ସିଜେଆଇଙ୍କ କୋର୍ଟରୁ ହେବ ସିଧାପ୍ରସାରଣ: କେନ୍ଦ୍ର ରଖିଲା ଏଭଳି ମତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 23, 2018

ସିଜେଆଇଙ୍କ କୋର୍ଟରୁ ହେବ ସିଧାପ୍ରସାରଣ: କେନ୍ଦ୍ର ରଖିଲା ଏଭଳି ମତ

ନୂଆଦିଲ୍ଲୀ: ଏଣିକି ସୁପ୍ରିମକୋର୍ଟରେ ହେଉଥିବା ଶୁଣାଣିଗୁଡ଼ିକର ଭିଡିଓ ରେକର୍ଡିଂ ଓ ସିଧାପ୍ରସାରଣ ହେବ। ଏହାକୁ ପରୀକ୍ଷାମୂଳକ ଭାବେ ପ୍ରଧାନ ବିଚାରପତି (ସିଜେଆଇ) ଜଷ୍ଟିସ୍‌ ଦୀପକ ମିଶ୍ରଙ୍କ କୋର୍ଟରେ ଆରମ୍ଭ କରାଯିବ। ବିଶେଷ କରି ସାମ୍ବିଧାନିକ ଖଣ୍ଡପୀଠରେ ଶୁଣାଣି ହେବଥିବା ମାମଲାଗୁଡ଼ିକ ସିଧାପ୍ରସାରଣ କରାଯାଇପାରିବ। ଆଜି ସୁପ୍ରିମକୋର୍ଟରେ ଏଭଳି ମତ ରଖିଛନ୍ତି କେନ୍ଦ୍ର ସରକାର। ନ୍ୟାୟିକ ପ୍ରକ୍ରିୟାର ସିଧାପ୍ରସାରଣ କରିବାକୁ ଏକାଧିକ ଆବେଦନ ହୋଇଥିବା ବେଳେ ପ୍ରଧାନ ବିଚାରପତି ଜଷ୍ଟିସ୍‌ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏ ସଂକ୍ରାନ୍ତରେ ମତ ରଖିବାକୁ ଆଟର୍ଣ୍ଣି ଜେନେରାଲ୍‌ କେକେ ଭେନୁଗୋପାଲଙ୍କୁ ପକ୍ଷ ରଖିବାକୁ କହିଥିଲେ। ଆଜି ଆଟର୍ଣ୍ଣି ଜେନେରାଲ୍‌ ଶ୍ରୀ ଭେନୁଗୋପାଲ କହିଛନ୍ତି, ସୁପ୍ରିମକୋର୍ଟର ବିଚାର ପ୍ରକ୍ରିୟାର ସିଧାପ୍ରସାରଣ କରିବାରେ ସରକାରଙ୍କର କୌଣସି ଆପତ୍ତି ନାହିଁ। କିନ୍ତୁ ଏହି ସିଧାପ୍ରସାରଣକୁ ଆନୁଷ୍ଠାନିକ ଭାବେ ସବୁ କୋର୍ଟରେ ଆରମ୍ଭ କରିବା ପୂର୍ବରୁ, ଏହା କପିରି କାର୍ଯ୍ୟ କରୁଛି, ତାହା ପରୀକ୍ଷା କରାଯିବା ଦରକାର। ୧ରୁ ୩ ମାସ ଯାଏ ସିଧାପ୍ରସାରଣକୁ ପରୀକ୍ଷାମୂଳକ ଭାବେ ଆପଣାଯିବା ଉଚିତ୍‌। ପ୍ରାଥମିକ ଅବସ୍ଥାରେ ସିଜେଆଇଙ୍କ କୋର୍ଟରେ ଚାଲୁଥିବା ଶୁଣାଣିର ସିଧାପ୍ରସାରଣ କରାଯାଉ ବୋଲି ସେ ପ୍ରସ୍ତାବ ଦେଇଛନ୍ତି। ସୁପ୍ରିମକୋର୍ଟ ଏହା ଉପରେ ଆସନ୍ତା ୩୦ରେ ଶୁଣାଣି କରିବେ ବୋଲି ଦିନ ଧାର୍ଯ୍ୟ କରିଛନ୍ତି।

ଜୁଲାଇ ୯ରେ ଜଷ୍ଟିସ୍‌ ଦୀପକ ମିଶ୍ର, ଜଷ୍ଟିସ୍‌ ଏଏମ୍‌ ଖାନୱିଲକର ଓ ଜଷ୍ଟିସ୍‌ ଡିୱାଇ ଚନ୍ଦ୍ରଚୂଡ଼ଙ୍କୁ ନେଇ ଗଠିତ ଖଣ୍ଡପୀଠ ଆବେଦନକାରୀ ଓକିଲ ଓ କେନ୍ଦ୍ର ସରକାରଙ୍କୁ ଏ ସଂକ୍ରାନ୍ତରେ ମତାମତ ମାଗିଥିଲେ। ଆବେଦନକାରୀ ଓକିଲ ଇନ୍ଦିରା ଜୟସିଂ କହିଥିଲେ, ଜାତୀୟ ସ୍ୱାର୍ଥ ସମ୍ୱଳିତ ତଥା ସାମ୍ୱିଧାନିକ ଖଣ୍ଡପୀଠରେ ହେଉଥିବା ମାମଲାର ସିଧାପ୍ରସାରଣ କରାଯିବା ଦରକାର। ଦେଶର ଲୋକ ଏହି ମାମଲାରେ ଶୁଣାଣି କେମିତି ହେଉଛି, ସେ ସମ୍ପର୍କରେ ଜାଣିବା ଦରକାର। ପାଶ୍ଚାତ୍ୟ ଦେଶରେ ଏଭଳି ନୀତି ଆପଣା ଯାଇଛି। ଏପରି କି ଅନ୍ତର୍ଜାତୀୟ କୋର୍ଟ ଅଫ୍‌ ଜଷ୍ଟିସ୍‌ର ଶୁଣାଣି ପ୍ରକ୍ରିୟାର ଭିଡିଓ ଇଣ୍ଟରନେଟ୍‌ରେ ମିଳୁଛି। ଯଦି ସୁପ୍ରିମକୋର୍ଟର ଶୁଣାଣି ବ୍ୟବସ୍ଥାର ସିଧାପ୍ରସାରଣ ହୋଇପାରିବ ନାହିଁ, ତେବେ ଏହାର ଭିଡିଓ ରେକର୍ଡିଂ କରାଯାଉ ବୋଲି ସେ ମତ ରଖିଥିଲେ। ତେବେ ସୁପ୍ରିମକୋର୍ଟ ପାରିବାରିକ ମାମଲା ଓ ଦୁଷ୍କର୍ମ ମାମଲାର ସିଧାପ୍ରସାରଣ ସପକ୍ଷରେ ନଥିବା ଜଣାପଡ଼ିଛି।

ଉଲ୍ଲେଖଯୋଗ୍ୟ, ସ୍ୱପନିଲ୍‌ ତ୍ରିପାଠୀ ନାମକ ଜଣେ ଆଇନ୍‌ ବିଭାଗର ଛାତ୍ର ସୁପ୍ରିମକୋର୍ଟର ଶୁଣାଣିଗୁଡ଼ିକର ସିଧାପ୍ରସାରଣ କରିବାକୁ ଏକ ଆବେଦନ କରିଥିଲେ।



from OdishaReporter https://ift.tt/2JMTFTu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages