ତୃତୀୟ ମହଲା ବାବୁଙ୍କ ପାଇଁ ଓଲ୍‌ଡ ଟାଉନ୍‌ରେ ହେଉଛି ୱାଟର୍‌ଲଗିଂ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 24, 2018

ତୃତୀୟ ମହଲା ବାବୁଙ୍କ ପାଇଁ ଓଲ୍‌ଡ ଟାଉନ୍‌ରେ ହେଉଛି ୱାଟର୍‌ଲଗିଂ !

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଲଘୁଚାପ ବର୍ଷାରେ ରାଜଧାନୀ ଭୁବନେଶ୍ୱରର ବହୁ ଅଂଚଳ ଜଳମଗ୍ନ ହେବା ପାଇଁ ପ୍ରଭାବଶାଳୀ ପଦାଧିକାରୀ ଦାୟୀ ବୋଲି ଜଣେ ମନ୍ତ୍ରୀ ଦେଇଥିବା ମନ୍ତବ୍ୟକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ତେବେ ମନ୍ତ୍ରୀ କେଉଁ ଅଧିକାରୀଙ୍କୁ ଇଙ୍ଗିତ କରି ଏହା କହିଲେ ତାକୁ ନେଇ ପାୱାର୍‌ କରିଡର୍‌ରେ ଚର୍ଚ୍ଚା। ଶୁଣିବାକୁ ମିଳୁଛି, ସମଗ୍ର ପୁରୁଣା ଭୁବନେଶ୍ୱର ଅଂଚଳର ଜଳ ନିଷ୍କାସନ ପାଇଁ ଉଦ୍ଦିଷ୍ଟ ରାସ୍ତାରେ ଡ୍ରେନ୍‌ ନିର୍ମାଣ କାର୍ଯ୍ୟ କୁଆଡ଼େ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଜଣେ ଅଧିକାରୀ କରାଇ ଦେଉନାହାନ୍ତି। ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଏହି ରାସ୍ତାରେ ଡ୍ରେନ୍‌ ନିର୍ମାଣ ପାଇଁ ଯେତେଥର ଉଦ୍ୟମ ହୋଇଛି, ତୃତୀୟ ମହଲାର ଚାପ ଓ ଏହି ଅଧିକାରୀଙ୍କ ନାଲିଆଖି ଯୋଗୁ କୁଆଡ଼େ ସେମାନେ ତାହା କରିବାରେ ସଫଳ ହୋଇପାରି ନାହାନ୍ତି। ଲିଙ୍ଗରାଜ ମନ୍ଦିରରୁ ମାଉସୀ ମା’ ଛକ ମଧ୍ୟରେ ଡ୍ରେନ୍‌ ନିର୍ମାଣ ହେଲେ ସମଗ୍ର ପୁରୁଣା ଭୁବନେଶ୍ୱରର ବର୍ଷାଜଳ ନିଷ୍କାସନ ସହଜ ହୋଇପାରନ୍ତା। ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ଲିଙ୍ଗରାଜ ମନ୍ଦିର, କେଦାରଗୌରୀ ମନ୍ଦିର, ତିନିମୁଣ୍ଡିଆ ମନ୍ଦିର ସମେତ ବହୁ ପୁରୁଣା ଐତିହ୍ୟ ଓ କୀର୍ତ୍ତିରାଜିରେ ବର୍ଷାଜଳ ପଶୁଥିବାରୁ ଏହି ଡ୍ରେନ୍‌ ନିର୍ମାଣ ପାଇଁ କୁଆଡ଼େ ସମ୍ପୃକ୍ତ ମନ୍ତ୍ରୀ ନିଜସ୍ତରରେ ଉଦ୍ୟମ କରିଥିଲେ। କିନ୍ତୁ ତାଙ୍କର ଉଦ୍ୟମ କୁଆଡ଼େ, ତୃତୀୟ ମହଲାର ପ୍ରଚାର ପ୍ରସାର ଦାୟିତ୍ୱ ତୁଲାଉଥିବା ଏହି ଅଧିକାରୀଙ୍କ ଆଗରେ ଫେଲ୍‌ ମାରିଥିଲା। ଯେଉଁଥି ପାଇଁ ମନ୍ତ୍ରୀ ନିଜର କ୍ଷୋଭ କୁଆଡ଼େ ଗଣମାଧ୍ୟମ ଆଗରେ ବଖାଣିବାକୁ ପଛାଇ ନଥିଲେ। ଚର୍ଚ୍ଚା ହେଉଛି, ଏବେ ତୃତୀୟ ମହଲାରେ କାର୍ଯ୍ୟରତ ଅଫିସର୍‌ମାନେ ନିଜକୁ ମନ୍ତ୍ରୀ ଓ ବିଧାୟକ ମାନଙ୍କଠୁ ଊର୍ଦ୍ଧ୍ୱରେ ବୋଲି ଭାବୁଥିବାରୁ, ତଥା କଥାକଥାକେ ପାୱାର ଶୋ’ କରିବାକୁ ପଛାଉ ନଥିବାରୁ ମନ୍ତ୍ରୀଙ୍କଠୁ ସରକାରୀ ଅଫିସର୍ ପର୍ଯ୍ୟନ୍ତ ସମସ୍ତେ କୁଆଡ଼େ ବେଆଇନ୍ କାର୍ଯ୍ୟ ଦେଖିଲେ ବି ଚୁପ୍‌ ରହିବାକୁ ବାଧ୍ୟ ହେଉଥିବା ଚର୍ଚ୍ଚା ହେଉଛି।

 



from OdishaReporter https://ift.tt/2JQFc94

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages