
ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ଲୋମ୍ଶ ଶିଶୁ କାହ୍ନା ପାଇଲା ନୂଆ ଚେହେରା। ଏଥିପାଇଁ ଆଜି ବ୍ରହ୍ମପୁର ମେଡିକାଲ୍ରେ ତା’ର ହୋଇଥିଲା ଅପରେସନ୍। ଦୀର୍ଘ ସାଢ଼େ ୫ ଘଣ୍ଟାର ଏହି ପ୍ରଥମ ପର୍ଯ୍ୟାୟ ଅପରେସନ୍ ଆଜି ସଫଳ ହୋଇଛି। ପ୍ରତି ତିନି ମାସରେ ଅପରେସନ୍ କରାଯିବ। ପ୍ରଥମ ପର୍ଯ୍ୟାୟ ଅସ୍ତ୍ରୋପଚାର ପରେ କାହ୍ନା ସୁସ୍ଥ ଥିବା ଡାକ୍ତର କହିଛନ୍ତି।
ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ୍ ଗାୟଗଣ୍ଡାର ଲୋମଶ ଶିଶୁ କାହ୍ନା ମୁହଁରେ ଟ୍ୟୁମର୍ ଭଳି ମାଂସ ଓହଳି ପଡ଼ିଥିଲା। ମୁଣ୍ଡରୁ ପାଦ ଯାଏ ଲୋମ ମାଡ଼ିଯାଇଥିଲା। ଫଳରେ ସେ ଅସ୍ୱାଭାବିକ ଦେଖାଯାଉଥିଲା। ଏନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଆଜି ତା’ର ବିରଳ ଅସ୍ତ୍ରୋପଚାର ହୋଇଥିଲା। ଏମ୍କେସିଜି ଅଧୀକ୍ଷକ, ପ୍ଲାଷ୍ଟିକ୍ ସର୍ଜରୀ ବିଭାଗ ମୁଖ୍ୟ ଓ ନିଶ୍ଚେତକ ଡାକ୍ତରଙ୍କ ତତ୍ତ୍ୱାବଧାନରେ ଅପରେସନ୍ରେ ଲାଗିଥିଲେ ୧୨ ଜଣିଆ ଡାକ୍ତରୀ ଟିମ୍।
ଆଜି ପ୍ରଥମ ପର୍ଯ୍ୟାୟରେ କେବଳ ମୁହଁରେ ସ୍କିନ୍ ଗ୍ରାଫ୍ଟିଂ ଓ ଲେଜର ଟ୍ରିଟ୍ମେଣ୍ଟ୍ କରାଯାଇଛି। ଆଗାମୀ ପର୍ଯ୍ୟାୟରେ ପୂରା ଶରୀରରେ ଅସ୍ତ୍ରୋପଚାର କରାଯିବ ବୋଲି ଡାକ୍ତର ସୂଚନା ଦେଇଛନ୍ତି। ଏବେ କାହ୍ନାକୁ ୪୮ ଘଣ୍ଟା ପାଇଁ SNCUରେ ଅବ୍ଜରଭେସନ୍ରେ ରଖାଯାଇଛି। ପୂର୍ବରୁ ପ୍ଲାଷ୍ଟିକ ସର୍ଜରୀ ଓ୍ୱାର୍ଡରେ ଲୋମଶ ଶିଶୁ କାହ୍ନାକୁ ଚିକିତ୍ସା କରାଯାଉଥିଲା।
from OdishaReporter https://ift.tt/2OiEXac
No comments:
Post a Comment