ହୁସିଆର : ମହାନଦୀରେ ମାଡ଼ି ଆସୁଛି ବନ୍ୟା   - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 23, 2018

ହୁସିଆର : ମହାନଦୀରେ ମାଡ଼ି ଆସୁଛି ବନ୍ୟା  

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ରବଳ ବର୍ଷା ପରେ ମହାନଦୀରେ ଆସୁଛି ମଧ୍ୟମଧରଣର ବନ୍ୟା । ସେପଟେ ଉପରମୁଣ୍ଡରେ ଜଳପ୍ରବାହ ବଢୁଥିବାରୁ ଏବଂ ହୀରାକୁଦ ଜଳଭଣ୍ଡାର ଫୁଲୁଥିବାରୁ ଆସନ୍ତାକାଲି ମହାନଦୀକୁ ପ୍ରଥମ ପର୍ଯ୍ୟାୟ ବନ୍ୟାଜଳ ଛଡ଼ାଯିବ। ଆବଶ୍ୟକ ସ୍ଥଳେ ୧୨ରୁ ୧୫ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ପାଇଁ ଯୋଜନା ରହିଛି । ସ୍ଥିତିର ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ବୋଲି କୁହାଯାଇଛି। ମୁଖ୍ୟମନ୍ତ୍ରୀ ଆଜି ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ସମୀକ୍ଷା କରିଛନ୍ତି। ସେପଟେ ରୁଲ କର୍ଭ ମାନିଥିଲେ ମହାନଦୀରେ ବଡ଼ ବନ୍ୟା ଆସିଥାନ୍ତା ବୋଲି ଫ୍ଲଡ୍‌ ସେଲ୍‌ର ମୁଖ୍ୟଯନ୍ତ୍ରୀ କହିବା ପରେ ରୁଲ୍ କର୍ଭ ଉଲ୍ଲଂଘନ ନେଇ ଉଠିଛି ପ୍ରଶ୍ନ ।

ସୂଚନା ଅନୁଯାୟୀ, ପ୍ରତି ସେକେଣ୍ଡରେ ମୁଣ୍ଡୁଳି ବ୍ୟାରେଜ୍ ଦେଇ ତଳମୁଣ୍ଡକୁ ପ୍ରବାହିତ ହେଉଛି ୭ ଲକ୍ଷ ଘନଫୁଟରୁ ଊର୍ଦ୍ଧ୍ୱ ବନ୍ୟାଜଳ। ୬ଟି ଜିଲ୍ଲା କଟକ, କେନ୍ଦ୍ରାପଡା, ଯାଜପୁର, ଜଗତସିଂହପୁର, ଖୋର୍ଦ୍ଧା ଓ ପୁରୀ ଜିଲ୍ଲା ପାଇଁ ମଧ୍ୟମ ଧରଣର ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି। ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ଜିଲ୍ଲାଠୁ ନେଇ ସଚିବାଳୟ ଯାଏ ଚାଲିଛି  ଜୋର୍‌ଦାର ପ୍ରସ୍ତୁତି । ନିଜେ ମୁଖ୍ୟମନ୍ତ୍ରୀ ଆଜି ସ୍ଥିତିର ସମୀକ୍ଷା କରିଛନ୍ତି।  ଉଦ୍ଧାର କାର୍ଯ୍ୟ ଲାଗି ଓଡ୍ରାଫ୍ ଟିମ୍, ଫାୟାର୍‌ ସର୍ଭିସ୍ ଟିମ୍ ବି ପ୍ରସ୍ତୁତ୍‌ ରହିଛନ୍ତି। ଏପଟେ ଉପରମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ହୀରାକୁଦ ଜଳଭଣ୍ଡାର ବି ଫୁଲୁଛି । ତେଣୁ ଆସନ୍ତାକାଲି ଜଳଭଣ୍ଡାରରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଛଡ଼ାଯିବ।

ଆସନ୍ତାକାଲି ଜଳଭଣ୍ଡାରର ଜଳପତ୍ତନ ୬୧୮ ଫୁଟ୍‌ରେ ପହଞ୍ଚିବାର ସମ୍ଭାବନା ଥିବାରୁ ମହାନଦୀକୁ ୩ ଲକ୍ଷ କ୍ୟୁସେକ୍‌ ବନ୍ୟାଜଳ ଛଡ଼ାଯିବ। ହେଲେ ଏହି ଜଳ ମୁଣ୍ଡୁଳୀରେ ପହଞ୍ଚିବା ବେଳକୁ ନଦୀ ଗର୍ଭରୁ ପୂର୍ବ ବନ୍ୟାଜଳ ନିଷ୍କାସିତ ହୋଇସାରିଥିବ। ତେଣୁ ସ୍ଥିତି ଗୁରୁତର ହେବ ନାହିଁ କୁହାଯାଉଛି। ହୀରାକୁଦ ଡ୍ୟାମ୍‌ରେ ବନ୍ୟାଜଳ ପରିଚାଳନା ପାଇଁ ଥିବା ରୁଲ୍ କର୍ଭ ଅନୁଯାୟୀ ଜୁଲାଇ ୨୧ ସୁଦ୍ଧା ଜଳଣ୍ଡାରରେ ୫୯୧ ଫୁଟ୍ ଟପିବାର ସମ୍ଭାବନା ଥିବାରୁ   ପାଣି ରହିବା କଥା।  ହେଲେ ଏବେ ଏହାଠାରୁ ପାଖାପାଖି ୨୫ ଫୁଟ୍ ଅଧିକ ପାଣି ରହିଛି।   ତେଣୁ ରୁଲ୍‌କର୍ଭ ଉଲ୍ଲଙ୍ଘନକୁ ନେଇ ପ୍ରଶ୍ନ ଉଠିଛି । ଜଳସଂପଦ ବିଭାଗ ବନ୍ୟା ନିୟନ୍ତ୍ରଣ କକ୍ଷର ମୁଖ୍ୟଯନ୍ତ୍ରୀ କହିଛନ୍ତି ରୁଲ୍ କର୍ଭ ମାନିଥିଲେ ମହାନଦୀରେ ବଡ଼ ବନ୍ୟା ଆସିଥାଆନ୍ତା । ତେବେ ପୂର୍ବତନ ସର୍ବୋଚ୍ଚ ଯନ୍ତ୍ରୀଙ୍କ ମତରେ ଆବଶ୍ୟକସ୍ଥଳେ ରୁଲ କର୍ଭରେ ବ୍ୟତିକ୍ରମ କରାଯାଇ ନିଷ୍ପତ୍ତି ନିଆଯାଇଥାଏ ।



from OdishaReporter https://ift.tt/2uP7EUn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages