ଧନ୍‌ବାଦ ନଗର ନିଗମରେ ଭୂତ: ସିସିଟିଭିରେ କଏଦ ହେଲା ଫଟୋ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 23, 2018

ଧନ୍‌ବାଦ ନଗର ନିଗମରେ ଭୂତ: ସିସିଟିଭିରେ କଏଦ ହେଲା ଫଟୋ

ନୂଆଦିଲ୍ଲୀ: ଭୂତ ପ୍ରେତ କଥା କହିଲେ ସାଧାରଣତଃ ସମସ୍ତେ ପରିହାସ କରନ୍ତି। ଭୂତ ପ୍ରେତ କେବଳ ଗପରେ ଓ ସିନେମାରେ ଥାଏ ବୋଲି କହି ହସରେ କଥା ଉଡେଇ ଦିଅନ୍ତି। କିନ୍ତୁ ଇଣ୍ଟରନେଟ୍‌ରେ ଏଭଳି ଏକ ଫଟୋ ଭାଇରାଲ୍‌ ହେଉଛି,ଯାହାକୁ ଦେଖି ଆପଣଙ୍କ ଛାତି ଭୟରେ ଥରି ଉଠିବ।କୁହାଯାଉଛି ଏହା ଏକ ଅତୃପ୍ତ ଆତ୍ମାର ଫଟୋ। ଫଟୋଟି ଧନ୍‌ବାଦର ନଗର ନିଗମ କାର୍ଯ୍ୟାଳୟରେ ଦେଖିବାକୁ ମିଳିଛି। ନିଗମର କର୍ମଚାରୀମାନେ ଏବେ ଭୟରେ ରହୁଛନ୍ତି। ସେମାନଙ୍କ କହିବା ଅନୁଯାୟୀ ନିଗମ କାର୍ଯ୍ୟାଳୟରେ ଏକ ଆତ୍ମା ରହୁଛି ଓ ସନ୍ଧ୍ୟା ହେବା ମାତ୍ରେ ଏଠି ସେଠି ଚଳପ୍ରଚଳ କରିବା ଆରମ୍ଭ କରି ଦେଉଛି। ଏହି ଆତ୍ମାଠାରୁ ମୁକ୍ତି ପାଇବା ପାଇଁ ଅଫିସ୍‌‍ରେ ମହାମୃତ୍ୟୁଞ୍ଜୟ ଯଜ୍ଞ ମଧ୍ୟ କରାଯାଇଛିା

ଏହି କାର୍ଯ୍ୟାଳୟର ଏକ ଫଟୋ ଭାଇରାଲ୍‌ ହେଉଛି ଯେଉଁଥିରେ ସିଡିରେ ବସିଥିବା ଜଣେ ମହିଳାଙ୍କ ଛାଇ ଦେଖିବାକୁ ମିଳିଛି। ତାଙ୍କ ହାତରେ ନିଆଁ ପରି ଚକ୍‌‍ଚକ୍‌ କରୁଥୁବା କିଛି ଏକ ଜିନିଷ ମଧ୍ୟ ଅଛି। କର୍ମଚାରୀଙ୍କ ଅନୁଯାୟୀ ଏଠାରେ ରାତି ହେଲେ ଅଜବ ପ୍ରକାରର ଶବ୍ଦ ଶୁଣାଯାଏ। ନିଗମର ଗାର୍ଡଙ୍କ କହିବା କଥା ହେଲା ଅଫିସ୍‌‍ରେ ରାତି ହେବା ମାତ୍ରେ ଏହି ଆତ୍ମା ବୁଲିବା ଆରମ୍ଭ ହେଉଛି। ଅଫିସ୍ ‍ଭିତରେ ପାଉଞ୍ଜିର ଛମ୍‌ଛମ୍‌‍ ଶବ୍ଦ ମଧ୍ୟ ଶୁଭୁଛିା

ଭୂତକୁ ବିଦା କରିବା ପାଇଁ ଅଫିସ୍‌ରେ ରୁଦ୍ରାଭିଷେକ ମଧ୍ୟ କରାଯାଇଛି। ଧନ୍‌ବାଦର ମେୟର ଚନ୍ଦ୍ରଶେଖର ଅଗ୍ରୱାଲ ଏହାକୁ ଏକ ଦୈବୀକ ଶକ୍ତି ବୋଲି କହୁଛନ୍ତି। ସେ କହିଛନ୍ତି ଯେ ସେ ଏହି ଦୈବୀକ ଶକ୍ତି ଯୋଗୁ ଆଜି ମେୟର୍ ହୋଇପାରିଛନ୍ତି। ଭୂତ କଥାକୁ ସେ କେବଳ ‌ଏକ ଗୁଜବ ବୋଲି କହିଛନ୍ତି।



from OdishaReporter https://ift.tt/2LFNl1O

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages