ଗୁଡ଼ ବଢ଼ାଇବ ଆପଣଙ୍କ ସୌନ୍ଦର୍ଯ୍ୟ, ଜାଣନ୍ତୁ କିପରି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 31, 2018

ଗୁଡ଼ ବଢ଼ାଇବ ଆପଣଙ୍କ ସୌନ୍ଦର୍ଯ୍ୟ, ଜାଣନ୍ତୁ କିପରି

beauty

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଖାଇବା ପରେ ପ୍ରତିଦିନ ଗୁଡ଼ ଖାଇବାକୁ ଘରେ ପରାମର୍ଶ ଦେଇଥାଆନ୍ତି। ଗୁଡ଼ ସ୍ୱାସ୍ଥ୍ୟ ପାଇଁ ହିତକର ହୋଇଥିବାରୁ ଗୁରୁଜନ ଏପରି ପରାମର୍ଶ ଦେଇଥାନ୍ତି। ହେଲେ ଜାଣିଛନ୍ତି, ଆପଣ ସୁନ୍ଦର ଦେଖାଯିବାରେ ମଧ୍ୟ ଗୁଡ଼ର ଯଥେଷ୍ଟ ଭୂମିକା ରହିଛି। ଏହା ଆପଣଙ୍କ ମୁଖକୁ ଉଜ୍ୱଳ କରିବା ସହ ତ୍ୱଚାକୁ ଚମକପ୍ରଦ କରିଥାଏ। ରୋଗ ସହିତ ଲଢ଼ିବା ସହ ଗୁଡ଼ଶରୀରରେ ଥିବା କଳା ଦାଗକୁ ମଧ୍ୟ ଦୂର କରିଥାଏ। ଏହା କେଶ ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ। ତେବେ ଆସନ୍ତୁ ଜାଣିବା, ସୁନ୍ଦର ଦିଶିବା ପାଇଁ ଗୁଡ଼କୁ କିପରି ବ୍ୟବହାର କରିବେ।

ବ୍ରଣ, କଳାଦାଗକୁ ଦୂର କରେ: ନିୟମିତ ଗୁଡ଼ ଖାଇଲେ ଆପଣଙ୍କ ତ୍ୱଚାରେ ଥିବା କଳା ଦାଗ ଉଭେଇ ଯିବା ସହ ବ୍ରଣ ସମସ୍ୟାରୁ ମୁକ୍ତି ମିଳିଥାଏ। ଏଥିପାଇଁ ୧ ଚାମଚ ଗୁଡ଼ରେ, ୧ ଚାମଚ ଟମାଟୋ ରସ, ଅଧା ଚାମଚ ଲେମ୍ୱୁ ରସ, ଅଳ୍ପ ହଳଦୀ ଗୁଣ୍ଡ ଏବଂ ଅଳ୍ପ ଗରମ ଗ୍ରୀନ୍‌ଟି ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ପରେ ଏହି ମିଶ୍ରଣକୁ ମୁହଁରେ ଲଗାଇ ୧୫ ମିନିଟ୍‌ରଖିବା ପରେ ଧୋଇ ଦିଅନ୍ତୁ।

beautyମୁହଁରୁ ଚର୍ମ କୁଞ୍ଚନ ଦୂର କରେ: ବୟସ ବୃଦ୍ଧି ପାଇଲେ ଶରୀରରେ ଚର୍ମ କୁଞ୍ଚନ ହେବା ଆରମ୍ଭ ହୋଇଥାଏ।ଗୁଡ଼ରେ ଆଣ୍ଟିଅକ୍ସିଡାଣ୍ଟ୍‌ରହିଛି। ଯାହା ଫ୍ରି-ରାଡିକ୍‌ସହିତ ଲଢ଼ିବା ପାଇଁ ସହାୟକ ହୋଇଥାଏ। ପ୍ରତିଦିନ ଗୁଡ଼ ଖାଇଲେ ଚର୍ମ କୁଞ୍ଚନ ଦୂର ହେବା ସହିତ ଆପଣଙ୍କ ବୟସ କମ୍‌ହେବା ପରି ଲାଗିବ।

କେଶକୁ ସୁନ୍ଦର କରେ: ଗୁଡ଼ କେଶକୁ ଘନ ଏବଂ ସୁନ୍ଦର କରିଥାଏ। ଏଥିରେ ମୁଲ୍‌ତାନି ମାଟି, ଦହି ଏବଂ ପାଣି ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ଏହି ମିଶ୍ରଣକୁ କେଶ ଧୋଇବାର ଏକ ଘଣ୍ଟା ପୂର୍ବରୁ ଲଗାଇ ଦିଅନ୍ତୁ। ଏହାପରେ କେଶକୁ ଧୋଇ ଦିଅନ୍ତୁ। ଏପରି କଲେ କେଶ ମୋଟା ଏବଂ କୋମଳ ହେବା ସହିତ ଚିକ୍‌ଚିକ୍‌କରିଥାଏ।

beautyଶରୀର ପାଇଁ ଜରୁରୀ:ଗୁଡ଼ରେ ଅଧିକ ମିନେରାଲ୍‌ଏବଂ ଭିଟାମିନ୍‌ଥିବାରୁ ଏହା ଏକ ନାଚୁରାଲ୍‌କ୍ଲିର୍ଞ୍ଜପରି କାମ କରିଥାଏ। ଗୁଡ଼ ଖାଉଥିବା ବ୍ୟକ୍ତିଙ୍କର କୋଷ୍ଠକାଠିନ୍ୟ ସମସ୍ୟା ହୋଇ ନ ଥାଏ। ପେଟ ସଫା ରହିଲେ ମୁହଁରେ ମଧ୍ୟ ଚମକ ଆସିଥାଏ। ସାଧା ପାଣି କିମ୍ବା ଚାହାରେ ଚିନି ବଦଳରେ ଗୁଡ଼ ମିଶାଇ ପ୍ରତିଦିନ ପିଅନ୍ତୁ।

ରକ୍ତ ସଫା କରେ: ରକ୍ତ ସଫା ନ ହେବା ଯୋଗୁ ଶରୀରରେ ଅନେକ ସମସ୍ୟା ଦେଖାଯାଇଥାଏ।  ଗୁଡ଼ ରକ୍ତକୁ ସଫା କରିଥାଏ ଓ ଏନିମିଆଠାରୁ ମଧ୍ୟ ରକ୍ଷା କରିଥାଏ। ଏଥିପାଇଁ ପ୍ରତିଦିନ ଗୁଡ଼ ଖାଇବା ଅଭ୍ୟାସ କରନ୍ତୁ। କିନ୍ତୁ ଅଧିକ ଓଜନ ଥିବା ବ୍ୟକ୍ତି ଏବଂ ଡାଇବେଟିସ୍‌ରୋଗରେ ପୀଡ଼ିତ ବ୍ୟକ୍ତି ଗୁଡ଼ ଖାଇବା ପୂର୍ବରୁ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ।



from OdishaReporter https://ift.tt/2AtfSXq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages