି ବିମାନ ନିର୍ମାଣ କରିନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି। ଆନନ୍ଦ ଶର୍ମା କହିଛନ୍ତି, ଫ୍ରାନ୍ସ ରାଷ୍ଟ୍ରପତି ଦର ସାର୍ବଜନୀନ କଲେ କିଛି ଅସୁବିଧା ନାହିଁ ବୋଲି କହିଥିଲେ ହଁ ସରକାର ଏହାକୁ ଲୁଚାଇ ଚାଲିଛନ୍ତି। ରାହୁଲ ଗାନ୍ଧି, ପୂର୍ବତନ ପ୍ରଧାନମନ୍ତ୍ରୀ ଓ ମୁଁ ବ୍ୟକ୍ତିଗତ ଭାବେ ଫ୍ରାନ୍ସ ରାଷ୍ଟ୍ରପତିଙ୍କ ସହ ଏ ସଂକ୍ରାନ୍ତରେ ଆଲୋଚନା କରିଥିଲୁ। ତେଣୁ ଏବେ ଦଳ ପ୍ରଧାନମନ୍ତ୍ରୀ ଓ ପ୍ରତିରକ୍ଷା ମନ୍ତ୍ରୀଙ୍କ ନାଁରେ ସ୍ୱାଧିକାର ଭଙ୍ଗ ନୋଟିସ୍‌ ଆଣିବାକୁ ଯୋଜନା କରୁଥିବା ସେ କହିଛନ୍ତି। ସେ ଆହୁରି କହିଛନ୍ତି ୨୦୧୨ରେ ୟୁପିଏ ସରକାର ଅନ୍ତର୍ଜାତୀୟ ବଜାର ଦର ଅନୁଯାୟୀ ୩୬ଟି ରାଫେଲ ପାଇଁ ୧୮,୯୪୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରିଥିଲା। କିନ୍ତୁ ମୋଦି ସରକାର ସମାନ ସଂଖ୍ୟକ ବିମାନକୁ ୬୦,୧୪୫ କୋଟି ଟଙ୍କାରେ କିଣିଛନ୍ତି। ଏବେ ବିଜେପି ନେତୃତ୍ୱାଧୀନ ସରକାର ୪୧ ହଜାର କୋଟିର ହିସାବ ଦିଅନ୍ତୁ ବୋଲି ସେ ଦାବି କରିଛନ୍ତି।



from OdishaReporter https://ift.tt/2Acna1J

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages