‘ଭାରତ’ରେ କ୍ୟାଟ୍ରିନା: ସ୍ୱାଗତ କଲେ ସଲମାନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 31, 2018

‘ଭାରତ’ରେ କ୍ୟାଟ୍ରିନା: ସ୍ୱାଗତ କଲେ ସଲମାନ୍‌

salman

ମୁମ୍ବାଇ: ସଲମାନ୍‌ଙ୍କ ଫିଲ୍ମ ‘ଭାରତ’ରୁ ପ୍ରିୟଙ୍କା ଚୋପ୍ରା ବାହାରି ଯିବା ପରେ ତାଙ୍କ ସ୍ଥାନ ନେଇଛନ୍ତି କ୍ୟାଟ୍ରିନା କୈଫ୍‌। ଏନେଇ ଗତକାଲି ଅଲ୍ଲୀ ଆବ୍ବାସ୍‌ ଜାଫର୍‌ ଘୋଷଣା କରିବା ପରେ ସଲମାନ୍‌ ଟ୍ୱିଟ୍‌ କରି କ୍ୟାଟ୍ରିନାଙ୍କୁ ଏକ ଖାସ୍‌ ଅନ୍ଦାଜ୍‌ରେ ସ୍ୱାଗତ କରିଛନ୍ତି। ସେ କ୍ୟାଟ୍ରିନାଙ୍କୁ ସ୍ୱାଗତ କରି ଏକ ସ୍ପେଶାଲ ଟ୍ୱିଟ୍‌ କରିଛନ୍ତି। ଯେଉଁଥିରେ ଲେଖିଛନ୍ତି- ‘‘ଜଣେ ସୁନ୍ଦର ଓ ସରଳ ଝିଅ, ଜାହାର ନାଁ କ୍ୟାଟ୍ରିନା କୈଫ୍‌। ‘ଭାରତ’ରେ ତୁମକୁ ସ୍ୱାଗତ।’’

ଭାରତରେ ପୁଣି ଥରେ ସଲମାନ୍‌ ଓ କ୍ୟାଟ୍ରିନାଙ୍କ ହିଟ୍‌ ଯୋଡ଼ିକୁ ଦେଖିବାକୁ ମିଳିବ। କ୍ୟାଟ୍ରିନାଙ୍କ ପୂର୍ବରୁ ସଲମାନ୍‌ ଖାନ୍‌ ପ୍ରିୟଙ୍କାଙ୍କୁ ମଧ୍ୟ ଏକ ଭିନ୍ନ ଅନ୍ଦାଜ୍‌ରେ ‘ଭାରତ’ର ଅଂଶ ହେବା ପାଇଁ ସ୍ୱାଗତ କରିଥିଲେ। କିନ୍ତୁ ପ୍ରିୟଙ୍କାଙ୍କ ଫିଲ୍ମ ଛାଡ଼ିବା ନିଷ୍ପତ୍ତି ତାଙ୍କୁ ଖରାପ ଲାଗିଥିଲା। ଯଦି ଫିଲ୍ମରେ ପ୍ରିୟଙ୍କା ଚୋପ୍ରା ହାତ ଫେରାଇ ନଥାନ୍ତେ ତା’ହେଲେ ଏକ ଦଶନ୍ଧି ପରେ ଏହି ଯୋଡ଼ିକୁ ଦେଖିବାକୁ ମିଳିଥାନ୍ତା।

 ‘ଭାରତ’ ଜରିଆରେ ପ୍ରିୟଙ୍କା ଦୁଇ ବର୍ଷ ପରେ ବଲିଉଡ୍‌କୁ କମ୍‌ ବ୍ୟାକ୍‌ କରିଥାନ୍ତେ। ବୟଫ୍ରେଣ୍ଡ ନିକ୍‌ ଜୋନସ୍‌ଙ୍କ ସହ ବାହାଘର ପାଇଁ ଦେଶୀ ଗର୍ଲ ଭାରତରେ ପ୍ରୋଜେକ୍ଟ ଛାଡ଼ିଲେ ବୋଲି ଅଲ୍ଲୀ ଆବ୍ବାସ୍‌ ଜାଫର୍‌ ଟ୍ୱିଟ୍‌ କରି ଜଣାଇଥିଲେ।

‘ଭାରତ’ରେ ସଲମାନ୍‌ଙ୍କ ଛଡ଼ା ଦିଶା ପଟାନୀ, ତବୁ, ସୁନୀଲ ଗ୍ରୋଭର ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିବେ।

 

 

 

 

 



from OdishaReporter https://ift.tt/2vl6VcJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages